28.1 C
Bhubaneswar
Friday, March 29, 2024
Homeରାଜନୀତିଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ କଂଗ୍ରେସର ମାମଲା

ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ କଂଗ୍ରେସର ମାମଲା

      ନୂଆଦିଲ୍ଲୀ :  ରିପବ୍ଲିକ ଟିଭିର ସଂପାକୀୟ ମୁଖ୍ୟ ତଥା ଉପସ୍ଥାପକ ଅର୍ଣ୍ଣବ  ଗୋସ୍ଵାମୀଙ୍କ ବିରୋଧରେ ଆଜି ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ମାମଲା ରୁଜୁ ହୋଇଛି।କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇବା, ବିକୃତ ମନ୍ତବ୍ୟ ଦେବା ଆଦି ଅଭିଯୋଗରେ  ଉପସ୍ଥାପକ ଅର୍ଣ୍ଣବ  ଗୋସ୍ଵାମୀଙ୍କ ବିରୋଧରେ ମହାରାଷ୍ଟ୍ର, ଛତିଶଗଡ,ରାଜସ୍ଥାନ, କର୍ଣ୍ଣାଟକ ଓ  ବଲାଙ୍ଗୀର,  ଭୁବନେଶ୍ୱର  ସମେତ ବହୁ ରାଜ୍ୟରେ ଅନେକ ମାମଲା ରୁଜୁ ହୋଇଛି। ଗୋସ୍ୱାମୀଙ୍କ ମନ୍ତବ୍ୟ ଉପରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବରିଷ୍ଠ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
         କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ପୋଲିସ ଷ୍ଟେସନରେ ଗୋସ୍ୱାମୀ ବିରୁଦ୍ଧରେ ଏତଲା ଦେବା ସହିତ ତୁରନ୍ତ ଗିରଫ କରିବା ପାଇଁ ଦାବି ଜଣାଇଛନ୍ତି।
   କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଗୋସ୍ୱାମୀଙ୍କ ମନ୍ତବ୍ୟର ତୀଵ୍ର ନିନ୍ଦା କରିବା ସହିତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।
   ସୂଚନା ଅନୁଯାୟୀ କଂଗ୍ରେସ କର୍ମକର୍ତ୍ତା  ବିଭିନ୍ନ ସ୍ଥାନରେ ବିରୋଧ କରି ଅର୍ଣ୍ଣବଙ୍କ ବିରୋଧରେ  ଏତଲା ଦାୟର କରିଛନ୍ତି। ଅଭିଯୋଗ ହୋଇଛି ଯେ, ଲାଇଭ ସୋ’ରେ ଅର୍ଣ୍ଣବ ଗୋସ୍ଵାମୀ ବିନା ଆଧାରରେ ଏବଂ ବିନା ତଥ୍ୟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଆରୋପ ଲଗାଉଛନ୍ତି। ସେ  ବାସ୍ତବ ତଥ୍ୟକୁ ଭୁଲ ଭାବେ ଚିତ୍ରଣ କରୁଛନ୍ତି। କଟୁ ମନ୍ତବ୍ୟ ଦେବା ସହ ବକ୍ତବ୍ୟକୁ ବିକୃତ କରୁଛନ୍ତି।
 ରାୟପୁରରେ ଅର୍ଣ୍ଣବଙ୍କ ବିରୋଧରେ କଂଗ୍ରେସ କର୍ମକର୍ତ୍ତା ଧାରା ୫୦୫, ୫୦୪, ୧୮୮, ୨୯୦ ଆଧାରରେ ମାମଲା ରୁଜୁ କରିଛନ୍ତି। ଏହା ସହିତ କଂଗ୍ରେସ କର୍ମକର୍ତ୍ତା ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅର୍ଣ୍ଣବ ନିକଟରେ ପାଲଘରରେ ଭିଡ ଦ୍ଵାରା ସାଧୁଙ୍କ ହତ୍ୟା ଘଟଣାକୁ ବିରୋଧ କରି ଏଡିଟର୍ସ ଗିଲ୍ଡରୁ ଇସ୍ତଫା ଦେଇଥିଲେ।ନିକଟରେ ମୁମ୍ବାଇର ପାଲଘରରେ ଘଟି ଥିବା ମବ ଲିଚିଂ ଘଟଣାକୁ ନେଇ ରିପ୍ଲବିକ ଟିଭିର ସଂପାଦକ ଅର୍ଣ୍ଣବ ଗୋସ୍ଵାମୀ ପରୋକ୍ଷ ଭାବେ ସୋନିଆ ଗାନ୍ଧୀଙ୍କୁ ଦୋଷୀ ଭାବେ ଚିତ୍ରଣ କରିଥିଲେ। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଅର୍ଣ୍ଣବଙ୍କ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ଅନେକ ଲୋକ ଅର୍ଣ୍ଣବ ଗୋସ୍ଵାମୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking