29.1 C
Bhubaneswar
Friday, April 26, 2024
Homeଓଡିଶାଜଟଣୀ ରେ ସଫେଇ କର୍ମଚାରୀ ,ଡାକ୍ତର ଓ ସ୍ୱାସ୍ତ୍ୟକର୍ମୀଙ୍କୁ ସାନିଟାଇଜର ଓ ମାସ୍କ  ବାଣ୍ଟିଲେ ବିଧାୟକ

ଜଟଣୀ ରେ ସଫେଇ କର୍ମଚାରୀ ,ଡାକ୍ତର ଓ ସ୍ୱାସ୍ତ୍ୟକର୍ମୀଙ୍କୁ ସାନିଟାଇଜର ଓ ମାସ୍କ  ବାଣ୍ଟିଲେ ବିଧାୟକ

ଜଟଣୀ : ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଖାଦ୍ୟ ପର୍ଯ୍ୟାପ୍ତ ହେଉନାହିଁ | ଏଣୁ ଦୀର୍ଘ ୨୦ ଦିନରୁ ଉର୍ଦ୍ଧ ଦିନ ଧରି  ଜଟଣୀ ନାଗରିକ କମିଟି ପକ୍ଷରୁ କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ  ଶୁଖିଲା ଖାଦ୍ୟ ବଣ୍ଟନ ଜାରୀରଖିଥିବା ବେଳେ ଆଜି ଶ୍ରୀବତ୍ସ ପାଠାଗାର ଠାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇଥିଲେ | ଜଟଣୀ ସହରକୁ ସଫାସୁତୁରା ରଖିବାରେ ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଥିବା ସଫେଇ କର୍ମଚାରୀଙ୍କୁ    ମାସ୍କ ପିନ୍ଧିବା ,ହାତ ବାରମ୍ବାର ଧୋଇବାସହ ସାମାଜିକ ଦୂରତା କୁ ମାନି ଚଳିବା ପାଇଁ ସଚେତନ ବାର୍ତା ଦେଇଥିଲେ |ଏଥିସହ ଅତ୍ୟାବଶ୍ୟକ ସାମଗ୍ରୀ (ଆଳୁ,ପିଆଜ,ବାଇଗଣ,ତେଲ,ଅଟା, ଡାଲି, ସାବୁନ,ବିସ୍କୁଟ) ସହ ମାସ୍କ,ସାନିଟାଇଜର ଇତ୍ୟାଦି ବଣ୍ଟନ କରିଥିଲେ | ପରେ ମୁନିସିପାଲଟି ହସ୍ପିଟାଲ କୁ ଯାଇ ହସ୍ପିଟାଲ ସୁପରିଟେଣ୍ଡଟ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡା ଙ୍କ ଉପସ୍ଥିତିରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସାନିଟାଇଜର,ମାସ୍କ,ସାବୁନ ଇତ୍ୟାଦି ବଣ୍ଟନ କରିଥିଲେ।ଏହି ବଣ୍ଟନ କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ  ସୁଲୁ ରଥ,ଲିଟୁ ଶତପଥି,ସମ୍ବିତ ମଙ୍ଗରାଜ,ବାଙ୍ଗଲା ମଲିଆ,କଳିଙ୍ଗ ସାହୂ,ଏମ ଡି ନାଜିଦ, ରାଜେଦ୍ର ମହାରଣା ଉପସ୍ଥିତ ରହି ସହଯୋଗ କରିଥିଲେ |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking