29.4 C
Bhubaneswar
Thursday, April 18, 2024
Homeକରୋନାବଢୁଛି ସ୍ଥାନୀୟ ସଂକ୍ରମଣ ହାତିଶାଳ ପଡା, ଠିକାଦାର ପଡା ରୁ ଏବେ ବ୍ରାହ୍ମଣ ପଡାରେ

ବଢୁଛି ସ୍ଥାନୀୟ ସଂକ୍ରମଣ ହାତିଶାଳ ପଡା, ଠିକାଦାର ପଡା ରୁ ଏବେ ବ୍ରାହ୍ମଣ ପଡାରେ

ବଲାଙ୍ଗିର,- ସହରରେ ଦିନକୁ ଦିନ ସ୍ଥାନିୟ ସଂକ୍ରମଣ ବଢିବାରେ ଲାଗିଛି । ହାତିଶାଳ ପଡା ରେ ସ୍ଥାନୀୟ ସଂକ୍ରମଣରେ ଏଯାଏଁ ୬୦ରୁ ଉଦ୍ଧ୍ୱ ସଂକ୍ରମିତ ହୋଇଥିବା ବେଳେ ନିକଟସ୍ଥ ଠିକାଦାର ପଡା ରୁ ବ୍ରାହ୍ମଣ ପଡାକୁ ଏହି ସ୍ଥାନିୟ ସଂକ୍ରମଣ ବ୍ୟାପିଥିବା ସୁଚନା ମିଳିଛି । ଆଜି ମିଳିଥିବା ସରକାରି ସୁଚନା ଅନୁସାରେ ଠିକାଦାର ପଡାରେ ଆଉ ୫ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ସେମାନଙ୍କ ମଧ୍ୟରେ ୩୨,୫୦ ଓ ୫୮ ବର୍ଷୀୟ ତିନି ମହିଳା ଥିବା ବେଳେ ୩୮ ବର୍ଷୀୟ ଜଣେ ପୁରୁଷ ଓ ୧୧ବର୍ଷ ଜଣେ ବାଳକ ଥିବା ଖବର ରହିଛି । ଏହି ସଂକ୍ରମଣ ଏବେ ଠିକାଦାର ପଡାରୁ ବ୍ୟାପି ବ୍ରାହ୍ମଣ ପଡାକୁ ପହଞ୍ଚିଥିବା ଚର୍ଚ୍ଚା ହେଉଥିବାବେଳେ ଆଜି ବ୍ରାହ୍ମଣ ପଡାରେ ଜଣେ ୪୯ ବର୍ଷିୟ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରି ରିପୋର୍ଟ ରେ ଦର୍ଶାଯାଇଛି । ସେହିପରି ଲାଲଟିକ୍ରା ରେ ପୁର୍ବରୁ ତିନି ଜଣ ଆଚାର୍ଯ୍ୟ ହରିହର କେନସର ହସପିଟାଲ ରୁ ସଂକ୍ରମିତ ହୋଇ ଫେରିଥିବା ବେଳେ, ଆଜି ଆଉ ତିନି ଜଣ ଯଥା କ୍ରମେ ୧୦, ୧୨ ଓ ୧୫ ବର୍ଷର ବାଳିକା ସେମାନଙ୍କ ଠୁ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇଥିବା ଖବର ରହିଛି । ଆହୁରି ଜିଲ୍ଲାର ଲୋଇସିଂହା ବ୍ଲକର କନ୍ଦାଜୁରି ଗ୍ରାମର ଜଣେ ୫୦ ବର୍ଷୀୟ ପୁରୁଷ ଉପରୋକ୍ତ ହସପିଟାଲରୁ ଫେରିଥିବାବେଳେ ଆଜି ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଗୁଡଭେଲା ବ୍ଲକ ର ତେନ୍ତୁଳିଖୁନ୍ଟି ଗ୍ରାମର ୧୫ବର୍ଷୀୟ ବାଳିକା ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହୋଇ ଫେରିଥିବାବେଳେ ଆଜି ପୋଜିଟିଭ ଚିହ୍ନଟ ହୋଥିବାବେଳେ , ଟିଟିଲାଗଡ ଏଫସିଆଇ ରେ କାମ କରୁଥିବା ଜଣେ ୩୦ ବର୍ଷୀୟ ପୁରୁଷ ପ.ବଙ୍ଗ ରୁ ଫେରିବା ପରେ ସଂକ୍ରମିତ ଚିହ୍ନଟ ହୋଥିବା ସରକାରି ରିପୋର୍ଟ ପ୍ରକାଶ କରିଛି । ତେବେ ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସହିତ ୯୩ ଜଣ କରୋନା ସକ୍ରିୟ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking