40.1 C
Bhubaneswar
Thursday, April 25, 2024
Homeଓଡିଶାକଟକରେ କୋଭିଡ଼ କଟକଣା କଡାକଡ଼ି : ଜରିମନା ଭୟରେ ଅମାନିଆ ପିନ୍ଧିଲେଣି ମାସ୍କ

କଟକରେ କୋଭିଡ଼ କଟକଣା କଡାକଡ଼ି : ଜରିମନା ଭୟରେ ଅମାନିଆ ପିନ୍ଧିଲେଣି ମାସ୍କ

କଟକ : କରୋନାର ଦ୍ୱିତୀୟ ଲହର ଏବେ ଜାରି ରହିଛି । ପ୍ରଥମ ଲହରକୁ ସରକାର  ମୁକାବିଲା କରିବାକୁ ନାକେଦମ୍ ହୋଇଥିଲେ ବି ଏଥିରେ   ସଫଳତା ହାସଲ କରିଥିଲେ । ତେବେ ଗତ କିଛି ଦିନ ମଧ୍ୟରେ ସମଗ୍ର ଦେଶ ସମେତ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି  ରାଜ୍ୟ ସରକାର ପ୍ରଥମେ ଛତିଶଗଡ଼କୁ ଲାଗି ରହିଥିବା ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ  ଜାରି କରିଥିଲା ବେଳେ ଗୁରୁବାର ସମଗ୍ର ରାଜ୍ୟରେ ରାତ୍ରି କାଳୀନ କର୍ଫ୍ୟୁ ଜାରି କରିଛନ୍ତି । ଗତବର୍ଷ ମାର୍ଚ୍ଚ ମାସର ଶେଷ ସପ୍ତାହରେ କରୋନାକୁ ନେଇ ରାଜ୍ୟରେ ଆତଙ୍କ ଖେଳି ଯାଇଥିଲା । ମାତ୍ର ଗତ ନଭେମ୍ବର ମାସରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବା ପରଠାରୁ କଟକଣା କୋହଳ କରାଯାଇଥିଲା ।

କିନ୍ତୁ କରୋନା ସଂପୂର୍ଣ୍ଣ ଦୂରେଇ ଯାଇନଥିବାରୁ ମାସ୍କ ବ୍ୟବହାର,ସାମାଜିକ ଦୂରତା ଓ ହାତଧୁଆ ଭଳି କୋଭିଡ଼ ନିୟମ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଇଥିଲା । କିନ୍ତୁ କଟକ ସହରର ଅମାନିଆମାନେ  ବେପାରୁଆ ମନଭାବ ଦେଖି ସର୍ବସାଧାରଣରେ ମାସ୍କ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ । ହାତ ଧୋଇବା ଅଭ୍ୟାସ ମଧ୍ୟ ଏକ ପ୍ରକାର ଛାଡ଼ି ଯାଇଥିଲା । ସାମାଜିକ ଦୂରତାକୁ ଏକ ପ୍ରକାର ଫୁ କରିଦେଇଥିଲେ କହିଲେ ଭୁଲ୍ ହେବନି । ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ପୁଣି ମାଡି ଆସିଥିବାରୁ  ରାଜ୍ୟ ସରକାର  କଠୋର ହୋଇପଡ଼ିଛି ।

କରୋନା ନିୟମ ପାଳନ କରିବା ନେଇ  କଟକ ସହରରେ ପୁଲିସ୍ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସର୍ବସାଧାରଣରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ସର୍ବସାଧାରଣରେ କୋଭିଡ଼୍  ନିୟମ ପାଳନ କେମିତି ଚାଲିଛି ପୁଲିସ ପକ୍ଷରୁ  ଯାଞ୍ଚ କରାଯାଉଛି । ବିଶେଷ କରି  ରାସ୍ତାରେ ଚାଲିଚାଲି ହେଉ କିମ୍ବା ଦୁଇଚକିଆ ଓ ଚାରି ଚକିଆ ଗାଡିରେ ବିନା ମାସ୍କରେ ବୁଲୁଥିବା ଲୋକ ମାନଙ୍କୁ ତାଗିତ୍ କରିବା ସହ ମାସ୍କ ପିନ୍ଧି ନଥିଲେ ଜରିମାନା ଆଦାୟ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking