କଂଗ୍ରେସ ର ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗୀର  : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନା ରେ ପର୍ଯ୍ୟାୟ କ୍ରମେ ଜିଲ୍ଲା କଂଗ୍ରେସ ଦଳ ଓ ଛାତ୍ର କଂଗ୍ରେସ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯୀବା ସହ ରଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରଥମେ ଜିଲ୍ଲା କଂଗ୍ରେସ ଦଳ ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର ଙ୍କ ନେତ୍ୃତ୍ୱରେ ମୋଦି ସରକାର ଆଣୀଥିବା ତିନୋଟି କୃଷକ ବିରୋଧୀ କୃଷୀ ବିଲ ବିିରୁଦ୍ଧରେ ଧାରଣା ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଏହି ତିନୋଟି କୃଷକ ବିରୋଧି ବିଲ ମାଧ୍ୟମରେ ମୋଦି ସରକାର ଆଜି ପୁଣୀ ଥରେ ସ୍ୱାଧିନତା ପୂର୍ବବର୍ତ୍ତି ଜମିଦାରି ପ୍ରଥାକୁ ଜୋରଜବରଦସ୍ତ ଦେଶବାସୀଙ୍କ ଉପରେ ଲଦି ଦେବାକୁ ଯାଉଛନ୍ତି । ଦେଶର ୬୨କୋଟି କୃଷକ ଏବଂ କୃଷି ଶ୍ରମିକ ଦେଶସାରା ଏହି ବିଲ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି । କିନ୍ତୁ କ୍ଷମତାରେ ଅନ୍ଧ ମୋଦି ସରକାର ଦେଶର ମୁଷ୍ଟିମେୟ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ ସାରା ଦେଶର ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯାଉଛି । ମୋଦୀ ସରକାର ସଂସଦରେ ନିଜର ସଂଖ୍ୟା ଗରିଷ୍ଠତାର ବେଆଇନ ପ୍ରୟୋଗ କରି ଦେଶର ସଙ୍ଘିୟ ବ୍ୟବସ୍ଥାକୁ ଅପଦସ୍ତ କରୁଛି ଆହୁରି ମଧ୍ୟ ମଣ୍ଡିପ୍ରଥା ଫସଲର ସର୍ବନିମ୍ନ ମୁଲ୍ୟକୁ ସମ୍ପୁର୍ଣ୍ଣ ଭାବରେ ଏହି ବିଲରେ ଅଣଦେଖା କରାଯାଉଛି । ଏଣୁ ଏହି ବିଲକୁ ତୁରନ୍ତ ପ୍ରତ୍ୟହାର କରିବା ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦିଆଯାଉଛି ବୋଲି ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି ।
ପରେ ପରେ ଉତ୍ତର ପ୍ରଦେଶର ହାଥ୍ରସ୍ ହୋଇଥୀବା ଗଣ ଦୁଷ୍କର୍ମ ଓ ବର୍ବର ହତ୍ୟା ଘଟଣା ତଥା ପିଡିତ ପରିବାର ର ଦଃୁଖ ଦୁର୍ଦ୍ଦଶା ବୁଝିବା ପାଇଁ ଯାଉଥୀବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ପୋଲିସ ର ବେଆଇନ ରୋକ ତଥା ଠେଲା ପେଲା ଘଟଣା ର ବିରୋଧରେ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉତ୍ତର ପ୍ରଦେଶ ପୋଲିସ ପୋଲିସ ଦଳୀତ ମହିଳା ଉପରେ ହୋଇଥୀବା ବର୍ବର କାଣ୍ଡକୁ ଚାପି ଦେବା ଉଦ୍ୟମରେ ନିର୍ମମ ଭାବରେ ବଳ ପ୍ରୟୋଗ କରି ରାହୁଲ ଗାନ୍ଧୀଙ୍କୁ ଠେଲା ପେଲା କରିବା ସହ ଏକ ଅପ୍ରତିକର ପରିସି୍ଥତି ସୃଷ୍ଟି କରିଥିଲା ବୋଲି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଅଭୀଯୋଗ କରିଥୀଲେ । ତବେ ଏହି ଘଟଣା ର ନ୍ୟାୟିକ ତଦନ୍ତ କରାଯାଉ ବୋଲି ଛାତ୍ର କଂଗ୍ରେସ ଦାବି କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥଙ୍କ ଫଟୋଚିତ୍ର ଦାହ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ତଥା ଛାତ୍ର କଂଗ୍ରେସ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here