43.9 C
Bhubaneswar
Friday, April 19, 2024
Homeରାଜନୀତିକେବିକେ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ ଡାକ୍ତର ଓ ଲ୍ୟାବ ଟେକନିସିଆନ ଙ୍କ ସ୍ଥାନାନ୍ତର କୁ...

କେବିକେ ଜିଲ୍ଲାରୁ ୧୦୦ ରୁ ଉର୍ଦ୍ଧ ଡାକ୍ତର ଓ ଲ୍ୟାବ ଟେକନିସିଆନ ଙ୍କ ସ୍ଥାନାନ୍ତର କୁ କଂଗ୍ରେସ ବିରୋଧ

କଳାହାଣ୍ଡି : ଗଞାମ କରୋନା ମୁକାବିଲା ପାଇଁ କେବିକେ ଜିଲ୍ଲା ରୁ ୧୦୦ ରୁ ଉର୍ଦ୍ଧ ଡାକ୍ତର ଓ ଲ୍ୟାବ ଟେକନିସିଆନ ଙ୍କ ସ୍ଥାନାନ୍ତର କୁ କଂଗ୍ରେସ ବିରୋଧ କରିଛି । ରାଜ୍ୟ ର ୩୦ ଟି ଜିଲ୍ଲା ରୁ ୧୦୦ ଡାକ୍ତର ନ ନେଇ ୬ ଗୋଟି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଜିଲ୍ଲା ରୁ ଡାକ୍ତର ସ୍ଥାନାନ୍ତର ଆଚଂଳିକ ବୈଷ୍ୟମତା ଏହାକୁ ପ୍ରତ୍ୟାହାର ନ କଲେ ରାଜରାସ୍ତା କୁ ଓଲ୍ଲାଇବ କଂଗ୍ରେସ
ଭବାନୀପାଟଣା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ବରିଷ୍ଠ କଂଗ୍ରେସ ନେତା ତଥା ପୁର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ , କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ,ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ରାଜ୍ୟ ସରକାର କେବଳ ଗଞାମ ପାଇଁ କେବିକେ ଜିଲ୍ଲା ରୁ ଏକାକାଳୀନ ୧୦୦ ଡାକ୍ତର ବଦଳି କୁ ତୀବ୍ର ନିନ୍ଦା କରିଛନ୍ତି । ୬ ଗୋଟି ଜିଲ୍ଲା ରେ ସରକାର ଙ୍କ ଆବଶ୍ୟକ ଡାକ୍ତର ପଦବୀ ୧୬୯୪ ରହିଥିବା ବେଳେ ସେଥିମଧ୍ୟରୁ ୮୨୮ ପଦବୀ ଖାଲି ପଡିଛି । ବର୍ତମାନ ମାତ୍ର ୮୬୬ ଡାକ୍ତର ଦ୍ୱାରା ଏହି ୬ ଜିଲ୍ଲା ର ୧ କୋଟି ଲୋକଙ୍କ ସ୍ୱାସ୍ଥ୍ୟ ସେବା ଜାରୀ ରହିଥିବା ସ୍ଥଳେ ସେଥିମଧ୍ୟରୁ ଏକକାଳୀନ ୧୦୦ ଡାକ୍ତର କୁ ଗଞାମ ନେଇଯିବା କେତେ ଦୁର ଯୁକ୍ତି ଯୁକ୍ତ ସରକାର ଜବାବ ଦିଅନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ପ୍ରଶ୍ନ ଉଠାଇଛି ।
ଏଫଭିଓ-ଆସନ୍ତା ୩୧ ତାରିଖ ମଧ୍ୟରେ ରାଜ୍ୟ ସରକାର କେବିକେ ଜିଲ୍ଲା ର ୧୦୦ ଡାକ୍ତର କୁ ପ୍ରତ୍ୟାହାର ନ କଲେ କଂଗ୍ରେସ ରାଜରାସ୍ତା କୁ ଓଲ୍ଲାଇବ । ସେହିପରି କେବିକେ ଜିଲ୍ଲା ରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଲେ ଏହାର ଦାୟୀ ସରକାର ରହିବେ ବୋଲି କଂଗ୍ରେସ ନେତା ଚେତାବନୀ ଦେଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking