34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିବାଦୀୟ ସୁରବାବାଙ୍କ ପରଲୋକ

ବିବାଦୀୟ ସୁରବାବାଙ୍କ ପରଲୋକ

ଭୁବନେଶ୍ୱର : ପ୍ରିସଦ୍ଧ ଅଚ୍ୟୃୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ପରଲୋକ ହୋଇଯାଇଛି । ରବିବାର ଦିନ ଅସୁସ୍ଥତା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେ ପୂର୍ବରୁ ମଧ୍ୟ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଅସୁସ୍ଥ ଥିଲେ । ତେବେ ରବିବାର ରାତିରେ ତାଙ୍କ ଦେହାନ୍ତ ହୋଇଛି । ଭୁବନେଶ୍ୱର ଝିଇଂଟି ଠାରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ଥିଲେ ସୁର ବାବା । ସେ ଓ ତାଙ୍କ ଦୁଇ ପୁଅ ବିରଞ୍ଚି ଓ ତ୍ରିଲେଚନଙ୍କୁ ୨୦୧୫ ରେ ପୋଲିସ ଗିରଫ କରିଥିଲ । ଆଶ୍ରମ କେଳେଙ୍କାରୀ ଓ ବିବାଦକୁ ନେଇ ଅଗଷ୍ଟ ୩୧ ରେ ସେମାନେ ଗିରଫ ହୋଇଥିଲେ । ଆଶ୍ରମ ନାରେ ଜମି ହଡ଼ପ ,ଜବରଦଖଲ ଓ ବିଭିନ୍ନ ବେଆଇନ ଅସ୍ତ୍ର ରଖିବା ଅଭିଯୋଗରେ ପୋଲିସ ଆଶ୍ରମକୁ ଚଢାଉ କରିଥିଲା ଓ କୋଟି କେଟି ଟଙ୍କାର ସମ୍ପତି ଓ ନଗଦ ଟଙ୍କା ଜବତ କରାଯାଇଥିଲ । ତେବେ ୨୦୧୭ରେ ଜାମିନ ପାଇ ଜେଲରୁ ମୁକୁଳିଥିଲେ ସୁରବାବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking