32.1 C
Bhubaneswar
Tuesday, April 23, 2024
Homeଓଡିଶା*ବିଜୁ ବାବୁଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ନବୀନ ବାବୁଙ୍କୁ ଆଉ କେତେବର୍ଷ ଦରକାର ?...

*ବିଜୁ ବାବୁଙ୍କ ସ୍ୱପ୍ନ ପୁରଣ କରିବା ପାଇଁ ନବୀନ ବାବୁଙ୍କୁ ଆଉ କେତେବର୍ଷ ଦରକାର ? -ପଞ୍ଚାନନ କାନୁନଗୋ*

ଭୁବନେଶ୍ୱର-୨୦୦୦ ମସିହାରୁ ୨୦୨୧ ମସିହା ଭିତରେ ନିଜର ପିତା ଶ୍ରୀ ବିଜୁ ପଟ୍ଟନାୟକ ଙ୍କର ସ୍ୱପ୍ନ କୁ ପୂରଣ କରିବା ପାଇଁ ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ପରିଷଦକୁ ନିର୍ଦ୍ଧେଶ ଦେଇଛନ୍ତି।ମୂଳ କଥାଟି ନବୀନ ବାବୁ ଦୟାକରି ଓଡିଶା ବାସୀଙ୍କୁ ଜଣାଇବେ କି ବିଜୁବାବୁଙ୍କର ଓଡିଶା ବାସୀଙ୍କ ପାଇଁ କଣ ସ୍ୱପ୍ନ ଥିଲା ବା ଦେଖିଥିଲେ ଏବଂ ଏହି ୨୧ ବର୍ଷ ଭିତରେ କେଉଁ କେଉଁ ସ୍ବପ୍ନକୁ ପୂରଣ କରାଯାଇପାରିଛି ଆଉ କେଉଁ ସ୍ୱପ୍ନ ବାକି ରହିଲା ଏବଂ ତାକୁ ପୂରଣ କରିବାକୁ ଆଉ କେତେ ସମୟ ଦରକାର ବୋଲି ଅତି କ୍ଷୋଭର ସହିତ ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ।

ଆଜି ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ଯୁକ୍ତ କାନୁନଗୋ କହିଛନ୍ତି ଯେ ଯେଉଁମାନେ ବିଜୁବାବୁଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କ ମୁଁହରୁ ଗୋଟିଏ କଥା ବିଜୁବାବୁ ଚାହୁଁଥିଲେ ଓଡ଼ିଶାର ପ୍ରତ୍ୟେକ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉର୍ଣ୍ନତ ମାନର ସ୍ୱାସ୍ଥ୍ୟ ସେବା ମିଳୁ।ପ୍ରତ୍ୟେକ ପରିବାରକୁ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାୟୀ ବାସଗୃହ ମିଳିବା ଦରକାର ଏବଂ ରାଜ୍ୟର ପ୍ରତ୍ୟେକ ଯୁବକ ଓ ଯୁବତୀ କର୍ମନିଯୁକ୍ତି ସହିତ ସ୍ୱାବଲମ୍ବୀ ହେବା ଦରକାର।

ଏବେ ରାଜ୍ୟରେ ଲକ୍ଷ୍ୟ ଲକ୍ଷ ଶିକ୍ଷିତ ଯୁବକ-ଯୁବତୀ ଥାଇ ମଧ୍ୟ ଆମେ ସେମାନଙ୍କୁ କର୍ମନିଯୁକ୍ତି ଦେଉପାରିଲୁନାହିଁ କିମ୍ବା ସ୍ୱାବଲମ୍ବୀ କରିପାରିଲୁ ନାହିଁ ବରଂ ବେକାରୀ ସଂଖ୍ୟା ବହୁଗୁଣରେ ବଢିଛି ଏବଂ ବହୁ ଶିକ୍ଷିତଙ୍କୁ ସରକାରୀ ଓ ବେସରକାରୀ ଚାକିରୀରୁ ବାହାର କରିଦିଆଯାଇଛି।

ଏବେ ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କ ପାଇଁ ୮୫୯ ଅତିଥି ଶିକ୍ଷକ ନିଯୁକ୍ତି କରୁଛନ୍ତି।ଗତ ମାର୍ଚ୍ଚ ୧ ତାରିଖ ୨୦୨୧ ମସିହା,ଚିଠି ସଂଖ୍ୟା ରାଜ୍ୟ ଗଣଶିକ୍ଷା ନିର୍ଦେଶକ ରାଜ୍ୟରେ ବିଭିନ୍ନ ବିଦ୍ୟାଳୟ ମାନଙ୍କ ପାଇଁ ୧୯୮୮ ଶିକ୍ଷକ ପଦବୀ ପୂରଣ ପାଇଁ ସରକାରଙ୍କୁ ଜଣାଇଛନ୍ତି।ରାଜ୍ୟରେ ଲକ୍ଷ ଲକ୍ଷ ବି.ଇ.ଡି ଓ ଏମ.ଇ.ଡ଼ି ପାସ କରିଥିବା ପିଲାମାନେ ବେକାର ହୋଇ ବସିଛନ୍ତି।ତାଙ୍କୁ ସ୍ଥାୟୀ ନିଯୁକ୍ତି ନ କରି ଅତିଥି ଶିକ୍ଷକ ରଖିବା କଣ ବିଜୁବାବୁଙ୍କ ସ୍ୱପ୍ନ ଥିଲା କି ? ମହିଳା ମାନଙ୍କୁ ସଶକ୍ତ କରିବା ଏବଂ ପ୍ରତ୍ୟେକ ଗାଁରେ ମଦ ଦୋକାନ ଖୋଲିବା ଏବଂ ସେହି ମହିଳାଙ୍କ ପରିବାରର ପୁରୁଷମାନଙ୍କୁ ମଦୁଆ କରେଇବା ଏହା କଣ ବିଜୁବାବୁଙ୍କ ସ୍ୱପ୍ନ ଥିଲା କି ? ଯେଉଁ ଅତିଥି ଶିକ୍ଷକ ନିଯୁକ୍ତି କରାଯାଉଛନ୍ତି ସେମାନଙ୍କର ଉତ୍ତରଦାୟିତ୍ବ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ କିଭଳି ସହାୟକ ହେବ ? ରାଜ୍ୟରେ ଏବେ ସୁଦ୍ଧା ୧୧ ହଜାର ୪୧ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି।

ଆମ ରାଜ୍ୟ ଓଡିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ବହୁ ତଳେ ରହିଛି।୨୦୧୮ ମସିହା ସୁଦ୍ଧା ଗ୍ରାମାଞ୍ଚଳରେ ୧୩୧୫୪ ଜଣ ଲୋକଙ୍କ ପାଇଁ ଜଣିଏ ଡାକ୍ତର ଅଛନ୍ତି କିନ୍ତୁ ଜାତୀୟ ହାର ୧୬୬୮ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି।ଠିକ ସେହିଭଳି ଭାବରେ ଓଡିଶା ସରକାର ବାତ୍ୟା କୁ ସୁ ପରିଚାଳନା କରିବାରର ସଫଳତାକୁ ନିଜର ଶ୍ରେୟ ବୋଲି ମଣୁଛନ୍ତି।ମୁଁ ଏଠି ନକରାତ୍ମ ଟିପ୍ପଣୀ ନ କରି ମୁଁ ସରକାରଙ୍କୁ ପଚାରିବାକୁ ଚାହୁଁଛି ୭ ଟି ବାତ୍ୟା କୁ ସାମ୍ନା କଲା ପରେ ଏବଂ ୨୧ ବର୍ଷ ଭିତରେ ସରକାର କଣ ବାତ୍ୟା ପ୍ରପୀଡ଼ିତ ଜିଲ୍ଲା ମାନଙ୍କର ଲୋକମାନଙ୍କୁ ପକ୍କା ଘର ଯୋଗାଇ ଦେଇ ପାରିନାହାନ୍ତି  କି ? ଯଦି ନା ତାହେଲେ ଆଉ କେତେ ବର୍ଷ ଦରକାର ? ଯେତେସବୁ ଗଣମାଧ୍ୟମରେ ପକ୍କାଘର ବଣ୍ଟା ଯାଇଥିଲା ବୋଲି ବହୁଳ ପ୍ରଚାରିତ ହୋଇଥିଲା ସେଗୁଡିକ କଣ କାଗଜ କଲମରେ କି ? ।ସରକାର ମହୋଦୟ ଦୟାକରି କହିବେ କି ଓଡ଼ିଶାର ସାମୁଦ୍ରିକ ତଟ ରେ କେତେ ଅଞ୍ଚଳ ଘନ ଜଙ୍ଗଲ ସୃଷ୍ଟି କରାଯାଇଛି। ଓଡ଼ିଶାର ୩୦ ଟି ଜିଲ୍ଲାର ପ୍ରାଥମିକ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୯୨୦୦ ଡାକ୍ତରୀ ପଦବୀ ଫାଙ୍କା ରହିଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ଉପଖଣ୍ଡ ଚିକିତ୍ସାଳୟ କଥା ମୁଁ କହୁନାହିଁ।ତେଣୁ ଏ ସରକାର କେବଳ ପ୍ରଚାର,ପ୍ରତିଶୃତି ଓ ପ୍ରତାରଣାର ସରକାର ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ କାନୁନଗୋ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking