26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶମଣିପୁରରେ କଂଗ୍ରେସ ଧରାଶାୟୀ

ମଣିପୁରରେ କଂଗ୍ରେସ ଧରାଶାୟୀ

ଇମ୍ଫାଲ : ମଣିପୁର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଏଥର ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁଥିବା ଟ୍ରେଣ୍ଡରୁ ଜଣାପଡିଛି । ବିଶେଷଜ୍ଞଙ୍କ ମତରେ ଅନ୍ତିମ ପରିଣାମ ପର୍ଯ୍ୟନ୍ତ ବିଜେପିକୁ ପୂର୍ଣ୍ଣ ବହୁମତ ମିଳୁ କି ନମିଳୁ ମାତ୍ର ବିଜେପି ସବୁଠୁ ବଡ ଦଳ ଭାବେ ଆର୍ବିଭାବ ହେବ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିବାକୁ ଯାଉଛି । ଦଳର ସ୍ଥିତି ଦୟନୀୟ ହେବାରେ ଲାଗିଛି । ମତଗଣନା ଅନୁଯାୟୀ, ୬୦ ସିଟ ମଧ୍ୟରୁ ବିଜେପି ୩୨ ସିଟରେ ଆଗୁଆ ରହିଥିବା ବେଳେ ଅନ୍ୟ ୨୨ ସିଟରେ ଆଗୁଆ ରହିଛନ୍ତି । କଂଗ୍ରେସ ସ୍ଥିତି ଶୋଚନୀୟ ରହିଛି ଏବଂ ଦଳ ୬ଟି ସିଟରେ ଆଗରେ ଚାଲିଛି । ଏମିତିରେ କଂଗ୍ରେସ ପାର୍ଟି ରାଜ୍ୟରେ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିପାରେ । ଏପରିକି କଂଗ୍ରେସ ପ୍ରମୁଖ ବିରୋଧୀ ଦଳର ମାନ୍ୟତା ମଧ୍ୟ ହରାଇବାର ଯଥେଷ୍ଟ ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ପି. ଶରତଚନ୍ଦ୍ରଙ୍କୁ ପ୍ରାୟ ୧୮ ହଜାର ଭୋଟରେ ହରାଇଛନ୍ତି । ହେଲେ ଆନୁଷ୍ଠାନିକ ଫଳାଫଳ ଘୋଷଣା କରାଯାଇ ନାହିଁ । ୨୦୧୭ର ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ୬୦ରୁ ୨୮ଟି ସିଟ୍ ଜିତି ସବୁଠୁ ବଡ ପାର୍ଟି ଭାବେ ଆର୍ବିଭାବ ହୋଇଥିଲା । କିନ୍ତୁ ୨୧ ସିଟ୍ ଜିତି ବିଜେପି ନ୍ୟାସନାଲ ପିପୁଲ୍ସ ପାର୍ଟି, ନାଗା ପିପୁଲ୍ସ ଫ୍ରଣ୍ଟ ଏବଂ ଲୋକ ଜନଶକ୍ତି ପାର୍ଟିର ସମର୍ଥନରେ ସରକାର ଗଢିବାକୁ ସଫଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking