37.1 C
Bhubaneswar
Thursday, March 28, 2024
Homeଓଡିଶାଉମରକୋଟର ଦୁଇଟି ଗାଁ’କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

ଉମରକୋଟର ଦୁଇଟି ଗାଁ’କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର : ଉମରକୋଟର ଦୁଇଟି ଗାଁ’କୁ କଣ୍ଟେମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର କାରଗାଁ’ମାଝିସାହି ଓ ଭଣ୍ଡାରୀଗୁଡ଼ା ଟିଏମ୍‌ସିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଗତକାଲିଠୁ ଆସନ୍ତା ୨୭ ତାରିଖା ଯାଏଁ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ଅଂଚଳରୁ ଜଣେ କରୋନା ପିଜିଟିଭ୍ ଚିହ୍ନଟ ହେବାପରେ ଏପରି ପଦକ୍ଷେପ ନିଆଯାଇଛି ।  ନବରଙ୍ଗପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଂଚିଛି । ସେଥିମଧ୍ୟରୁ ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୦ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ାରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ତା’ର କାୟା ବିସ୍ତାର କରି ସାରିଲାଣି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଳାଗିଛି । ବତ୍ତର୍ମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮୫୬କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୧୨ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ ୩୫୩୪ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୧୩୦୬ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ଆଉ ୪ଜଣ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଛି । ହେଲେ ସେମାନେ କରୋନା ଯୋଗୁ ମୃତ୍ୟୁ ହୋଇନାହିଁ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking