37.1 C
Bhubaneswar
Thursday, March 28, 2024
Homeଓଡିଶାବିବାଦରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରଶାସନିକ କୋଠା ପାଇଁ ମିଳିନି ଅନୁମତି

ବିବାଦରେ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ପ୍ରଶାସନିକ କୋଠା ପାଇଁ ମିଳିନି ଅନୁମତି

ପୁରୀ: ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌ରେ ଶ୍ରୀକ୍ଷେତ୍ରର ବିକାଶ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତ କିଛି ଦିନ ହେବ ବିବାଦ ଲାଗି ରହିଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଖନନ ଓ ନିର୍ମାଣକୁ ନେଇ ବିବାଦୀୟ ହୋଇପଡ଼ିଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଏହି ପରିକି ଶ୍ରୀମନ୍ଦିର ପ୍ରଶାସନିକ କୋଠା ପାଇଁ ଏବେ ପ୍ରଯନ୍ତ ମିଳିନି ଅନୁମତି । ଏଏସ୍‌ଆଇ କିମ୍ବା ପିକେଡ଼ିଏ ଏନେଇ ଅନୁମତି ଦେଇନଥିବା ଜଣାପଡିଛି । ଶ୍ରୀମନ୍ଦିର ପ୍ରଶାସନିକ କୋଠା ବେଆଇନ ଭାବେ ନିର୍ମାଣ ହେଉଥିବା କହିଛନ୍ତି ଆଇନଜୀବୀ ଶରତ ରାୟଗୁରୁ । ଆଇନଜୀବୀ ଶରତ ରାୟଗୁରୁ ପ୍ରଶ୍ନ କରି କହିଛନ୍ତି ଯେ, ଏହି କୋଠା କି ଭଳି ନିର୍ମାଣ ହେବ ? ଯେହେତୁ ଏହା ନିର୍ମାଣ ପାଇଁ କୌଣସି ଅନୁମତି ନାହିଁ । ଅନ୍ୟପଟେ ଓବିସିସି ପକ୍ଷରୁ ଜଣେ ଠିକାଦାରଙ୍କ ମାଧ୍ୟମରେ ନୂତନ କୋଠାର ମୂଳଦୁଆ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

ସୂଚନା ଥାଉକି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଜନାନରେ ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ପ୍ରସ୍ତାବ ରହିଥିଲା । ଗତ ଫେବୁଆର ୨୨ରେ ଏଏସ୍‌ଆଇ ମହାନିର୍ଦେଶିକା ଭି. ବିଦ୍ୟାବତୀ ପୁରୀ ଗସ୍ତରେ ଆସିଥିଲେ । ଏଏସ୍‌ଆଇ ମହାନିର୍ଦେଶିକା ଭି. ବିଦ୍ୟାବାଦୀ ଏହି କୋଠା ନିର୍ମାଣକୁ ନେଇ ଆପତ୍ତି ଉଠାଇଥିଲେ । ଏଥି ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୧୦୦ମିଟର ନିଷିଦ୍ଧାଞ୍ଚଳ ମଧ୍ୟରେ ନିର୍ମାଣାଧୁନ କୋଠା ରହିଛି । ଆମାସର୍ ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ନିଷିଦ୍ଧାଞ୍ଚଳରେ କୌଣସି ନୂତନ ନିର୍ମାଣ କରାଯାଇ ପାରିବ ନାହିଁ । ନିୟନ୍ତ୍ରିତ ଅଞ୍ଚଳରେ ନୂତନ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ଐତିହ୍ୟ ପ୍ରାଧୂକରଣ ସମେତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାଠାରୁ ଅନୁମତି ନେବା ବାଧ୍ୟତାମୂଳକ । ନିଷିଦ୍ଧାଞ୍ଚଳରେ ଶୌଚାଳୟ ଜିନିଷ ରଖୁବା ଘର, ବିଦ୍ୟୁତ ଯୋଗାଣ କେନ୍ଦ୍ର ନିର୍ମାଣ ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ ନିର୍ଦେଶକ ଗତବର୍ଷ ସେପ୍େଟମ୍ବର ୪ତାରିଖରେ ରାଜ୍ୟ ସଂସ୍କୃତି ନିର୍ଦେଶକଙ୍କୁ ଚିଠିଲେଖୁ ଆପରି ବିହୀନ ପ୍ରମାଣପତ୍ର ମଞ୍ଜୁର କରିଥିଲେ ।

ଅଭ୍ୟର୍ଥନା ପ୍ରକୋଷ୍ଠ, ସୂଚନା କେନ୍ଦ୍ର, ଦାନ ସଂଗ୍ରହ ଗୃହ, ଆଶୁଚିକିତ୍ସା କେନ୍ଦ୍ର, ପୁଲିସ ସହାୟତା ପ୍ରକୋଷ୍ଠ ଏବଂ ଏଟିଏମ୍ କେନ୍ଦ୍ର ନିର୍ମାଣ ସମ୍ପର୍କରେ ସବିଶେଷ ଏବଂ ସନ୍ତୋଷଜନକ ତଥ୍ୟ ପ୍ରଦାନ ପାଇଁ ସେଥୁରେ କୁହାଯାଇଥିଲା । ନିଷିଦ୍ଧାଞ୍ଚଳ ପରିବର୍ତ୍ତେ ନିୟନ୍ତ୍ରିତ ଅଞ୍ଚଳକୁ ଏହି ସବୁ ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଏନଏମଏ ନିର୍ଦେଶକ ଚିଠିରେ ପରାମର୍ଶ ଦେଇଥିଲେ । କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ନେଇ ନିୟନ୍ତ୍ରିତ ଅଞ୍ଚଳରେ ପ୍ରଶାସନିକ ଭବନ ନିର୍ମାଣ ପାଇଁ ଜାତୀୟ ପ୍ରାଧୂକରଣ ଚିଠିରେ ପରାମର୍ଶ ଦେଇଥିଲା । ଏହି ଚିଠିର ନକଲ ଏନଏମଏ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking