28.1 C
Bhubaneswar
Friday, March 29, 2024
Homeଓଡିଶାସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟି ଗଠନ ଧର୍ମକୁ ଆଖିଠାର – କିଷାନ କଂଗ୍ରେସ

ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟି ଗଠନ ଧର୍ମକୁ ଆଖିଠାର – କିଷାନ କଂଗ୍ରେସ

ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟରେ ରଖି ସରକାର ତୁରନ୍ତ କୃଷି ଆଇନ୍‌କୁ ପ୍ରତ୍ୟାହାର କରନ୍ତୁ

ଭୁବନେଶ୍ୱର : ଗତକାଲି ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ତିନୋଟି କୃଷି ଆଇନ୍‌ର କାର୍ଯ୍ୟକାରିତା ଉପରେ
ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି, ଏହି ରାୟକୁ କଂଗ୍ରେସ ଦଳ ସ୍ୱାଗତ କରିବା ସହିତ ମାନ୍ୟବର ସୁପ୍ରିମ୍‌କୋର୍ଟ
ଯେଉଁ ୪ ଜଣିଆ କମିଟି ଗଠନ କରିଛନ୍ତି, ଏହା ଧର୍ମକୁ ଆଖିଠାର । ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା
ନିର୍ଦ୍ଧାରଣ ନିମନ୍ତେ ଯେଉଁ କମିଟି ଗଠନ କରାଯାଇଛି, ଏଥିରେ ଦେଶର ଚାଷୀମାନେ ଖୁସି ନୁହନ୍ତି କିମ୍ବା ଏହା ଚାଷୀଙ୍କ
ଭରଷାଯୋଗ୍ୟ ନୁହେଁ । ଏହି କମିଟିର ସମସ୍ୟମାନେ ନିକଟ ଅତୀତରେ ଏହି ତିନୋଟି କୃଷି ଆଇନ୍ ସପକ୍ଷରେ ନିଜର
ଯୁକ୍ତି ରଖିବା ସହିତ ସରକାରଙ୍କର ବୋଲକରା ସାଜିଛନ୍ତି । ଯଦି ଅଭିସନ୍ଧିମୂଳକ ଉଦ୍ଦେଶ୍ୟ ରଖା ଯାଇଥାଏ, ଏହା
ବାସ୍ତବତା ଦିଗରେ ସଫଳ ଚାବିକାଠି ନୁହେଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ
ସମ୍ମିଳନୀରେ ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ପିସିସି ମୁଖପାତ୍ର ମନୋଜ ମହାପାତ୍ର
କହିଛନ୍ତି । ସରକାର ଏହି କୃଷି ଆଇନ୍ ସଂପର୍କରେ ଯେତେ ସଫେଇ ଦେଲେ ମଧ୍ୟ ଏହା ଚାଷୀଙ୍କ ହିତ ପାଇଁ ନୁହେଁ ।
ଚାଷୀ ସଂଗଠନଗୁଡିକ ସହିତ ସରକାର ଆଠ ଆଠ ଥର ବୈଠକ କଲେଣି, ଫଳ ଶୂନ । ଫଳରେ ଦେଶର ଅନ୍ନଦାତାଙ୍କ
ଦାବି ପ୍ରତି ସଠିକ୍ ମାର୍ଗ ନିର୍ଦ୍ଧାରଣ କରାଯିବା ନିମନ୍ତେ ଗତକାଲି ସୁପ୍ରିମ୍‌କୋର୍ଟ ଏହାର କାର୍ଯ୍ୟକାରିତା ପାଇଁ ଦୁଇ ମାସ
ରୋକ୍ ଲଗାଇଛନ୍ତି । ଇତି ମଧ୍ୟରେ ଚାଷୀ ଆନ୍ଦୋଳନ ୫୦ ଦିନରେ ପହଂଚିଲାଣି । ୬୬ ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାଣ
ଗଲାଣି । ସରକାରଙ୍କର ଏଥିପ୍ରତି ତିଳେମାତ୍ର ନିଘା ବା ସମବେଦନା ନାହିଁ । ୬୨ କୋଟି କୃଷକ ପରିବାରବର୍ଗଙ୍କ ପ୍ରତି
ଚରମ ଅବହେଳା ଓ ପ୍ରତାରଣାରୁ ତୁରନ୍ତ ସରକାର କ୍ଷାନ୍ତ ରୁହନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଆସନ୍ତା ଜାନୁଆରୀ
୨୬ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଯେନତେନ ପ୍ରକାରେ ଚାଷୀଙ୍କ ଆନ୍ଦୋଳନକୁ ଚପାଇ ଦେବା
ପାଇଁ ସରକାରଙ୍କର ଏହା ଏକ ମସୁଧା ।
କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ଦେଶର ସମସ୍ତ ଚାଷୀ ସଂଗଠନ ଆନ୍ଦୋଳନ କରୁଥିବା ବେଳେ
ରାଜ୍ୟରେ ଶାସନ କରୁଥିବା ବିଜୁ ଜନତା ଦଳ କାହିଁକି ଏହି କଳା କୃଷି ଆଇନ୍ ବିରୁଦ୍ଧରେ ସ୍ୱର ଉତୋଳନ ନ କରି
ନୀରବ ରହିଛି ଏହା ଏକ ପ୍ରଶ୍ନବାଚୀ । ଏଥିରୁ ସ୍ପଷ୍ଟ ଅନୁମେୟ କୃଷକମାନଙ୍କ ପ୍ରତି ବିଜୁ ଜନତା ଦଳର କେତେ ଦରଦ?
ଲୋକସଭାରେ ଏହି ବିଲ୍‌କୁ ପାସ୍ କରିବାରେ ବିଜୁ ଜନତା ଦଳ ନରେନ୍ଦ୍ର ମୋଦିଙ୍କୁ ସହାୟତା କରିଥିଲେ । ବିଲ୍‌ଟି
ଉଭୟ ଗୃହରେ ପାସ୍ ହୋଇସାରିଲା ପରେ ଏହାକୁ ଷ୍ଟାଣ୍ଡିଂ କମିଟିକୁ ରେଫର କରିବା ପାଇଁ ଲୋକ ଦେଖାଣିଆ କହିବା
କେଉଁ ଯୁକ୍ତିଯୁକ୍ତ ଏହା ଦୟାକରି ଖୋଦ୍ ନବୀନ ବାବୁ ରାଜ୍ୟବାସୀଙ୍କ ସାମନାରେ ତଥ୍ୟ ରଖିବେ କି?
କେନ୍ଦ୍ର ସରକାର ଅବିଳମ୍ବେ ନିଃସର୍ତରେ ଏହି ତିନୋଟି କଳା କୃଷି ଆଇନ୍‌କୁ ପ୍ରତ୍ୟାହାର କରିବା ପାଇଁ ପିସିସି
କିଷାନ କଂଗ୍ରେସ ତରଫରୁ ଦାବି କରାଯାଇଛି । କଳା କୃଷି ଆଇନ୍‌ର ପ୍ରତ୍ୟାହାର ଦାବିରେ ପିସିସି କିଷାନ କଂଗ୍ରେସ
ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ କରାଯାଉଛି । ଏହି କୃଷି ଆଇନ୍‌ର
ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ କିଷାନ କଂଗ୍ରେସ ପକ୍ଷରୁ କୃଷକ ଆନ୍ଦୋଳନକୁ ରାଜ୍ୟର ପ୍ରତି ବ୍ଲକ ଓ ପଂଚାୟତ ସ୍ତରରେ
ଦୁର୍ବାର କରାଯିବ ବୋଲି ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking