39.8 C
Bhubaneswar
Thursday, April 18, 2024
Homeଓଡିଶାଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କୁ ହଟାଅ ନାରା ଦେଲେ ଜିଲ୍ଲା କଂଗ୍ରେସ

ଦୁର୍ନୀତିଗ୍ରସ୍ତ ଜିଲ୍ଲାପାଳଙ୍କୁ ହଟାଅ ନାରା ଦେଲେ ଜିଲ୍ଲା କଂଗ୍ରେସ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦୁର୍ନୀତିଗସ୍ତ ଓ ଲାଞ୍ଚୁଆ ଭଳି ଅଭିଯୋଗ କଲେ ଜିଲ୍ଲା କଂଗ୍ରେସ। ଏ ନେଇ ଆଜି ଜିଲ୍ଲା କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ ଇଙ୍ଗିତରେ ପ୍ରତେକ ମହାଦୁର୍ନୀତି ଏବଂ ଲାଞ୍ଚ କାରବାର ଚାଲିଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ମାଝୀ। ଜିଲ୍ଲାର ଅଙ୍ଗନବାଡି କର୍ମୀଙ୍କ ଠାରୁ, ବିଦ୍ୟାଳୟର ପିଲା ମାନଙ୍କୁ ପୋଷାକ ବଣ୍ଟନ, କ୍ରସରକୁ ରିନେୱାଲ ଲାଇସେନ୍ସ, କୀଟ ବଣ୍ଟନ ଏଭଳି ଅନେକ କ୍ଷେତ୍ରରେ ଜିଲ୍ଲାପାଳ ସିଧା ସଳଖ ଲାଞ୍ଚ ନେଉଥିବା ଅଭିଯୋଗ ଆଣିଛନ୍ତି ପ୍ରଦୀପ ମାଝୀ। ଗତ ସାଧାରଣ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଗାଡି ଭଡା, ହୋଟେଲ ଭଡା ଖର୍ଚ୍ଚ ବାବଦକୁ ୧କୋଟି ରୁ ଉର୍ଦ୍ଧ ଟଙ୍କା ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ଦ୍ୱାରା ପୈଠ କରାଯାଇ ନାହିଁ। ଯେଉଁ ମାଲିକ ମନେ ସ୍ୱର ଉତ୍ତୋଳନ କରୁଛନ୍ତି ଜିଲ୍ଲା ପ୍ରଶାସନ ସେମାନଙ୍କୁ ଧମକଚମକ ଦେଉଛନ୍ତି। ଏହି ଦାବି ଗୁଡିକ ଯଦି ଖୁବଶୀଘ୍ର ପୂରଣ ନକରାଗଲେ ଜାନୁଆରୀ ୧୦ ତାରିଖରେ ବିରାଟ ଆନ୍ଦୋଳନ କରି ଜିଲ୍ଳାପାଳ ଅଫିସ ଘେରାଉ କରିବେ ବୋଲି ଧମକ ଦେଇଛନ୍ତି ପ୍ରଦୀପ ମାଝୀ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking