27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକର୍ଣ୍ଣାଟକ ପରେ ଅନ୍ୟ ରାଜ୍ୟ ଉପରେ ଫୋକସ କଂଗ୍ରେସ

କର୍ଣ୍ଣାଟକ ପରେ ଅନ୍ୟ ରାଜ୍ୟ ଉପରେ ଫୋକସ କଂଗ୍ରେସ

ଜୟପୁର : କର୍ଣ୍ଣାଟକ ବିଜୟ ପରେ ଅନ୍ୟ ରାଜ୍ୟ ଉପରେ କଂଗ୍ରେସର ଫୋକସ । ଆଜି ରାଜସ୍ଥାନ କଂଗ୍ରେସର ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପିସିସି ସଭାପତି ଗୋବିନ୍ଦ ଦୋତସାରାଙ୍କ ସମେତ ବହୁ କଂଗ୍ରେସ ନେତା ।
ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ବୈଠକରେ ସାମିଲ ହୋଇ ଆସନ୍ତା ନିର୍ବାଚନରେ ଦଳର ବିଜୟ ସମ୍ପର୍କରେ ଆଲୋଚନା କରିବେ । ଏହା ସହ ରାଜ୍ୟ କଂଗ୍ରେସରେ ଥିବା ମତପାର୍ଥକ୍ୟ ଦୂର ଉପରେ ବୈଠକରେ ରହିବ ଫୋକସ ।
ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ସମ୍ପର୍କ ଠିକ୍ ନଥିବାବେଳେ ଏହି ବୈଠକରେ ସେମାନଙ୍କ ମଧ୍ୟରେ ରହିଥିବା ମତପାର୍ଥକ୍ୟ ଦୂର ଲାଗି ଚେଷ୍ଟା କରାଯିବ ବୋଲି ସୂଚନା ମିଳିଛି । ଏହା ସହ ସରକାରଙ୍କ ସଫଳତା, ମନ୍ତ୍ରୀ ଓ ବିଧାୟକଙ୍କ କାର୍ଯ୍ୟଧାରାର ରିପୋର୍ଟ, ପ୍ରମୁଖ ନିର୍ବାଚନ ପ୍ରସଙ୍ଗ, ପ୍ରାର୍ଥୀମାନଙ୍କ ନାମ ଆଗୁଆ ଘୋଷଣା ଉପରେ ଆଲୋଚନା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking