40.1 C
Bhubaneswar
Thursday, April 25, 2024
Homeଓଡିଶାବିଧାୟକ ପାଣ୍ଠିରୁ ସମାଜର ବିଭିନ୍ନ ଶ୍ରେଣିକୁ ନରସିଂହଙ୍କ ରାସନ ବଣ୍ଟନ

ବିଧାୟକ ପାଣ୍ଠିରୁ ସମାଜର ବିଭିନ୍ନ ଶ୍ରେଣିକୁ ନରସିଂହଙ୍କ ରାସନ ବଣ୍ଟନ

ବଲାଙ୍ଗିର – କରୋନା ମହାମାରି ଯୋଗୁଁ ସମାଜର ବିଭିନ୍ନ ଶ୍ରେଣି ର ଲୋକେ ତାଙ୍କର ଜିବନ ଯିବିକା ହରାଇଛନ୍ତି । ବଲାଙ୍ଗିର ଭଳି ପଛୁଆ ଜିଲ୍ଲାରେ ଲୋକଙ୍କ ସାଧାରଣ ଆର୍ଥିକ ଅବସ୍ଥା ଖରାପ ଥିବାବେଳେ ଲକଡାଉନ ଯୋଗୁଁ ଏହା ଆହୁରି ଦୟନିୟ ହୋଇ ପଡିଛି । ଗରିବ ଜନସାଧାରଣଙ୍କୁ ଏଭଳି କଷ୍ଟକର ସମୟରେ କିଛି ସହାୟତା ଯୋଗାଇଦେବା ପାଇଁ ବିଭିନ୍ନ ଗୋଷ୍ଟି ର ଅନୁରୋଧ କ୍ରମେ ବିଧାୟକ ପାଣ୍ଠିରୁ ବିଭିନ୍ନ ଶ୍ରେଣୀ ଲୋକଙ୍କୁ ପର୍ଯ୍ୟାୟ କ୍ରମେ ଶୁଖିଲା ରାସନ ଯୋଗାଇ ଦିଆଯାଉଛି । ଏହି କ୍ରମରେ ସହର ତଥା ଗ୍ରାମାଞ୍ଚଳର ଟ୍ରକ ଚାଳକ, ଟେକ୍ସି, ଅଟୋ, ରିକ୍ସା ଚାଳକ, ମୋହରିର, ପୁରୋହିତ ମାନଙ୍କୁ ଶୁଖିଲା ରାସନ ଯୋଗାଇ ଦିଯାଯାଇଥିବା ସୁଚନା ମିଳିଛି । ଯେଉଁ କିଛି ଅସହାୟ ବ୍ୟକ୍ତି ମାନେ ଉପୋରୋକ୍ତ ସହାୟତାôରୁ ବଂଚିତ ହୋଇଥିଲେ, ସେମାନେ ବିଧାୟକ ନରସିଂହ ମିଶ୍ରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିବାରୁ ଆଜି ସେମାନଙ୍କୁ ମଧ୍ୟ ବିଧାୟକ ପାଣ୍ଠିରୁ ରାସନ ଯୋଗାଇ ଦିଆଯାଇଛି । ଏହି କ୍ରମରେ ସରକାରୀ ବାଳିକା ହାଇସ୍କୁଲ ଟେମ୍ପୁ ଷ୍ଟାଣ୍ଡ, ଜୟ ଭାରତ ଛକ ଟାଟା ଏସି ଷ୍ଟାଣ୍ଡ, ମାଉସିମା ମନ୍ଦିର ଟେମ୍ପୁ ଷ୍ଟାଣ୍ଡ, ସୁଦପଡା ଟେମ୍ପୁ ଷ୍ଟାଣ୍ଡ ଏବଂ ଟାଟା ଏସି ଷ୍ଟାଣ୍ଡ ର ବାକି ରହିଯାଇଛି ସମସ୍ତ ଚାଳକମାନଙ୍କୁ ରିଲିଫ୍ ଯୋଗାଇ ଦିଆଯାଇଛି । ଏହି ରାସନ ସମଗ୍ରୀରେ ୨୦ କେଜି ଚାଉଳ, ୧୦ କେଜି ଅଟା ସହିତ ଅନୁପାତିକ ଭାବେ ଖାଇବା ତେଲ, ହଳଦି, ମସଲା, ଲୁଣ, ପିଆଜ, ସୋୟାବଡି, ଡାଲି ଏବଂ ବିସ୍କୁଟ ରହିଛି । ଜିଲ୍ଲା ପ୍ରଶାସନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ରିିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ଅଜୟ ବାଲି, ଜିଲ୍ଲା ଉପ-ସଭାପତି ମନିଷ ମିଶ୍ର, ନଗର ସଭାପତି ବୁଲୁ ଦାନି, ପୂର୍ବତନ କାଉନସିଲର ସୌମ୍ୟଦିପ ସରାଫ, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ଚିଣ୍ଟୁ ପଣ୍ଡା ଏବଂ ଯୁବନେତା ଅନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking