31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗରାସ୍ତା ନିର୍ମାଣ କୁ ନେଇ ଦୁଇ ରାଜସ୍ବ ଗ୍ରାମ ମଧ୍ୟରେ ତେଜିଲା ବିବାଦ

ରାସ୍ତା ନିର୍ମାଣ କୁ ନେଇ ଦୁଇ ରାଜସ୍ବ ଗ୍ରାମ ମଧ୍ୟରେ ତେଜିଲା ବିବାଦ

ନୟାଗଡ :ରଣପୁର ଅଞ୍ଚଳ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗାଁ ଗାଁ ମଧ୍ୟରେ ବିବାଦ, କିଛି ଦିନ ତଳେ ଏକ ସରକାରୀ ଜାଗାକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁଣି ଏକ ସରକାରୀ ରାସ୍ତାକୁ ନେଇ ଉଠିଛି କଳହ l ପ୍ରଶାସନିକ ଅଧିକାରୀ ମାନଙ୍କର ନିରବଦ୍ରଷ୍ଟା ଓ ଜନପ୍ରତିନିଧି ମାନଙ୍କର ଉଦାସୀନତା ପାଇଁ ବଳି ପଡୁଛନ୍ତି ସାଧାରଣ ଲୋକେ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକରେ l ସୂଚନା ଅନୁସାରେ ରଣପୁର ବ୍ଲକ ଅନ୍ତର୍ଗତ ତାଳକଣି ପଂଚାୟତର ରାଧାମୋହନପୁର ଗ୍ରାମ ରୁ ବାଲିଆ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କୁ ଜେସିବି ଦ୍ୱାରା ତାଡିଦେଲେ ବାଲିଆ ଗ୍ରାମବାସି l ଏନେଇ ରାଧାମୋହନପୁର ଗ୍ରାମବାସି ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ l .ଅଭିଯୋଗ ଅନୁସାରେ ବାଲିଆ ଗ୍ରାମ ର ପ୍ରାୟ 20ରୁ ଉର୍ଧ୍ଵ ଲୋକ ବିଭିନ୍ନ ମରଣା ଅସ୍ତ୍ର ଧରି ଆସି ଜେସିବି ସାହାଯ୍ୟ ରେ ରାଧାମୋହନପୁର ଓ ବାଲିଆ କୁ ସଂଯୋଗ କରୁଥିବା ମୁଖ୍ୟ ଯାତାୟତ ରାସ୍ତା କୁ ଖୋଳି ଦେଇଛନ୍ତି l ଯାହାଫଳରେ ରାଧାମୋହନପୁର ଗ୍ରାମବାସୀଙ୍କର ଯାତାୟତ ସମ୍ପୂର୍ଣ ଠପ ହୋଇଯିବା ସହ ସାଧାରଣ ଜୀବନ ଯାତ୍ରା ବେହାଲ ହୋଇପଡିଛି, ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ତେବେ ସୂଚନା ଅଛିଯେ ଆଜିକୁ ପ୍ରାୟ ଦୀର୍ଘ ଛ ମାସ ରୁ ଉର୍ଦ୍ଧ ଦିନ ଧରି ରାସ୍ତା ନିର୍ମାଣ ଙ୍କୁ ନେଇ ରାଧାମୋହନପୁର ଓ ବାଲିଆ ଦୁଇ ଗ୍ରାମ ଭିତରେ ବିବାଦ ଲାଗିରହିଥିବା ସହ ବହୁ ବାର ଥାନା ରେ ଅଭିଯୋଗ ହୋଇଥିଲା ବେଳେ ଏନେଇ ରାଧାମୋହନପୁର ଗ୍ରାମବାସୀ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ୍ୟ କୌଣସି ସୁଫଳ ମିଳୁ ନାହିଁ ଦିନକୁ ଦିନ ଦୁଇ ଗ୍ରାମ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି l ଏ ନେଇ ରାଧାମୋହନପୁର ଗ୍ରାମବାସୀ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷପ ଲୋଡି ଥିଲେ ମଧ୍ୟ ଏ ଦିଗରେ କୌଣସି ସ୍ଥାୟୀ ସମାଧାନ ହୋଇନଥିବା ବେଳେ ଯଦି ଆଗାମୀ ଦିନ ରେ ଜିଲ୍ଲା ପ୍ରଶାସନ ତାଙ୍କ ଗୁହାରି ନ ଶୁଣନ୍ତି ତେବେ ଗ୍ରାମବାସୀ ବାଧ୍ୟ୍ୟ ହୋଈ ଜିଲ୍ଲାପାଳଙ୍କ ଅଫିଗରେ ଧାରଣା ଦେବେ ବୋଲି କହିଛନ୍ତି l ତୁରନ୍ତ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ମତ ପ୍ରକାଶହୋଇଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking