26.1 C
Bhubaneswar
Friday, March 29, 2024
Homeଓଡିଶାଢ଼ିଙ୍କିଆ ବିଶୃଙ୍ଖଳା ସଂପର୍କରେ ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି ଗଠିତ

ଢ଼ିଙ୍କିଆ ବିଶୃଙ୍ଖଳା ସଂପର୍କରେ ଘଟଣାର ଅନୁଧ୍ୟାନ ପାଇଁ କଂଗ୍ରେସର ତଥ୍ୟ ଅନୁଧ୍ୟାନ କମିଟି ଗଠିତ

ଭୁବନେଶ୍ୱର – ଜଗତସିଂହପୁର ଜିଲ୍ଳାର ଢ଼ିଙ୍କିଆ ଗ୍ରାମବାସୀମାନେ ନିଜର ହକ୍ ପାଇଁ ଆନ୍ଦୋଳନ କରୁଥିବା ବେଳେ ନିରସ୍ତ୍ର ଗ୍ରାମବାସୀଙ୍କୁ ପୋଲିସ ବର୍ବରୋଚିତ ଭାବେ ଆକ୍ରମଣ କରି ଲହୁ ଲୁହାଣ କରିଛି । ବହୁ ଲୋକଙ୍କୁ ଗିରଫ କରିଛି ଏବଂ ବହୁ ପାନ ଚାଷୀଙ୍କର ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଘଟଣାର ଅନୁସନ୍ଧାନ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଏହି କମିଟିରେ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିବାବେଳେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବଶ୍ୱାଳ ଆବାହକ ଭାବରେ ରହିଛନ୍ତି । କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର ଖୁଂଟିଆ, ନଟବର ବାରିକ, ଅରିନ୍ଦମ ସର୍ଖେଲ ଏବଂ ଅଂଶୁମାନ ମହାନ୍ତି ମଧ୍ୟ ଏହି କମିଟିରେ ରହିଛନ୍ତି । ଏହି କମିଟି ଖୁବଶୀଘ୍ର ଢ଼ିଙ୍କିଆ ଅଂଚଳ ଗସ୍ତକରି ଘଟଣାର ଅନୁଧ୍ୟାନ କରିବେ ଏବଂ ଦଳର ପରବର୍ତୀ ପଦକ୍ଷେପ ସଂପର୍କରେ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାପାଇଁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ତତ୍ ସଂଗେ ସଂଗେ ଉକ୍ତ ଅଂଚଳରେ ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ଉଦ୍‌ବୋଧନ ଦେବାପାଇଁ ଏହି କମିଟିକୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking