40.1 C
Bhubaneswar
Thursday, April 25, 2024
Homeଓଡିଶା*ରାଜ୍ୟ ସରକାର ଲୋକାୟୁକ୍ତ କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି :...

*ରାଜ୍ୟ ସରକାର ଲୋକାୟୁକ୍ତ କୁ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରିବାର ଅପଚେଷ୍ଟା କରୁଛନ୍ତି : କଂଗ୍ରେସ*

 

ଭୁବନେଶ୍ୱର – ଓଡ଼ିଶା ସରକାରଙ୍କର କୋଭିଡ଼ ପରିଚାଳନା ସମୟରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ଦ୍ୱାରା କିଣାଯାଇଥିବା ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଅଭିଯୋଗ ଆଣି କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ସୁଦର୍ଶନ ଦାସ ଯେଉଁ ଅଭିଯୋଗ ଲୋକାୟୁକ୍ତ ଙ୍କ ପାଖରେ ରଖିଥିଲେ ତା’ର ଅଜି ଶୁଣାଣି ହୋଇଛି l ବ୍ୟକ୍ତିଗତ ଭାବରେ ଶିଳ୍ପ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା ଓ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତ ଙ୍କ ପାଖରେ ହାଜିର ହେବା ସହିତ ଲିଖିତ ଉତ୍ତର ରଖିଛନ୍ତି l ଏହା ପୂର୍ବରୁ ଅଗଷ୍ଟ ୧୧ ତାରିଖରେ ମାନ୍ୟବର ଲୋକାୟୁକ୍ତ ଏହି ଅଫିସର ଦ୍ୱୟଙ୍କୁ ବ୍ୟକ୍ତିଗତ ଭାବରେ ହାଜିର ହେବା ସହିତ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ , ମାତ୍ର ତାକୁ ବେଖାତିର କରି ଅଗଷ୍ଟ ୧୧ ସେମାନେ ହାଜିର ହୋଇନଥିଲେ କିମ୍ବା ଉତ୍ତର ମଧ୍ୟ ରଖିନଥିଲେ l ସେଥିରେ ବିରକ୍ତି ପ୍ରକାଶ କରିବା ସହିତ ଅଜି ସେପ୍ଟେମ୍ବର ୧୪ ତାରିଖରେ ସେମାନଙ୍କୁ ହାଜିର ହେବା ସହିତ ଉତ୍ତର ନଦେଲେ ଲୋକାୟୁକ୍ତ ଏକତରଫା ଭାବରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେବା ପରେ ଏହି ଅଫିସର ଦ୍ୱୟ ଆଜି ବ୍ୟକ୍ତିଗତ ଭାବରେ ହାଜିର ହୋଇ ସେମାନଙ୍କ ଉତ୍ତର ରଖିଛନ୍ତି l

ଲୋକାୟୁକ୍ତଙ୍କ ପାଖରେ ସରକାର ଯେଉଁ ଉତ୍ତର ରଖିଛନ୍ତି ତାହା ବିଭ୍ରାନ୍ତିକର ଓ ସତ୍ୟ ଉପରେ ଆଧାରିତ ନୁହଁ ବୋଲି କଂଗ୍ରେସ ତରଫରୁ ଅଭିଯୋଗକାରୀ ଶ୍ରୀ ଦାସ ମନ୍ତବ୍ୟ ଦେଇଛନ୍ତି l ଉତ୍ତରରେ କୁହାଯାଇଛି ମାର୍ଚ୍ଚ ମାସରେ ମାସ୍କର ଯୋଗାଣ ଏବଂ ଆବଶ୍ୟକତା ଭିତରେ ବହୁତ ଫରକ ଥିଲା ଏବଂ ମାସ୍କ ସହଜରେ ମିଳୁନଥିଲା l ଏପରିକି ମାସ୍କ ମଧ୍ୟ ବଜାରରେ ମିଳୁନଥିଲା l ସେଥିପାଇଁ ସେମାନେ ୧୬ ଟଙ୍କାରେ ମାସ୍କ କିଣିବାକୁ ବାଧ୍ୟ ହୋଇଥିଲେ l ଏପରିକି ପଶ୍ଚିମବଙ୍ଗ ଓ ଗୁଜରାଟ ୨୦ ଟଙ୍କା ଓ ୨୧ ଟଙ୍କାରେ ମାସ୍କ କିଣିଛନ୍ତି ବୋଲି ସେମାନେ ଉଲ୍ଲେଖ କରିଛନ୍ତି l କିନ୍ତୁ ଯେତେବେଳେ ଓଡ଼ିଶା ସରକାର ଟ୍ରିପଲ ଲେୟାର ମାସ୍କକୁ ୧୬ ଟଙ୍କାରେ କିଣିଛନ୍ତି ସେହି ସମୟରେ ଦିଲ୍ଲୀ , ପୁଡ଼ୁଚେରି , ଆଣ୍ଡାମାନ ନିକୋବର , ଗୁଜରାଟ ପ୍ରଭୃତି ରାଜ୍ୟ ଯଥାକ୍ରମେ ୮.୪୭ ପଇସା , ୭.୮୮ ପଇସା , ୭.୫୦ ପଇସା , ୨.୪୦ ପଇସା ଓ ୧.୩୦ ପଇସା ରେ କିଣିଥିଲେ l ଏକଥା ଅଭିଯୋଗକାରୀ ତାଙ୍କର ପିଟିସନରେ ଦର୍ଶାଇଥିଲେ ମଧ୍ୟ ସରକାରୀ ଅଫିସର ଦ୍ୱୟ ତା’ର କୌଣସି ଜବାବ ଦେଇ ନାହାନ୍ତି l ଶ୍ରୀ ବିଷ୍ଣୁ ଡ଼ିସପୋଯାଲ ପ୍ରାଇଭେଟ ଲିମିଟେଡ଼ ଠାରୁ ୧୬ ଟଙ୍କାରେ ମାସ୍କ କିଣିବା ପଛରେ କେନ୍ଦ୍ର ସରକାରଙ୍କର ନୋଟିଫିକେସନ ଆଧାରରେ କିଣା ଯାଇଛି ବୋଲି ଉତ୍ତର ଯାହା ସେମାନେ ଦର୍ଶାଇଛନ୍ତି ତାହା ବିଭ୍ରାନ୍ତିକର l କାରଣ କେନ୍ଦ୍ର ସରକାରଙ୍କ ର ଏହି ଚିଠି ମୁତାବକ ପ୍ରତି ମାସ୍କ ପିଛା ଯେଉଁ ଦର ଧାର୍ଯ୍ୟ କରିଥିଲେ ତାହା ଖୁଚୁରା ବିକ୍ରି ପାଇଁ ଉଦ୍ଦିଷ୍ଟ ପାଇକାରୀ ପାଇଁ ନୁହଁ l ମାସ୍କ ପିଛା ଖୁଚୁରା ଦର ୧୬ ଟଙ୍କା ମୂଲ୍ୟ ଯଦି କେନ୍ଦ୍ର ସରକାର ଧାର୍ଯ୍ୟ କରିଥିଲେ ତେବେ ଓଡ଼ିଶା ସରକାର ୩୦ ଲକ୍ଷ ମାସ୍କ କିଣିଲାବେଳେ କାହିଁକି ମୂଲଚାଲ କରିଲେ ନାହିଁ ତାହା ବଡ଼ ପ୍ରଶ୍ନବାଚୀ l ଯାହା ସରକାରଙ୍କର ବାବୁ ମାନେ ଉତ୍ତର ଦେବାରେ ସକ୍ଷମ ହୋଇନାହାନ୍ତି l

ପିପିଇ କିଟ , ଆରଟିପିସିଆର ମେସିନ ଓ କିଟ , ନେବୁଲାଇଜର , ସାନିଟାଇଜର ଇତ୍ୟାଦି କିଣାରେ ଅନିୟମିତତା ସମ୍ପର୍କରେ ଯେଉଁ ଅଭିଯୋଗ ଶ୍ରୀ ଦାସ କରିଥିଲେ ତା’ର ମଧ୍ୟ ଯଥାଯଥ ଉତ୍ତର ନଦେଇ ଅନେକ ବିଭ୍ରାନ୍ତିକର ତଥ୍ୟ ଉତ୍ତରରେ ଦିଆଯାଇଛି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି l

ଆଜି ପ୍ରତିପକ୍ଷ ଯେଉଁ ଉତ୍ତର ରଖିଲେ ତା’ର ନକଲ ଅଭିଯୋଗକାରୀଙ୍କୁ ବ୍ୟକ୍ତିଗତ ଭାବରେ ଦେବା ସହିତ ଆସନ୍ତା ଅକ୍ଟୋବର ୪ ତାରିଖ କୁ ପରବର୍ତ୍ତୀ ଶୁଣାଣି କରିବାକୁ ମାନ୍ୟବର ଲୋକାୟୁକ୍ତ ତାରିଖ ଧାର୍ଯ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking