34.1 C
Bhubaneswar
Friday, March 29, 2024
Homeଓଡିଶାକଂଗ୍ରେସର ବିକ୍ଷୋଭ : ବିଭାଜନକାରୀଙ୍କୁ ଓଡ଼ିଶାକୁ ପଶିବାକୁ ଦିଅ ନାହିଁ

କଂଗ୍ରେସର ବିକ୍ଷୋଭ : ବିଭାଜନକାରୀଙ୍କୁ ଓଡ଼ିଶାକୁ ପଶିବାକୁ ଦିଅ ନାହିଁ

ବଲାଙ୍ଗୀର,- ଦେଶରେ ମୋଦି-ସାହା ଯୋଡି ନିଜର ଅର୍ଥନୈତିକ ନୀତିର ବିଫଳତା ଲୁଚାଇବା ପାଇଁ ଚାରିଆଡେ ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାରେ ଲାଗିଛି । ବର୍ତ୍ତମାନର ଗୃହ ମନ୍ତ୍ରୀ ଅମିତ ସାହା ଦିଲ୍ଲୀରେ ବ୍ୟାପିଥିବା ଦଙ୍ଗାକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଥିବା ବେଳେ ଓଡିଶା ଆସି ଏଠାରେ ମଧ୍ୟ ଦିଲ୍ଲୀ ଭଳିଆ ପରିସ୍ଥିତି ଭିଆଇବା ପାଇଁ ଚେଷ୍ଟା କରୁଛନ୍ତି । ତେଣୁ ଶାନ୍ତିପ୍ରୀୟ ଓଡିଶାର ଲୋକେ ଅମିତ ସାହାଙ୍କର ଓଡିଶା ଗସ୍ତକୁ ଦୃଢ ବିରୋଧ କରନ୍ତୁ ବୋଲି ଆଜି ସ୍ଥାନୀୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ସଭାରେ ନଗର କଂଗ୍ରେସ ସଭାପତି ବୁଲୁ ଦାନି କହିଛନ୍ତି । ବୁଲୁ ଦାନିଙ୍କ ସଭାପତିତ୍ୱରେ ଏହି ବିକ୍ଷୋଭ ସଭାରେ କଂଗ୍ରେସର ବରିଷ୍ଠ ନେତା ଅସୀମ ପଟ୍ଟନାୟକ କହିଥିଲେ ଗୁଜୁରାଟର ଗୋଧରା ଭଳି ଦିଲ୍ଲୀରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ସାହାଙ୍କ ଯୋଡି ହିନ୍ଦୁ ମୁସଲିମ ଦଙ୍ଗାର ପୁନରାବୃତ୍ତି କରିଛନ୍ତି । ଦିଲ୍ଲିରେ ମଧ୍ୟ ସ୍ୱନିୟନ୍ତ୍ରିତ ପୋଲିସ ପ୍ରଶାସନ ର ଓଲଟା ଦୁରଉପେଯାଗ କରି ନିରିହ ଲୋକଙ୍କ ଧନ ଜିବନ ନଷ୍ଟ କରିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, ଅଜୟ ବାଲି, ସାନନ୍ଦ ମିଶ୍ର, ଅସୀତ ମିଶ୍ର, ପ୍ରେମ ପ୍ରକାଶ ମିଶ୍ର ଓ ଅଙ୍କିତ ସାହୁ ପ୍ରମୁଖ ମୋଦି ଓ ସାହାଙ୍କ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ମୁକାବିଲାରେ ବିଫଳ ହୋଇ ଥିବା ବେଳେ ବିଚାରକଙ୍କ ଠାରୁ ନିଜ ଦଳୀୟ କର୍ମିଙ୍କୁ ବଂଚାଇବା ଉଦ୍ଦେଶ୍ୟରେ ଜଜ ମାନଙ୍କ ବାରମ୍ବାର ବଦଳି କରୁଛନ୍ତି ବୋଲି ବିଷୋଦଗାର କରିଥିଲେ । ସେମାନେ କହିଥିଲେ ଦେଶରେ ବେକାରି ବଢିଛି, ଅର୍ଥନିତି କ୍ରମାଗତ ଭାବେ ନିମ୍ନଗାମୀ ହେଉଛି, ବ୍ୟବସାୟୀମାନେ କ୍ରମାଗତ ଭାବେ କ୍ଷତି ସହୁଛନ୍ତି, ନାରୀ ନିର୍ଯ୍ୟାତନାରେ ଲଗାମ ରହୁନି, ସେ ସବୁରୁ ଲୋକଙ୍କର ଧ୍ୟାନ ହଟାଇବା ପାଇଁ ଏମାନେ କେବଳ ଦେଶ ଭିତରେ ଧର୍ମ ଓ ଜାତି ମଧ୍ୟରେ ବିଭେଦ ସୃଷ୍ଟି କରୁଛନ୍ତି । ଉତ୍ତରପୂର୍ବ ରାଜ୍ୟର ଦଙ୍ଗା ପରିସ୍ଥିତି ନ ସୁଧୁରିଥିବା ସ୍ଥଳେ ସଦ୍ୟ ନିର୍ବାଚନ ସମାପ୍ତ ହୋଇଥିବା ଦିଲ୍ଲୀରେ ନିଜର ପରାଜୟକୁ ଏମାନେ ସହି ନ ପରି ଏଠାରେ ହିନ୍ଦୁ ମୁସଲିମ ଭିତରେ ଭୟଙ୍କର ଦଙ୍ଗା ଭିଆଇ ସାରିଛନ୍ତି । ଏ ପର୍ଯ୍ୟନ୍ତ ଏହି ଭୟାବହ ସାଂପ୍ରଦିକ ଦଙ୍ଗାରେ ୪୨ଜଣ ନିରିହ ହତ୍ୟା ଶିକାର ହୋଇଛନ୍ତି । ଏଭଳି ଏକ ଘଡିସନ୍ଦି ମହୁର୍ତ୍ତରେ ଦେଶର ଗୃହମନ୍ତ୍ରୀ ଅମିତ ସାହା ସାଂପ୍ରଦାୟିକ ଦଙ୍ଗାରୁ ଦିଲ୍ଲୀରେ ଅନ୍ୟାନ୍ୟ ଅଂଚଳକୁ ଶାନ୍ତି ଫେରାଇବା ପରିବର୍ତ୍ତେ ଓଡିଶା ଆସିବାର ରହସ୍ୟ କଣ ବୋଲି କଂଗ୍ରେସ କର୍ମକର୍ତ୍ତାମାନେ ପ୍ରଶ୍ନ କରିଥିଲେ । ସେମାନେ ଆହୁରି ମଧ୍ୟ କହିଥିଲେ ଯେ ଅମିତ ସାହାଙ୍କ ଓଡିଶା ଗସ୍ତକୁ ରାଜ୍ୟରେ କଂଗ୍ରେସ ଦଳ ଦୃଢ ବିରୋଧ କରୁଛି ଏବଂ ଓଡିଶାବାସୀଙ୍କୁ ମୋଦି ଓ ସାହାଙ୍କ ଖଳନାୟକ ଚେହେରାକୁ ଠିକ୍ ହିସାବରେ ଚିହ୍ନି ଆଗାମୀ ଦିନରେ ଏମାନଙ୍କୁ ସମ୍ପୁର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି ବକ୍ତାମାନେ କହିଥିଲେ । ତେବେ ଉଭୟ ମୋଦି ସାହାଙ୍କ ଇସ୍ତାପା ଦାବୀ କରିବା ସହ କୁଶପୁତ୍ତଳିକା ଦାହ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ମନିଷ ମିଶ୍ର, ସନ୍ତକ ବହିଦାର,ସୁଦାମ ସାହୁ, ଚନ୍ଦ୍ରମଣି ତ୍ରିପାଠି, ଝୁଲୁ ପଟ୍ଟନାୟକ, ପବିତ୍ର ବେହେରା, ସୌମ୍ୟଦିପ ସରାଫ, ସଂଜୟ ମିଶ୍ର, ହିମାଂଶୁ ନାୟକ, ସଂଜିବ ଗୁରୁ, ମଙ୍ଗଲୁ ପାଣି, ରାଜେଶ ପାତ୍ର, ଟୁନା ସାହୁ, ସୁଦର୍ଶନ ମିଶ୍ର, ଅନ୍ତ ବେହେରା, ଅନ୍ତ ମଛଖଣ୍ଡ, କୈଳାସ ମିଶ୍ର, ବ୍ରଜ ସେଠି, ଗୋବିନ୍ଦ ପଣ୍ଡା, ବିଧୁ ନାଗ, ଲୋପନ ମିଶ୍ର, କିଶୋର ଦଣ୍ଡସେନା, ମହମ୍ମଦ ଆକବର, ପ୍ରଦ୍ୟୁତ ପାଣିଗ୍ରାହୀ, ବିରେନ୍ଦ୍ର ବାଗ, ସୁକଦେବ ସାହୁ, ନାସିର ଖାନ, ରୋଶନ ମିଶ୍ର, ସୁମିତ ପଟ୍ଟନାୟକ, ଅଭିନାଶ ସାଏ, ସୁନିଲ ବେହେରା, ବିଟୁନ ସ୍ୱାଇଁ, ଅଜିତ, ପବିତ୍ର ନେପାକ, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking