31.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜ୍ଜା

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜ୍ଜା

କଟକ: ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ପକ୍ସୋ ଅଦାଲତ । ଆଜୀବନ କାରାଦଣ୍ଡ ସହ ଦୋଷୀକୁ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି କୋର୍ଟ । ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ହେଲେ ଅଧିକ ଦୁଇ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୮ ମସିହାରେ ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ୭ ବର୍ଷର ନାବାଳିକା ଗଣେଶ ଭଷାଣ ଦେଖିବାକୁ ଯାଇଥିବାବେଳେ ଅଭିଯୁକ୍ତ ମାୟାଧର ପୂର୍ତ୍ତି ତାକୁ ଅପହରଣ କରି ଦୁଷ୍କର୍ମ କରିଥିଲା । ଏହାର ପରଦିନ ପରିବାର ଲୋକ ଖୋଜାଖୋଜି କରି ଜଙ୍ଗଲ ଭିତରୁ ନାବାଳିକାଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ଏହାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ଶୁଣାଣି କରି ବୁଧବାର କଟକ ପକ୍ସୋ ଅଦାଲତ ମାୟାଧର ପୂର୍ତ୍ତି ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପୀଡିତାଙ୍କୁ ୫ ଲକ୍ଷଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking