26.1 C
Bhubaneswar
Friday, March 29, 2024
Homeଓଡିଶାକଣ୍ଟନମେଣ୍ଟ ଜୋନ ଘୋଷଣା

କଣ୍ଟନମେଣ୍ଟ ଜୋନ ଘୋଷଣା

ଯାଜପୁର : ଯାଜପୁର ଆଜି ଜିଲ୍ଲା ରେ ତିନୋ ଟି  କରୋନା ରୋଗୀ ଚି଼ହ୍ନଟ  ପରେ କଂଟନମେଣ୍ଟ ଜୋନ  ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟ ରୁ  ବଡ଼ଚଣା ବ୍ଲକ ରୁ ଜଣେ ଦିଲ୍ଲୀ ଫେରନ୍ତା କୋରାଇ ବ୍ଲକ ରୁ ଜଣେ ତାମିଲନାଡୁ ଫେରନ୍ତା ଓ ଯାଜପୁର ବ୍ଲକ ରୁ ଜଣେ ସୁରତ ଫେରନ୍ତା ସୂଚନା ମିଳିଛି ।  ଯାଜପୁର ଜିଲ୍ଲା ପାଳ ଶ୍ରୀ ରଞ୍ଜନ କୁମାର ଦାସ କୋରାଇ ବ୍ଲକ ଅନ୍ତର୍ଗତ ପାଣିକୋଇଲି ଥାନା କରଦା ପଞ୍ଚାୟତ ର ପଳସା ଆମ୍ବଗଡ଼ି ଓ ଯାଜପୁର ବ୍ଲକ ଅନ୍ତର୍ଗତ ଯାଜପୁର ସଦର ଥାନା ର ଇରାବଙ୍କ ପରମଣିକ ସାହି କୁ ଆଜି ସକାଳ ୭ ତା ୧୨. ୬. ୨୦ ରିଖ ଠାରୁ ସକାଳ ୭  ତା ୨୬. ୬. ୨୦ ରିଖ ପର୍ଯନ୍ତ କଣ୍ଟନମେଣ୍ଟ ଜୋନ ଭାବେ ଘେଷଣା କରାଯାଇଛି । ଯାଜପୁର ବ୍ଲକ ଇରାବଙ୍କ  ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଯାଜପୁର ପାଇଁ  ତହସିଲଦାର ସୁଶାନ୍ତ କୁମାର ପତି, ସୌରଭ ଚକ୍ରବତୀ ବିଡ଼ିଓ ଯାଜପୁର, ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାର ଡ଼କ୍ଟର ଆଲୋକନାଥ ସାମଲ ଓ ଯାଜପୁର ଥାନା ଅଧିକାରୀ ବଂଶୀଧର ବେହେରା ଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ସେହି ପରି କୋରାଇ ବ୍ଲକ ପାଇଁ ବ୍ୟାସନଗର ତହସିଲଦାର ଶରତକୁମାର ମହାପାତ୍ର କୋରାଇ ବିଡ଼ିଓ ଶ୍ଵେତା ସିଗଦ୍ଧା, କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ହିମାଂଶୁ ଶେଖର କୁମାର, ପାଣିକୋଇଲି ଥାନା ଅଧିକାରୀ ଏକେ  ଜେନା ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking