36.7 C
Bhubaneswar
Tuesday, April 16, 2024
Homeଓଡିଶାବିଲ୍ ପ୍ରଦାନରେ ଅବହେଳା: ଠିକାଦାର ଚାବି ଦେବାକୁ ଅମଙ୍ଗ, ଶିହିଳିଆ ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ତାଲା 

ବିଲ୍ ପ୍ରଦାନରେ ଅବହେଳା: ଠିକାଦାର ଚାବି ଦେବାକୁ ଅମଙ୍ଗ, ଶିହିଳିଆ ଅଙ୍ଗନବାଡ଼ି କେନ୍ଦ୍ରରେ ପଡ଼ିଛି ତାଲା 

ସମ୍ବଲପୁର : ନାକଟିଦେଉଳ ବ୍ଲକ୍ ଶିମିଳିପାଳ ପଂଚାୟତର ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନବାଡି କେନ୍ଦ୍ରର କୋଠା କେବେଠୁ ସଂପୂର୍ଣ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାର ଟଙ୍କା ପାଇ ନ ଥିବାରୁ ଅଙ୍ଗନବାଡି କର୍ମୀକୁ ହସ୍ତାନ୍ତର କରୁ ନଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଶିହିଳିଆ ଗ୍ରାମରେ ଥିବା ନୂତନ ଅଙ୍ଗନବାଡିର କୋଠା କାମ ତଥା ଅନ୍ୟାନ୍ୟ କାମ କେବେଠୁ ସରିଲାଣି । ଏହି କୋଠା ପାଇଁ ସରକାର ୮ ଲକ୍ଷ ୨୦ ହଜାର ଟଙ୍କା ମଞ୍ଜୁର କରିଥିଲେ । ଏହି କାମ ଜେଇଙ୍କ ନାମରେ ଥିଲେ ମଧ୍ୟ ଗ୍ରାମର ସୁବଳ ସାହୁଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯାଇଥିଲା । ପ୍ରଥମରୁ ନାକଟିଦେଉଳ ବ୍ଲକ୍‌ର ଜେଇ ଅଜିତ୍ ବେହେରା ଏହି କାର୍ଯ୍ୟ ତଦାରଖ କରିବା ସହ ବିଲ୍ ପ୍ରଦାନ କରୁଥିଲେ । ମୋଟ୍ ୫ ଲକ୍ଷ ଟଙ୍କାର ବିଲ୍ ଜେଇ ଅଜିତ୍ ବେହେରା କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁଙ୍କୁ ପ୍ରଦାନ କରିସାରିଥିବା ବେଳେ ପରେ ସେ ବାକି ୩ ଲକ୍ଷ୨୦ ହଜାର ଟଙ୍କା ବିଲ୍ କରି ନ ଥିଲେ । ଫଳରେ ଶ୍ରମିକମାନେ ଟଙ୍କା ପାଇ ନ ଥିବା ଅଭିଯୋଗ କରିଛନନ୍ତି । ଶିମିଳିପାଳ ପଞ୍ଚାୟତ ଅଧୀନରେ ଜେଇ ଭାବରେ ସୁରଭି ପ୍ରଧାନ ଯୋଗ ଦେଇଥିଲେ ମଧ୍ୟ ବହୁ ଦିନ ପର୍ଯ୍ୟ\” ଜେଇ ଅଜିତ୍ ବେହେରା ଫାଇଲ୍ ରଖି ଏହି ବିଲ୍ କରୁ ନ ଥିବା ଜଣାପଡିଛି । ଜେଇ ଅଜିତ୍ ବେହେରା ପ୍ରଥମରୁ ହିଁ ଏହି ଅଙ୍ଗନବାଡି କାମର ବିଲ୍ ଭାଉଚର କରୁଥିବା ବେଳେ ପରବର୍ତୀ ମୁହୁର୍ତରେ କଣ ପାଇଁ ଫାଇଲକୁ ଫେରାଇ ଦେଇ ଥିଲେ ତାହା ଆଦୌ ବୁଝା ପଡୁନାହିଁ । ଜେଇ ଅଜିତ୍ ବେହେରାଙ୍କ ମନମୁଖି କାର୍ଯ୍ୟ ତଥା ଅସହଯୋଗ ଯୋଗୁଁ ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି । କାର୍ଯ୍ୟ ତଦାରଖ କରୁଥିବା ସୁବଳ ସାହୁ ଟଙ୍କା ନ ଦେଲେ ମୁଁ ଚାବି ଦେବି ନାହିଁ ବୋଲି ରୋକ୍ ଠୋକ୍ ମନା କରିଛ\”ି । ଏନ୍‌ଆର୍‌ଇଜିଏସ୍ ରେ ଆସିଥିବା ୨ଲକ୍ଷ ଟଙ୍କା ରୁ ଶ୍ରମିକ ଭାବରେ କାମ କରିଥିବା ନନ୍ଦି ପ୍ରଧାନ , ସୈାଦାମିନୀ ପ୍ରଧାନ , ନଳିନୀ ପ୍ରଧାନ, ଦିନବନ୍ଧୁ ପ୍ରଧାନ , ଜ୍ୟୋତିମଞ୍ଜରୀ ପ୍ରଧାନ , ମହେନ୍ଦ୍ର ସାହୁ , ଚଞ୍ଚଳା ସାହୁ , ନିଶାମଣୀ ବେହେରା ପ୍ରମୁଖ ଦିର୍ଘମାସ ହେଲା ମଜୁରି ପାଇ ନ ଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡିରେ ଚାଉଳ ତଥା ପିଲାଙ୍କ ପାଇଁ ଆସୁଥିବା ବିଭିନ୍ନପ୍ରକାର ଉପକରଣ ରହିବା କଥା ହେଲେ ବାଧ୍ୟ ହୋଇ ଅଙ୍ଗନବାଡିକର୍ମୀ ଘରେ ରଖୁଛନ୍ତି । ଗ୍ରାମରେ ମଧ୍ୟ ଏ ସଂପର୍କରେ ସଭା ହୋଇଥିଲା । ହେଲେ କାମ ତଦାରଖ କରୁଥିବା ସୁବଳ ସାହୁଙ୍କୁ ବ୍ଲକ୍‌ରୁ ଟଙ୍କା ନଦେଲେ ସେ ତାଲା ଖୋଲିବେ ନାହିଁ ବୋଲି ରୋକ୍ ଠୋକ୍ ମନା କରିଛନ୍ତି । ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ବିଲ୍ କରାଯିବ ବୋଲି କହିଥିଲେ । ଜେଇ ସୁରଭୀ ପ୍ରଧାନଙ୍କୁ ଫୋନ୍‌ରେ ଯୋଗାଯୋଗା କରିବାରୁ ସେ ଫୋନ୍ ରିସିଭ୍ କରି ନଥିଲେ । ନିକଟରେ ଜେଇ ଅଜିତ୍ ବେହେରାଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ସେ କାମ ମୋର ନୁହଁ ଜେଇ ସୁରଭି ପ୍ରଧାନଙ୍କର ବୋଲି ଆମ ପ୍ରତିନିଧିଙ୍କଠାରେ ପ୍ରକାଶ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ , ଜେଇ ଅଜିତ୍ ବେହେରା ଯଦି ଏହି କାମ ତାଙ୍କ ପରିସର ନୁହଁ ଆରମ୍ଭରୁ ଏହି କାମ କରି ଶେଷ ମୁହୂର୍ତ୍ତରେ ସେଇ ଫାଇଲକୁ ବ୍ଲକ୍‌ରେ ଫେରାଇ ଦେବାର ରହସ୍ୟ କଣ ତାହା ବୁଝା ପଡୁନାହିଁ । ଜେଇ ଅଜିତ୍ ବେହେରାଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଆଜି ଶିହିଳିଆ ଅଙ୍ଗନଓାଡି କେନ୍ଦ୍ରରେ ତାଲା ପଡିଛି ବୋଲି ଶିହିଳିଆ ଗ୍ରାମବାସୀ ପ୍ରକାଶ କରିଛନ୍ତି । ଶ୍ରମିକ ମାନଙ୍କର ପାଉଣା ଶୀଘ୍ର ପ୍ରଦାନ କରା ନ ଗଲେ ସେମାନେ ଶ୍ରମ କମିଶନରକୁ ଭେଟିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking