26.1 C
Bhubaneswar
Friday, March 29, 2024
Homeକରୋନା୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୦,୪୨୫

୨୪ ଘଣ୍ଟା ମଧ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୦,୪୨୫

ନୂଆଦିଲ୍ଲୀ:   ସାରା ବିଶ୍ଵରେ କାୟା ବିସ୍ତାର କରିଛି ମହାମାରୀ କରୋନା ଭୂତାଣୁ। ବିଶ୍ଵ ସମେତ ଭାରତରେ ବି ଏହାର ଆତଙ୍କ ବଢ଼ି ବଢ଼ି ଚାଲିଛି । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦,୪୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୭,୪୯୭ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୮୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ହଜାର ୪୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩କୁ ବୃଦ୍ଧି ପାଇଛି ।
ରିପୋର୍ଟ୍  ଅନୁଯାୟୀ, ଆଜି ସକାଳ ସୁଦ୍ଧା ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୬ ଲକ୍ଷ ୪୦ ହଜାର ୩୨୬ରେ ପହଞ୍ଚିଥିବା ବେଳେ ୬ ଲକ୍ଷ ୮ ହଜାର ୮୫୪ ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ଏହି ମହାମାରୀ କବଳରୁ ୮୭ ଲକ୍ଷ ୩୦ ହଜାର ୩୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ସାରା ବିଶ୍ଵରେ ଏଯାଏଁ ୫୩ ଲକ୍ଷ ୧ ହଜାର ୧୨୪ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ଯୁକ୍ତରାଷ୍ଟ୍ର ଆମେରିକା ରେ ୩୮ ଲକ୍ଷ ୯୮ ହଜାର ୫୫୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୪୩ ହଜାର ୨୮୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୧୮ ଲକ୍ଷ ୨ ହଜାର ୩୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଲକ୍ଷ ୫୨ ହଜାର ୯୨୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ବ୍ରାଜିଲରେ ୨୦ ଲକ୍ଷ ୯୯ ହଜାର ୮୯୬ ସଂକ୍ରମିତ, ୭୯ ହଜାର ୫୩୩ ମୃତ। ଋଷିଆରେ ୭ ଲକ୍ଷ ୭୧ ହଜାର ୫୪୬ ଜଣ ସଂକ୍ରମିତ, ୧୨ ହଜାର ୩୪୨ ମୃତ। ଦକ୍ଷିଣ ଆଫ୍ରିକାରେ ୩ ଲକ୍ଷ ୬୪ ହଜାର ୩୨୮ ଜଣ ସଂକ୍ରମିତ, ୫ ହଜାର ୩୩ ମୃତ।
ଏତଦ୍ ବ୍ୟତୀତ ପେରୁରେ ୩ ଲକ୍ଷ ୫୩ ହଜାର ୫୯୦ ଜଣ ସଂକ୍ରମିତ, ୧୩ ହଜାର ୧୮୭ ମୃତ। ମେକ୍ସିକୋରେ ୩ ଲକ୍ଷ ୪୪ ହଜାର ୨୨୪ ସଂକ୍ରମିତ, ୩୯ ହଜାର ୧୮୨ ମୃତ। ଚିଲିରେ ୩ ଲକ୍ଷ ୩୦ ହଜାର ୯୩୦ ସଂକ୍ରମିତ, ୮ ହଜାର ୫୦୩ ଜଣ ମୃତ। ସ୍ପେନରେ ୩ ଲକ୍ଷ ୭ ହଜାର ୩୩୫ ସଂକ୍ରମିତ, ୨୮ ହଜାର ୪୨୦ ମୃତ। ବ୍ରିଟେନରେ ୨ ଲକ୍ଷ ୯୪ ହଜାର ୭୯୨ ସଂକ୍ରମିତ, ୪୫ ହଜାର ୩୦୦ ଜଣ ମୃତ। ପାକିସ୍ତାନରେ ୨ ଲକ୍ଷ ୬୩ ହଜାର ୬୪୧ ଜଣ ସଂକ୍ରମିତ, ୫ ହଜାର ୪୯୧ ମୃତ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking