37.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟକୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୦ ହଜାର କୋଟି ଅନୁଦାନ ମିଳୁ : କଂଗ୍ରେସ

ରାଜ୍ୟକୁ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ୧୦ ହଜାର କୋଟି ଅନୁଦାନ ମିଳୁ : କଂଗ୍ରେସ

ଭୁବନେଶ୍ୱର : ରେଳ ପ୍ରକଳ୍ପ ଅନୁଦାନ ପ୍ରସଙ୍ଗରେ ଗତ ବର୍ଷ ଓଡିଶା ବିଧାନସଭାରେ ଏକ ପ୍ରତିନିଧି ଦଳ ଦିଲ୍ଲୀରେ
ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ରାଜ୍ୟକୁ ଅଧିକ ଅନୁଦାନ ଦେବାକୁ ଦାବୀ ଉପସ୍ଥାପନ କରିଥିଲେ । ସଂସଦରେ ୧
ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ ରେଳମନ୍ତ୍ରୀଙ୍କୁ
ସାକ୍ଷାତ କରି ରାଜ୍ୟର ଦାବି ରଖିଥିଲେ । ଆଗାମୀ କେନ୍ଦ୍ର ବଜେଟ୍ ୨୦୨୧-୨୨ ସଂସଦରେ ଫେବୃଆରୀ ପହିଲାରେ
ଉପସ୍ଥାପନ ପାଇଁ ଧାର୍ଯ୍ୟ ହୋଇଛି । କଂଗ୍ରେସ ଦଳର ଆଶଙ୍କା ବଜେଟ୍ ଉପସ୍ଥାପନ ପୂର୍ବରୁ ରାଜ୍ୟର ଦାବି ସଠିକ୍ ଭାବେ
ଉପସ୍ଥାପିତ ହୋଇ ନପାରିଲେ ଓଡିଶାବାସୀଙ୍କୁ କ୍ଷତି ସହିବାକୁ ପଡିବ । ଏଣୁ ବଜେଟ୍ ଉପସ୍ଥାପନ ପରେ ରାଜ୍ୟ ସରକାର ଦାବି
କରି ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଅପେକ୍ଷା ବଜେଟ୍ ପୂର୍ବରୁ ସରକାର ରାଜ୍ୟକୁ କିଭଳି ଅଧିକରୁ ଅଧିକ ଅନୁଦାନ ମିଳିବ
ସେଥିପ୍ରତି କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରନ୍ତୁ । ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦିଲ୍ଲୀ ଦରବାରରେ
ଓଡିଶାର ନ୍ୟାଯ୍ୟ ସ୍ୱାର୍ଥ ଉପସ୍ଥାପନ ଲାଗି ଉଭୟ ବିଜେଡି – ବିଜେପିକୁ କଂଗ୍ରେସ ଦଳ ତରଫରୁ ଆହ୍ୱାନ କରାଯାଉଛି ।
ଓଡିଶାରୁ ପ୍ରତିବର୍ଷ ୧୫ ହଜାର କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ରେଳବାଇ ପାଉଥିବା ବେଳେ ରାଜ୍ୟର ରେଳ ବିକାଶ ଲାଗି ଆଗାମୀ
ବଜେଟ୍‌ରେ ଅତି କମ୍‌ରେ ୧୦ ହଜାର କୋଟି ଟଙ୍କା ବଜେଟ୍ ଅନୁଦାନ ଘୋଷଣା କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର
ନିଶିକାନ୍ତ ମିଶ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

କଂଗ୍ରେସର ଦାବି

୧. ଓଡିଶା ବିଧାନସଭା କମିଟି ତୁରନ୍ତ ବଜେଟ୍ ପୂର୍ବରୁ ରେଳମନ୍ତ୍ରୀଙ୍କ ନିକଟରେ ରେଳ ଅନୁଦାନ ପ୍ରସଙ୍ଗରେ ଦାବୀ
ଉପସ୍ଥାପନ କରନ୍ତୁ ।
୨. ଓଡିଶା ସରକାର ବିଧିବଦ୍ଧ ଭାବେ ରେଳ କ୍ଷେତ୍ରରେ ଅଧିକ ଅନୁଦାନ ପାଇଁ କେନ୍ଦ୍ରକୁ ଅନୁରୋଧ କରନ୍ତୁ । ରାଜ୍ୟ
ପରିବହନ ମନ୍ତ୍ରୀ ଏହି ପ୍ରସଙ୍ଗରେ ଦିଲ୍ଲୀ ଯାଇ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରନ୍ତୁ ।
୩. ରେଳ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍ ପୂର୍ବରୁ ଓଡିଶାର ସମସ୍ତ ସାଂସଦ ଏକାଠି ହୋଇ ରେଳମନ୍ତ୍ରୀଙ୍କୁ ଭେଟି ରାଜ୍ୟର
ଦାବି ଉପସ୍ଥାପନ କରନ୍ତୁ ।
୪. ୧୯୯୪-୯୫ ବର୍ଷରେ କେନ୍ଦ୍ରରେ କଂଗ୍ରେସ ସରକାର ଅମଳରେ ରେଳ ବଜେଟ୍‌ରେ ସ୍ଥାନ ପାଇଥିବା ଖୋର୍ଦ୍ଧାରୋଡ୍‌ବଲାଙ୍ଗୀର ରେଳପଥ (୨୮୯ କିମି) ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ନହେବା ଅତ୍ୟନ୍ତ ଦୁଃଖର ବିଷୟ । ପୂର୍ବ-ପଶ୍ଚିମ ଓଡିଶାକୁ
ସଂଯୋଗ କରୁଥିବା ଏହି ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉ ।
୫. ଚଳିତ ଜାନୁଆରୀ ୧୮ ରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ରାଜ୍ୟର ଅହମ୍ମଦାବାଦ ଓ ସୁରଟ ସହର ଲାଗି ମେଟ୍ରୋ ଟ୍ରେନ୍‌
ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ଦେଶର ୨୭ଟି ସହରରେ ମେଟ୍ରୋ ଟ୍ରେନ୍‌
ପହଂଚିଲାଣି । ଓଡିଶାର ଭୁବନେଶ୍ୱର ଓ କଟକ ସହର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ କୌଣସି ଅସୁବିଧା
ନାହିଁ । ବଜେଟ୍‌ରେ ଓଡିଶାର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସ୍ତାବ ଘୋଷଣା କରିବାକୁ କଂଗ୍ରେସ ଦଳ ତରଫରୁ ଦାବି
କରାଯାଉଛି ।
୬. କେନ୍ଦ୍ରରେ ୟୁପିଏ ସରକାର ଅମଳରେ ୨୦୧୧-୧୨ ରେଳ ବଜେଟ୍‌ରେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ୱାଗନ
ନିର୍ମାଣ କାରଖାନା ସ୍ଥାପନା ଲାଗି ଘୋଷଣା ହୋଇଥିଲା । ଇତି ମଧ୍ୟରେ ୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ମଧ୍ୟ
କାରଖାନା ସ୍ଥାପନା ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ । ଚଳିତ ବଜେଟ୍‌ରେ ୱାଗନ କାରଖାନା ସ୍ଥାପନ ଲାଗି ଅତି
କମ୍‌ରେ ଶହେ କୋଟି ଅନୁଦାନ ରାଶି ଘୋଷଣା କରିବାକୁ କଂଗ୍ରେସ ଦାବୀ କରୁଛି । ସେହିପରି କଳାହାଣ୍ଡି ଜିଲ୍ଲାର
ନର୍ଲା ଠାରେ ଇଲେକ୍ଟ୍ରିକ୍ ଲୋକ ମେଂଟେନାନ୍ସ ୱାର୍କସପ୍ ସ୍ଥାପନ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ କଂଗ୍ରେସ ଦଳ ଦାବି
କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking