30.1 C
Bhubaneswar
Thursday, April 25, 2024
Homeଓଡିଶାଘାରିଛି ସଂକ୍ରମଣ ଭୟ, ସାଧାରଣ ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା !

ଘାରିଛି ସଂକ୍ରମଣ ଭୟ, ସାଧାରଣ ରୋଗୀଙ୍କୁ ମିଳୁନି ଉପଯୁକ୍ତ ଚିକିତ୍ସା !

ଖୋର୍ଦ୍ଧା : ଖୋର୍ଦ୍ଧା ଉପଖଣ୍ଡରେ ଗୁରୁବାର ସୁଦ୍ଧା ୮୯୬ଟି ସକ୍ରିୟ ମାମଲା ରହିଛି । ୨୪ଘଣ୍ଟା ଭିତରେ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ଲାଗି କେତେକ ଡାକ୍ତରଖାନାରେ ଅଣସଂକ୍ରମିତ ରୋଗୀ ବହୁ ହିନସ୍ତା ହେଉଛନ୍ତି । ସଂକ୍ରମଣ ଭୟରେ ସାଧାରଣ ରୋଗୀ ଓ ତାଙ୍କ ସମ୍ପର୍କିୟ ମେଡିକାଲ ଆସିବାକୁ ଡରି ଘରେ ରହିବାକୁ ଉଚିତ୍ ମନେକରୁଥିବା ବେଳେ ଯେଉଁମାନେ ଆସୁଛନ୍ତି ତାଙ୍କୁ ଡାକ୍ତର କି ସ୍ୱାସ୍ଥ୍ୟ କର୍ମଚାରୀମାନେ ଭଲ ଭାବେ ଚିକିତ୍ସା କରନଥିବା ଅଭିଯୋଗ ହେଉଛି ।

କରୋନା ଦିନକୁ ଦିନ ଭୟାବହ ରୂପ ନେବାରେ ଲାଗିଛି । ସରକାର କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ପ୍ରାଥମିକତା ଦେଉଥିବାବେଳେ କୋଭିଡ୍ ଚିକିତ୍ସା ଭିତ୍ତିଭୂମି ସଜାଡିବାରେ ଲାଗିପଡିଛନ୍ତି । ସଂକ୍ରମଣ ଭୟରେ ବହୁ ଘରୋଇ ହସ୍ପିଟାଲ ଓପିଡିି ବନ୍ଦ କରିଦେଇଛନ୍ତି । ସରକାରୀ ଡାକ୍ତରଖାନାରେ ସଂକ୍ରମଣ ଭୟରେ ଡାକ୍ତର ସମେତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଅଣସଂକ୍ରମଣ କରୋନା ରୋଗୀଙ୍କୁ ଭଲଭାବେ ଚିକିତ୍ସା କରୁନଥିବା ଅଭିଯୋଗ ହେଉଛି । ଗ୍ୟାସଟିକ୍‌, ଡାଇବେଟିସ୍‌, ଟ୍ୟୁବର୍ କୁଲୋସିସ୍‌, ରକ୍ତଚାପ ଓ ଦାନ୍ତବିନ୍ଧା ରୋଗୀଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଛି । ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ରକ୍ତଚାପ ମାପୁନାହାନ୍ତି, ରୋଗୀଙ୍କୁ ଛୁଇଁବାକୁ ଡରୁଛନ୍ତି, ଦୁଇ ମିଟର ଦୂରରେ ରହି ରୋଗ ସମ୍ପର୍କରେ ତଥ୍ୟଦେଲେ ଔଷଧ ଲେଖିଦେଉଛନ୍ତି ରୋଗୀଙ୍କୁ ଠିକ୍‌ରେ ଦେଖୁନଥିବା ଅଭିଯୋଗ ହେଉଛି । ଫଳରେ ଏହା ଏକ ସମସ୍ୟା ସୃଷ୍ଟି କରିବାରେ ଲାଗିଛି ।

କରୋନା ସଙ୍କଟ ସମୟରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା ନେଇ ସରକାର ଏସ୍‌ଓପି ଜାରି କରିଛନ୍ତି । କରୋନା ମହାମାରୀ ପ୍ରଭାବ ବିଶେଷକରି ରୋଗଗ୍ରସ୍ତ ଲୋକଙ୍କ ଉପରେ ରହୁଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ସେହିପରି ପାଣିପାଗର ପରିବର୍ତ୍ତନ ସମୟହୋଇଥିବାରୁ ଲୋକମାନଙ୍କୁ ବିଶେଷକରି ଜ୍ୱର, ଥଣ୍ଡା, କାଶ ହେବା ଆଶଙ୍କା ରହିଛି । ତେଣୁ ଏହାକୁ କିଭଳି ରୋକାଯାଇପାରିବ ସେ ନେଇ ଆଗୁଆ ସର୍ତକ କରାଇବାକୁ ସ୍ୱାସ୍ଥ୍ୟବିଭାଗ ଗୁରୁତ୍ୱଦେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀ (ଡିଏମଓ) ଡା. ବିଶ୍ୱମୋହନ ମିଶ୍ର କହିଛନ୍ତି ଯେ କରୋନା ସଂକ୍ରମଣ ଦୃଷ୍ଟିରୁ ଏଭଳି ହୋଇଥାଇପାରେ । ଓପିଡିରେ ସତର୍କତା ଓ ସାବଧାନତା ଅବଲମ୍ବନ କରି ରେଗୀସେବା କରିବାକୁ ଡାକ୍ତରମାନଙ୍କୁ କୁହାଯିବ । ଯାହା ଫଳରେ ଖୋର୍ଦ୍ଧା ମେଡିକାଲକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ସନ୍ତୋଷ ବ୍ୟକ୍ତ କରିପାରିବେ । ଏଥିସହିତ ରୋଗୀମାନଙ୍କ ସୁରକ୍ଷା ପାଇଁ ଇ-ସଞ୍ଜିବନୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ବୋଲି ଡା. ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking