ସିନାପାଲ : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତକୁ କଣ୍ଟେନ୍ ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି । କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ଷୀରମତି ମାଝୀ ୧୩ମଇରୁ ୧୯ମଇ ତଥା ୭ଦିନ ପର୍ଯ୍ୟନ୍ତ କଣ୍ଟେନ୍ ମେଣ୍ଟ୍ ଜୋନ ଭାବେ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ବ୍ୟବସାୟୀକ ଅନୁଷ୍ଠାନ, ସରକାରୀ ବେସରକାରୀ ଅନୁଷ୍ଠାନ, ସ୍ୱାସ୍ଥ୍ୟସେବା ବ୍ୟତୀତ ସମସ୍ତ ଯାତାୟାତ ବନ୍ଦ ରହିବ । କୋଭିଡ ନିୟମ ଖିଲାପକାରୀଙ୍କୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । କେନ୍ଦୁମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ବେହେରା, ସିନାପାଲି ବିଡିଓ ସଦାଶିବ ନାଏକ, ତହସିଲଦାର ଲୋକନାଥ ଶବର, ଉପସ୍ଥିତ ରହିଥିବା ବେଳେ ଡାକ୍ତର ଭୌରବ ପାଣିଗ୍ରାହୀଙ୍କ ନେତୃତ୍ୱ ଏକ ଡାକ୍ତର ଟିମ ଯାଇ ଉପସ୍ଥିତ ଅଧିକାରୀଙ୍କ ସହ କରୋନା ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ଘର ଘର ଯାଇ ତାଙ୍କ ସ୍ୱାସ୍ଥ୍ୟବ୍ୟସ୍ଥା ପଚାରି ବୁଝିଥିଲେ । କେନ୍ଦୁମୁଣ୍ଡା ଓ ଧିଙ୍ଗିଆମୁଣ୍ଡା ଗ୍ରାମରେ ଉପସ୍ଥିତ ଅଧିକାରୀ ସହ ଅନ୍ୟାନ୍ୟ କର୍ମଚାରୀ ରହି କରୋନା ସଚେତନତା କରିଥିଲେ । ମୁହରେ ମାସ୍କ ଲଗାଇବା ସାବୁନରେ ହାତ ଧୋଇବା ଜରୁରୀକାଳୀନ ନଥିଲେ ଘରୁ ନବାହାରିବା ନେଇ ସଚେତନ କରିଥିଲେ ।