32.1 C
Bhubaneswar
Tuesday, April 23, 2024
Homeଓଡିଶାସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣ ଜାରି: ଦୀପିକାଙ୍କ ସହ ସମାଜସେବୀ ପ୍ରମିଳାଙ୍କ ଆଲୋଚନା

ସ୍ତ୍ରୀର ମାନ୍ୟତା ଦାବିରେ ମହିଳାଙ୍କ ଧାରଣ ଜାରି: ଦୀପିକାଙ୍କ ସହ ସମାଜସେବୀ ପ୍ରମିଳାଙ୍କ ଆଲୋଚନା

ବ୍ରହ୍ମପୁର: ସ୍ତ୍ରୀର ମାନ୍ୟତା ସହ ପୁଅର ପରିଚୟ ଦାବିରେ ନିଜ ପ୍ରେମିକ ଘର ସାମ୍ନରେ ଜଣେ ମହିଳା ଧାରଣା ଦେବା ଘଟଣା ଆଜକୁ ପାଞ୍ଚ ଦିନରେ ପହଞ୍ଚିଛି । ଗାନ୍ଧୀ ନଗରର ଅଞ୍ଚଳର କେ. ଦୀପିକା(୨୯) ନାମଙ୍କ ଏହି ମହିଳା ଦେଶୀ ବେହେରା ସାହିର କେ. ଦିଲ୍ଲୀପ କୁମାରଙ୍କ ଘର ଆଗରେ ଧାରଣା ଦେଇଛନ୍ତି । ଆଜି ଦୀପିକାଙ୍କ ଧାରଣାସ୍ଥଳ ତଥା ଦେଶୀବେହେରା ସାହିରେ ସମାଜସେବୀ ପ୍ରମିଳା ତ୍ରିପାଠୀ ପହଞ୍ଚିଥିଲେ । ସେ ଘଟଣା ସମ୍ପର୍କରେ ତାଙ୍କ ସହ ଆଲୋଚନା କରିବା ସହ ଏହି ଲଢ଼େଇରେ ତାଙ୍କ ସହ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଦୀପିକା କହିଛନ୍ତି । ଏହା ସହ ତାଙ୍କୁ ସଠିକ ସୁରକ୍ଷା ଦେବା ସହ ନ୍ୟାୟ ଦେବା ନିମନ୍ତେ ସମାଜସେବୀ ପ୍ରମିଳା ତ୍ରିପାଠୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ମହିଳା ଜଣଙ୍କ ନିଜ ଜିଦରେ ଅଟଳ ରହି ଖରା ଓ ବର୍ଷାରେ ଧାରଣା ସ୍ଥଳରେ ବସି ରହିଛନ୍ତି । ଆଜି ପ୍ରବଳ ବର୍ଷା ହେବା ସତ୍ତ୍ୱେ ବି ମହିଳା ଜଣଙ୍କ ବର୍ଷରେ ସେମିତି ଦୀନେଶଙ୍କ ଘର ଆଗରେ ବସି ରହିଥିଲେ । ଦୀନେଶ ତାଙ୍କୁ ସ୍ତ୍ରୀ ରୂପରେ ଗ୍ରହଣ ନକରିବା ପର୍ଯ୍ୟନ୍ତ ସେ ସେମିତି ତାଙ୍କ ଘର ଆଗରେ ଧାରଣାରେ ବସି ରହିବେ ବୋଲି ଦୀପିକା କହିଛନ୍ତି । ଏହା ସହ ସେ କେବଳ ତାଙ୍କ ପାଇଁ ନୁହେଁ ଉଭୟଙ୍କ ସମ୍ପର୍କରେ ଜନ୍ମ ହୋଇଥିବା ସେହି ୧୮ ମାସର ଶିଶୁ ପୁତ୍ର ନିମନ୍ତେ ନ୍ୟାୟ ମାଗୁଥିବା ସେ କହିଛନ୍ତି । କିନ୍ତୁ ତାଙ୍କୁ ଓ ତାଙ୍କ ପୁଅଙ୍କୁ ନ୍ୟାୟ ଦେବା ବଦଳରେ ଟଙ୍କା ଦେଇ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି ବୋଲି ଦୀପିକା ଅଭିଯୋଗ କରିଥିଲେ । ଯେଉଁ ପର୍ଯ୍ୟନ୍ତ ତାଙ୍କ ପୁତ୍ରଙ୍କୁ ବାପାର ପରିଚୟ ନମିଳୁଛି ସେହି ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି କହିଛନ୍ତି । ସୂଚନାଯ୍ୟୋ ଯେ ଗତ ୨୦୨୦ ମସିହାରେ କେ. ଦିନେଶ କୁମାରଙ୍କ ସହ କେ. ଦୀପିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଦିନେଶ ତାଙ୍କୁ ବିବାହ କରିବାକୁ କହି ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ବେଳେ ପରେ ବିବାହ କରିନଥିଲେ । ଏନେ ଦୀପିକା ଟାଉନ ଥାନାରେ ଅଭିଯୋଗ ପୁଲିସ ଦିନେଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ଏଥି ମଧ୍ୟରେ ଦୀପିକାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଦିନେଶଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପୁଅ ଜନ୍ମ ହୋଇଛି । ଏହାକୁ ପ୍ରମାଣ କରିବା ପାଇଁ କୋର୍ଟଙ୍କ ଅନୁମତି ପ୍ରକାରେ କେ. ଦୀପିକା ଓ ଦୀନେଶଙ୍କ ଡିଏନ୍‌ଏ ପରୀକ୍ଷା କରାଯାଇଥିଲା । କିନ୍ତୁ ଦିନେଶ ଅନ୍ୟତ୍ର ବିବାହ କରୁଥିବା ଶୁଣି ଦୀପିକା ଆସି ତାଙ୍କ ଘର ଆଗରେ ଧାରଣା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking