33.1 C
Bhubaneswar
Wednesday, April 24, 2024
Homeଓଡିଶାମହଙ୍ଗା ପଡ଼ିଲା ମଦ ପିଇ ଡ୍ୟୁଟି କରିବା : ଭିଡିଓ ଭାଇରାଲ ପରେ କନଷ୍ଟେବଳ ନିଲମ୍ବିତ

ମହଙ୍ଗା ପଡ଼ିଲା ମଦ ପିଇ ଡ୍ୟୁଟି କରିବା : ଭିଡିଓ ଭାଇରାଲ ପରେ କନଷ୍ଟେବଳ ନିଲମ୍ବିତ

ଢେଙ୍କାନାଳ : ମଦ ପିଇ ଡ଼୍ୟୁଟି କରିବା ଜଣେ ପୁଲିସ କନଷ୍ଟେବଳଙ୍କ ପାଇଁ ମହଙ୍ଗା ପଡିଛି । ଲୋକଙ୍କ ହାତରେ ସେ ଧରାପଡି ହଟହଟା ହେବା ପରେ ଉକ୍ତ ଭିଡିଓ ଭାଇରାଲ ହେବାରୁ ସମ୍ପୃୃକ୍ତ କନଷ୍ଟେବଳଙ୍କୁ ଏସ୍‌ପି ନିଲମ୍ବିତ କରିଛନ୍ତି । ସମ୍ପୃକ୍ତ ଓଏପିଏଫ କନଷ୍ଟେବଳ ଜଣଙ୍କ ହେଉଛନ୍ତି ଶଙ୍କର ପ୍ରଧାନ । ସେ ଢେଙ୍କାନାଳ ଟାଉନ ଥାନାରେ କାର୍ଯ୍ୟ କରୁଥିଲେ । ତାଙ୍କ ଘର ଗଜପତି ଜିଲ୍ଲାରେ ବୋଲି ଜଣାପଡିଛି । ଶନିବାର ରାତିରେ କନଷ୍ଟେବଳ ଶଙ୍କର ଡ଼୍ୟୁଟି କରୁଥିଲେ । ସେ ଏକ ଦୁଇଚକିଆ ଆପାଚି ଗାଡିରେ ସହରର ବିଭିନ୍ନ ସ୍ଥାନ ଘୁରି ବୁଲୁଥିଲେ । ଢେଙ୍କାନାଳ ସହର ଦୁର୍ଗା ବଜାର କୋର୍ଟ ଛକ ନିକଟରେ ଜଣେ ଗାଡିବାଲାକୁ ଅଟକାଇ ଟ୍ରାଫିକ ଥାନା ଅଧିକାରୀ କର ବାବୁଙ୍କ ନାମ ନେଇ ୭ ହଜାର ଟଙ୍କା ଦାବି କରିଥିଲେ । କନଷ୍ଟେବଳ ଶଙ୍କର ଏତେ ମଦ ପିଇଥିଲେ ଯେ ନିଜେ ପ୍ରକୃତିସ୍ଥ ଅବସ୍ଥାରେ ନ ଥିଲେ । ମଦ୍ୟପ କନଷ୍ଟେବଳଙ୍କ ଆଚରଣ ଉଗ୍ର ହେବାରୁ ଲୋକେ ରୁଣ୍ଢ ହୋଇଯାଇଥିଲେ । ପୁଲିସ ପୋଷାକରେ ଥାଇ ଡ଼୍ୟୁଟି କରୁଥିବା ବେଳେ କାହିଁକି ମଦ ପିଇଛ ବୋଲି କିଛି ଯୁବକ ତାଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ ମୁଁ ମଦ ପିଇଛି, ସବୁବେଳେ ପିଏ, ମଦ ନ ପିଇଲେ ମରିଯିବି ବୋଲି ଲୋକଙ୍କୁ ପାଲଟା ଜବାବ ଦେଇଥିଲେ । ଏହିସବୁ ଘଟଣା ସେଠାରେ ଉପସ୍ଥିତ ପ୍ରତ୍ୟେକ୍ଷଦର୍ଶୀ ମୋବାଇଲରେ ରେକର୍ଡିଂ କରିଦେଇଥିଲେ । ରବିବାର ଏହି ଭିଡିଓ ଭାଇରାଲ ହେବାରେ ପୁଲିସକୁ ଢେର ନିନ୍ଦିତ ହେବାକୁ ପଡିଥିଲା । ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍‌ସଙ୍କ ନଜରକୁ ଏହା ଆସିବା ପରେ ସେ ପ୍ରାଥମିକ ତଦନ୍ତ କରି ଘଟଣାର ସତ୍ୟତା ଜାଣି ପାରିଥିଲେ । ତୁରନ୍ତ ଉକ୍ତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଓଏପିଏଫ କର୍ତ୍ତୃପକ୍ଷଙ୍କୁ କନଷ୍ଟେବଳଙ୍କ କାରନାମା ସମ୍ପର୍କରେ ଅବଗତ କରିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking