43.9 C
Bhubaneswar
Friday, April 19, 2024
Homeଓଡିଶାଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ହେବ, ସରକାର ଜନତାଙ୍କୁ ବୋକା ବନଉଛନ୍ତି

ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ହେବ, ସରକାର ଜନତାଙ୍କୁ ବୋକା ବନଉଛନ୍ତି

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନାର ଭୟାବହତା ଜାରି ରହିଥିବା ବେଳେ ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାଜ୍ୟ ସରକାର ଜନସାଧାରଣଙ୍କୁ ବୋକା ବନାଉଛନ୍ତି । ମୁମ୍ବାଇ ଭଳି ଓଡିଶାର ସ୍ଥିତି ଭୟାବହ ହେବ । କାରଣ ରାଜ୍ୟରେ ଏବେ ୧ ଲକ୍ଷରୁ ବେଶି କରୋନା ଆକ୍ରାନ୍ତ ହୋଇସାରିଲେଣି । ହେଲେ ସରକାର ଦୈନିକ ୩/ ୪ ହଜାର ଟେଷ୍ଟ କରୁଛନ୍ତି । ଯେଉଁ ଜାଗାରେ ଟିଏମସି ଅଛି ଏବଂ ଜଣେ ପଜେଟିଭ ବାହାରିବା ମାତ୍ରେ ସେଠାରେ ସମସ୍ତଙ୍କ ପରୀକ୍ଷା ହେବା କଥା । ହେଲେ ସରକାର କେବଳ ସେହିମାନଙ୍କର ପରୀକ୍ଷା କରୁଛନ୍ତି, ଯାହାର କିଛି ଲକ୍ଷଣ ବାହାରୁଛି । ଫଳରେ ହୀରାକୁଦ୍ ଡ୍ୟାମ୍ ପାଣି ପରିଚାଳନା ଭଳି ରାଜ୍ୟରେ ହେଉଛି କରୋନା ମନିଟରିଂ । ଦୈନିକ ଯେତିକି ପାଣି ପସୁଛି, ସେତିକି ବାହାରୁଛି। ସେହିଭଳି ଯେତିକି ରୋଗୀ ଆକ୍ରାନ୍ତ ହେଉଛନ୍ତି ସେତିକି ସୁସ୍ଥ ହେଉଛନ୍ତି। ଖାଲି ଏତିକି ନୁହେଁ ମନରେଗାରେ ଶ୍ରମିକମାନଙ୍କୁ କାମ ମଧ୍ୟ ମିଳୁନାହିଁ । ସେଥିପାଇଁ ସେମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ମନରେଗାରେ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking