37.1 C
Bhubaneswar
Thursday, March 28, 2024
Homeଓଡିଶାକରୋନା ଯୋଦ୍ଧାଙ୍କୁ କରୋନା

କରୋନା ଯୋଦ୍ଧାଙ୍କୁ କରୋନା

ଭୁବନେଶ୍ୱର : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଷ୍ଟାଫ ନର୍ସଙ୍କୁ କରୋନା । ଷ୍ଟାଫ ନର୍ସ କରୋନାରେ ଆକ୍ରାନ୍ତ ନେଇ ସିଡିଏମ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଂସ୍ପର୍ଶରେ ଆସିଥିବାରୁ କରୋନା ପଜିଟିଭ୍ ବାହାରିଛି । ସଂପୃକ୍ତ ଷ୍ଟାଫ ନର୍ସଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ସିଡିଏମ୍‌ଓ କହିଛନ୍ତି । ନର୍ସଙ୍କ ସଂସ୍ପର୍ଶରେ ଯିଏ ଯିଏ ଆସିଛନ୍ତି ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ମେଡିକାଲର ସବୁ ୱାର୍ଡକୁ ଭଲ ଭାବେ ସାନିଟାଇଜ୍ କରାଯାଇଛି । ଏହାକୁ ମିଶାଇ ଜିଲ୍ଲାରେ କାରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୪୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୫ଜଣ ଚିକିତ୍ସିତ ହେଉଛନ୍ତି ।
ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୪୧୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୯୩୬ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।
https://onakhabar.com/2020/06/03/all-dist-corona-positive-identified/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking