କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚୀତ ଜାତିର ଉନ୍ନତି ପାଇଁ କେବଳ ପ୍ରଚାର ଓ ମିଥ୍ୟ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଚାଲିଛନ୍ତି: ନିରଞ୍ଜନ

ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗର କାର୍ଯ୍ୟକାରୀ କମିଟି ବୈଠକ
ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପିସିସି ଅନୁସୂଚୀତ ଜାତି ବିଭାଗର
ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା ସଭାପତିତ୍ୱ କରିଥିଲେ । ଏହି ବୈଠକକୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା
ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଡ. ବି. ଆର ଆମ୍ବେଦକରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ
ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶ୍ରୀ ପଟ୍ଟନାୟକ ଉପସ୍ଥିତ କର୍ମକର୍ତାମାନଙ୍କୁ
ଉଦ୍‌ବୋଧନ ଦେଇ କହିଲେ ଯେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାରଙ୍କର ଅନୁସୂଚୀତ ଜାତି
ବିଭାଗର ଲୋକମାନଙ୍କର ଉନ୍ନତି ନିମନ୍ତେ କୌଣସି ଅବଦାନ ନାହିଁ । ଆଜିବି ରାଜ୍ୟର ଅନୁସୂଚୀତ ଜାତି ଓ ଜନଜାତି
ବର୍ଗ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅବହେଳିତ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବରେ
ଯୋଗଦେଇ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଲେ ଯେ ଅନୁସୂଚୀତ ଜାତି ଓ ଜନଜାତି ମାନଙ୍କର ଉନ୍ନତି
ବିନା ଦେଶର ପ୍ରଗତି ଅସମ୍ଭବ । କଂଗ୍ରେସ ଦଳ ସର୍ବଦା ସେମାନଙ୍କର ସମସ୍ୟାକୁ ସମାଧାନ କରିବା ଦିଗରେ କାର୍ଯ୍ୟକଲେ
ଦଳ ପ୍ରତି ସେମାନଙ୍କର ଆନୁଗତ୍ୟ ରହିବ ବୋଲି କହିଥିଲେ ।
ଉଦ୍‌ବୋଧନ ଦେଇ ପିସିସି ଅନୁସୂଚୀତ ଜାତିବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା କେନ୍ଦ୍ର ବିଜେପି ସରକାର ଦଳିତ
ମାନଙ୍କର ସଂରକ୍ଷଣ ବ୍ୟବସ୍ଥାକୁ ସଂକୁଚିତ କରିବା ଏବଂ ଶିକ୍ଷାକ୍ଷେତ୍ରରେ ଦଳିତ ଛାତ୍ରଙ୍କୁ ଦିନକୁ ଟ.୧.୮୫ ପଇସା ଦେଇ
ଦଳିତ ବର୍ଗଙ୍କୁ ଉପହାସ କରୁଛନ୍ତି ଏବଂ ୟୁପିଏ ସରକାର ଅମଳରେ ଦଳିତମାନଙ୍କ ବିକାଶ ନିମନ୍ତେ ପ୍ରଣୟନ ହୋଇଥିବା
ଯୋଜନାକୁ ବନ୍ଦ କରିଦିଆଯିବା ଏ ସରକାରଙ୍କ ଦଳିତ ମାନଙ୍କ ପ୍ରତି କେତେ ଦରଦ ତାହା ସହଜରେ ଅନୁମେୟ ।
ସେହିଭଳି ରାଜ୍ୟ ସରକାର ଛାତ୍ରବୃତି ଦେଇ ପାରୁନଥିବା ବେଳେ ଦଳିତ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ।
ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ସଂରକ୍ଷଣକୁ ରାଜ୍ୟ ସରକାର ଠିକ୍ ଭାବରେ କରୁନଥିବା ଅତ୍ୟନ୍ତ କ୍ଷୋଭର ବିଷୟ । ଏ
ସଂପର୍କରେ ରାଜ୍ୟ ବା କେନ୍ଦ୍ର ସରକାର ଯଦି ବିହୀତ ପଦକ୍ଷେପ ନ ନିଅନ୍ତି ତେବେ ଆଗାମି ଦନରେ ଅନୁସୂଚୀତ ଜାତି
ବିଭାଗ ପକ୍ଷରୁ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ବେହେରା କହିଥିଲେ ।
ଆଲୋଚନାରେ ଅଂଶଗ୍ରହଣ କରି ଦଳିତ ନେତା ସର୍ବଶ୍ରୀ ପୂର୍ବତନ ବିଧାୟକ ଶ୍ରୀ ନିମାଇ ସରକାର, ହଳଧର ସେଠୀ,
ନରୋତମ ନାୟକ, ତାପସ ସେଠୀ, ମାନସ ମଲ୍ଲିକ, ଜୟନ୍ତ ଭୋଇ, ଗଜେନ୍ଦ୍ର ତନ୍ତୀ, ମାଣିକ ପ୍ରଭା, ଶିବଶଙ୍କର
ବେହେର, ଅଭିଷେକ ଦଳ ବେହେରା, ସନ୍ତୋଷ କୁମ୍ଭାର, ରଂଜନ ବେହେରା, ପ୍ରଫୁଲ୍ଲ ଦିଗଲ, ସର୍ବେଶ୍ୱର ସେଠୀ,
ଶୋଭାକର ମୁଖି, ପ୍ରତାପ ସେଠୀ, ବିଦ୍ୟାଧର ଜେନା, ପର୍ଶୁରାମ ଭକ୍ତ, ରମେଶ ବାଖ୍ୟା, ବିନୋଦ ତନ୍ତି, ବୁଲକି
ସେଠ, ତରଣୀ ବାରିକ, ଦୁର୍ଯ୍ୟେଧନ ବେହେରା, ମଂଟୁ ମଲ୍ଲିକ, ସଚ୍ଚିଦାନନ୍ଦ ନାୟକ, ଖଗେଶ୍ୱର ମଲ୍ଲିକ, ଜାନକୀ
ମଲ୍ଲିକ, ରମାକାନ୍ତ ପାତ୍ର, ଦେବୀ ପ୍ରସାଦ ସେଠୀ, ଟିକନ ବେହେରା, ନେତ୍ରାନନ୍ଦ ଦୀପ, ଗୋବିନ୍ଦ ମଲ୍ଲିକ, ପ୍ରଶାନ୍ତ
ମଲ୍ଲିକ, ନିମାଇ ଜେନା, ଶ୍ରୀଧର ବାରିକ ପ୍ରମୁଖ ଅନୁସୂଚୀତ ଜାତି ଲୋକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ କହିଥିଲେ
ଏବଂ ସଂଗଠନକୁ ସୁଦୃଢ଼ ପାଇଁ ନିଜର ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଶେଷରେ ଶ୍ରୀ ଦେବେନ୍ଦ୍ର ଦାସ ଧନ୍ୟବାଦ
ଅର୍ପଣ କରିଥିଲେ । ବୈଠକ ପ୍ରାରମ୍ଭରେ ପିସିସି ସଭାପତି ଶ୍ରୀ ନିରଞନ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ
କଂଗ୍ରେସ ଭବନ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here