ଭୁବନେଶ୍ୱର : ଭୁବନେଶ୍ୱର ରେ ବିଧାୟକ କ୍ୱାଟର୍ସ ନିର୍ମାଣ ପାଇଁ ଗଛକଟା ମାମଲା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ । ସବୁ କିଛି ଆଇନ ଅନୁସାରେ ହେଉଥିବା ଜବାବ ରେ ଉଲ୍ଲେଖ । ପ୍ରତି ଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସେପ୍ଟେମ୍ବର ୭ ରେ ମାମଲାର ପରବର୍ତ୍ତୀ ଶୁଣାଣି । ସୂଚନା ଅନୁଯାୟୀ, ବିଧାୟକଙ୍କ କ୍ୱାର୍ଟସ ନିର୍ମାଣ ପାଇଁ ବଳି ପଡୁଥିଲା ହଜାର ହଜାର ଗଛ । ଗଛ କଟା କୁ ନେଇ ଚାରିଆଡୁ ବିରୋଧ କରାଯାଇଥିଲା ।