40.1 C
Bhubaneswar
Thursday, April 25, 2024
Homeକରୋନାତୃତୀୟ ଲହର ନିଶ୍ଚିନ୍ତ ଆସିବ: ଏମ୍‌ସ ନିର୍ଦ୍ଦେଶକ

ତୃତୀୟ ଲହର ନିଶ୍ଚିନ୍ତ ଆସିବ: ଏମ୍‌ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କଟକଣା ନ ମାନିଲେ ଆଗାମୀ ୬ ରୁ ୮ ସପ୍ତାହ ମଧ୍ୟରେ ଦେଶରେ କୋଭିଡ୍‌ର ତୃତୀୟ ଲହର ଆସିବ ବୋଲି ଦିଲ୍ଲୀ ଏମ୍‌ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ଶନିବାର ଏହି ପ୍ରସଙ୍ଗରେ ଡ. ଗୁଲେରିଆ କହିଛନ୍ତି ଯେ ଏହାର ମୁକାବିଲା ଦିଗରେ ଜନସାଧାରଣଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡିବ । ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ସେ କହିଛନ୍ତି । ତେଣୁ ଏହି ଲହରର ପ୍ରଭାବକୁ ହ୍ରାସ କରିବାକୁ ହେଲେ କୋଭିଡ୍ କଟକଣାକୁ ଗୁରୁତ୍ୱର ସହ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତେବେ ଜାତୀୟସ୍ତରରେ ଲକ୍‌ଡାଉନ ପ୍ରସ୍ତାବ ଏହି ସମସ୍ୟାର ସମାଧାନ କରିପାରିବନି ବୋଲି ସେ କହିଛନ୍ତି ।

ଏହାଦ୍ୱାରା ଅର୍ଥନୀତି ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ଏବଂ ଗତବର୍ଷ ଦେଶ ଏଭଳି ସ୍ଥିତିର ସମ୍ମୁଖୀନ ହୋଇସାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ତେବେ କୋଭିଡ୍ ହଟ୍‌ସ୍ପଟ୍  ଚିହ୍ନଟ ସ୍ଥାନରେ ଲକ୍‌ଡାଉନ    କଟକଣା ବଳବତ୍ତର ରଖାଗଲେ ତୃତୀୟ ଲହର ଏତେଟା ମାରାତ୍ମକ ହେବ ନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ପୁନଶ୍ଚ ବ୍ୟାପକ ଟିକାକରଣ ହିଁ ଲୋକଙ୍କୁ ତୃତୀୟ ଲହର ପ୍ରକୋପରୁ ରକ୍ଷା କରିପାରିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଆଗେଇ ଚାଲିଥିଲେ ସୁଦ୍ଧା ସବୁ ଯୋଗ୍ୟ ବ୍ୟକ୍ତି ଏପର୍ଯ୍ୟନ୍ତ ଟିକା ନେଇପାରିନାହାନ୍ତି ।

ପୁନଶ୍ଚ ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ଟିକା ମଧ୍ୟ ପ୍ରସ୍ତୁତ ହୋଇପାରିନାହିଁ। ଏହି ପରିପ୍ରେକ୍ଷୀରେ ସରକାର ଏହି ଦିଗ ପ୍ରତି ନଜର ଦେବାକୁ ସେ ଗୁରୁତ୍ୱାରୋପ କରିଛନ୍ତି । ଶିଶୁଙ୍କ ଉପରେ ତୃତୀୟ ଲହରର ପ୍ରଭାବକୁ ନେଇ ଭିନ୍ନମତ ପ୍ରକାଶ ପାଉଥିବାବେଳେ ସାମ୍ବାଦିକମାନେ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଜବାବରେ ଡ. ଗୁଲେରିଆ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଉପଲବ୍ଧ ହୋଇପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking