30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକୋର୍ବିଭାକ୍ସକୁ ବୁଷ୍ଟର ଡୋଜ୍ ମାନ୍ୟତା

କୋର୍ବିଭାକ୍ସକୁ ବୁଷ୍ଟର ଡୋଜ୍ ମାନ୍ୟତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁଧବାର ବାଓଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋର୍ବିଭାକ୍ସ’କୁ ବୁଷ୍ଟର ଡୋଜ୍‌ଭାବେ ବ୍ୟବହାର କରିବାକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଫଳରେ ପୂର୍ବରୁ କୋଭାକ୍ସିନ୍ କିମ୍ବା କୋଭିସିଲ୍ଡର ଦୁଇଟି ଡୋଜ୍ ନେଇସାରିଥିବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଏଣିକି ବୁଷ୍ଟର ଡୋଜ୍‌ଭାବେ କୋର୍ବିଭାକ୍ସ ନେଇପାରିବେ ବୋଲି କୁହାଯାଇଛି । ଏଥିପାଇଁ କୋ-ୱିନ୍ ଆପ୍‌ରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଯାଇଛି ।

ବର୍ତ୍ତମାନ ଦେଶରେ ୧୨ରୁ ୧୪ ବର୍ଷର କିଶୋରଙ୍କୁ କୋର୍ବିଭାକ୍ସ ଟିକା ଦିଆଯାଉଛି । ପ୍ରଥମଥର କୌଣସି ପୃଥକ ଟିକାକୁ ବୁଷ୍ଟର ଡୋଜ୍‌ର ମାନ୍ୟତା ମିଳିଛି । ଅର୍ଥାତ୍ ପୂର୍ବରୁ ଯେଉଁମାନେ କୋଭିସିଲ୍ଡ କିମ୍ବା କୋଭାକ୍ସିନ୍ ଟିକା ନେଇଥିଲେ, ସେମାନଙ୍କୁ ସେହି ଟିକାକୁ ହିଁ ବୁଷ୍ଟର ଡୋଜ୍‌ଭାବେ ନେବାକୁ ପଡୁଥିଲା । ଦ୍ୱିତୀୟ ଡୋଜ୍ ନେବାର ୬ ମାସ କିମ୍ବା ୨୬ ସପ୍ତାହ ବ୍ୟବଧାନରେ ଜଣେ ବ୍ୟକ୍ତି ବୁଷ୍ଟର ଡୋଜ୍ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking