18.1 C
Bhubaneswar
Thursday, December 12, 2024
Homeଓଡିଶାଅଘୋଷିତ ବିଦ୍ୟୁତ କାଟ୍ ଓ ଅହେତୁକ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ଗ୍ରୀଡ଼କୋ...

ଅଘୋଷିତ ବିଦ୍ୟୁତ କାଟ୍ ଓ ଅହେତୁକ ବିଦ୍ୟୁତ ଦେୟ ବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ଗ୍ରୀଡ଼କୋ କାର୍ଯ୍ୟାଳୟ ଠାରେ ବିକ୍ଷୋଭ

ଭୁବନେଶ୍ୱର : ବାରମ୍ବାର ବିଦ୍ୟୁତ କାଟ୍ ଓ ଅହେତକ ବିଦ୍ୟୁତ ଦର ବୃଦ୍ଧି ତଥା ବିଦ୍ୟୁତ ବିତରକ କମ୍ପାନୀ ମାନଙ୍କ ଦ୍ୱାରା ଓଡ଼ିଶାର ବିଦ୍ୟୁତ ଗ୍ରାହକଙ୍କୁ ଶୋଷଣ କରିବା ବିରୁଦ୍ଧରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ, ନେତୃବୃନ୍ଧ ଭୁବନେଶ୍ୱରସ୍ଥିତ ଗ୍ରୀଡ଼କୋ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହିତ ଗ୍ରୀଡ଼କୋ ଚେୟାରମ୍ୟାନଙ୍କ ଉଦ୍ଦ୍ୟେଶରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

ଓଡ଼ିଶା ଭାରତ ବର୍ଷର ପ୍ରଥମ ରାଜ୍ୟ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବାରେ କିନ୍ତୁ ଦୀର୍ଘ ୨୮ ବର୍ଷ ମଧ୍ୟରେ ଓଡ଼ିଶା ହେଉଛି ଭାରତ ବର୍ଷର ଏକମାତ୍ର ରାଜ୍ୟ, ଯେଉଁ ରାଜ୍ୟରେ ବିଦ୍ୟୁତ ଗ୍ରାହକଙ୍କୁ ବିତରକ କମ୍ପାନୀମାନେ ବିଭିନ୍ନ ଉପାୟରେ ଶୋଷଣ କରୁଛନ୍ତି ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସେମାନଙ୍କ ପାଇଁ ସାତ ସପନ । ଯଦିଚ ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ । ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଘନ ଘନ ଅଘୋଷିତ ବିଦ୍ୟୁତ କାଟ୍ ସହରାଂଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଏହି ଦୁଃଖକୁ ଦୁଇ ଗୁଣିତ କରିଛି । ୨୦୦୦ ମସିହା ଠାରୁ ବିଜେଡ଼ି ସରକାର ୨୦୨୩ ମସିହା ମଧ୍ୟରେ ୪୨ ହଜାର କୋଟି ଟଙ୍କା ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି । ୨୦୧୦ ମସିହାରୁ ୨୦୨୩ ମସିହା ମଧ୍ୟରେ ୨୦ ହଜାର କୋଟି ଟଙ୍କା ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ଖର୍ଚ୍ଚ ହୋଇଛି ବୋଲି ସରକାର ପ୍ରକାଶ କରିଛନ୍ତି । କିନ୍ତୁ ୫ ହଜାର କୋଟି ଟଙ୍କା ଟାଟା ପାୱାର ବିତରକ କମ୍ପାନୀକୁ ଦେଲା ପରେ ବାକି ୧୫ ହଜାର କୋଟି ଟଙ୍କା କିଏ କିଭଳି ଭାବରେ ଏବଂ କେଉଁ ସବୁ ସାମଗ୍ରୀ କିଣାଯାଇଛି ତା’ର ହିସାବ ଏ ରାଜ୍ୟର ଶକ୍ତି ବିଭାଗର ମନ୍ତ୍ରୀ, ସଚୀବ, ମୁଖ୍ୟ ଶାସନ ସଚିବ ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ଉତର ଦେଉନାହାନ୍ତି । ହଜାର ହଜାର କୋଟି ଟଙ୍କା ବିଦ୍ୟୁତ ଭିତିଭୂମି ବିକାଶ ନାମରେ ହରିଲୁଟ୍ ଏ ସରକାର କରିଛି ବୋଲି ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି । ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି ଯେ, ସରକାର ବିଗତ ୨୩ ବର୍ଷ ଭିତରେ ବିଦ୍ୟୁତ ଭିତିଭୂମି ପାଇଁ ଯେଉଁ ସବୁ ଖର୍ଚ୍ଚ କରିଛନ୍ତି ତା’ର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ବିଦ୍ୟୁତ ଦର ୟୁନିଟ୍ ପିଛା ପ୍ରଥମ ସ୍ଲାବର ୟୁନିଟ୍ ପିଛା ୨
ଟଙ୍କାକୁ ହ୍ରାସ କରନ୍ତୁ । ତତ୍‌ସହିତ ସାରା ରାଜ୍ୟରେ ଗ୍ରାହକମାନଙ୍କ ପକ୍ଷରୁ ବିଦ୍ୟୁତ ବିଲ୍ ଗୋଟିଏ ନିର୍ଦ୍ଧିଷ୍ଟ ତାରିଖରେ ଗ୍ରାହକଙ୍କୁ ପ୍ରଦାନ କରନ୍ତୁ । ବାରମ୍ବାର ବିଦ୍ୟୁତ କାଟ୍ ତୁରନ୍ତ ବନ୍ଦ କରିବା ସହିତ ଗୁଣାତ୍ମକ ବିଦ୍ୟୁତ ଯୋଗାଣକୁ ସରକାର ନିଶ୍ଚିତ କରାନ୍ତୁ । ରାଜ୍ୟର କୃଷକମାନଙ୍କୁ ରିହାତି ଦରରେ ବିଦ୍ୟୁତ ଯୋଗାଇଦେବା କଥା ଘୋଷଣାରେ ନ ରହୁ । ଏହାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ । ଯଦି ଟାଟା ପାୱାର ବକେୟା ବିଲ୍ ଆଦାୟ କରିବା ସମୟରେ ଜୋର ଜୁଲମ କରୁଛନ୍ତି, ତାହାଲେ ଆପଣଙ୍କ ଅଂଚଳର କଂଗ୍ରେସ ନେତୃବର୍ଗଙ୍କୁ ଜଣାନ୍ତୁ । ଉପରୋକ୍ତ ଦାବିକୁ ସରକାର ଯଦି ନ ମାନନ୍ତି କଂଗ୍ରେସ ଦଳ ଆସନ୍ତା ଦିନ ସାରା ରାଜ୍ୟରେ ଜିଲ୍ଲା ଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ ବିତରକ କମ୍ପାନୀ କାର୍ଯ୍ୟାଳୟ ଠାରେ ବିକ୍ଷୋଭ କରିବା ସହିତ ଜନଆନ୍ଦୋଳନ କରିବ । ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ବିଧାୟକ ଶ୍ରୀଯୁକ୍ତ ସୁରେଶ
କୁମାର ରାଉତରାୟ ଏହି ସଭାକୁ ପରିଚାଳନା କରିଥିଲେ ।ଉପସଭାପତି ଶ୍ରୀ ଶୁଭେନ୍ଦୁ ମହାନ୍ତି ସଂଚାଳନ କରିଥିଲେ । ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ଶ୍ରୀ ପ୍ରସାଦ ହରିଚନ୍ଦନ, ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ, ଗଣେଶ୍ୱର ବେହେରା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସନ୍ତୋଷ ସିଂ ସାଲୁଜା, ଯୁଧିଷ୍ଠିର ଜେନା,
ଦାଶରଥି ଗମାଙ୍ଗୋ, ସି.ଏସ୍‌. ରାଜନ ଏକ୍କା, ବନ୍ଦିତା ପରିଡ଼ା, ଗୀତାଞ୍ଜଳୀ ମହାନ୍ତି, ୟାସିର ନୱାଜ, ସୁବ୍ରତ ମହାପାତ୍ର, ନକୁଳ ନାଏକ, ସୁରେଶ କୁମାର ମହାପାତ୍ର, ହେମନ୍ତ ଦାସ, ସଂଗ୍ରାମ ମିଶ୍ର, ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ଜୟୀ ପଟ୍ଟନାୟକ, ସେମ୍ ହେମ୍ରମ, ମନୋଜ ରାଉତ,ଅଂଶୁମାନ ମହାନ୍ତି, ନଟବର ବାରିକ, ଆଶଫ ଅଲ୍ଲି ଖାଁ, ବିରେନ ସେନାପତି, ଦେବବ୍ରତ ବିହାରୀ, ଅନାମ ନାୟକ, ମନୋରଞ୍ଜନ ଦାସ, ଜନକୀବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଲୋକନାଥ ମହାରଥି, ନିରଞ୍ଜନ ନାୟକ, ସୁରେନ୍ଦ୍ର ପରମାଣିକ, ଅକ୍ଷୟ ଆଚାର୍ଯ୍ୟ, ଚିତ ରଞ୍ଜନ ଷଡ଼ଙ୍ଗୀ, ବିଶ୍ୱରଞ୍ଜନ ମହାନ୍ତି, ସ୍ମୃତି ରଞ୍ଜନ ଲେଙ୍କା, ଅଶୋକ ଦାସ, ଶ୍ରୀନିବାସ ରାଉତରାୟ, ସନ୍ତୋଷ ନନ୍ଦ, ବିଦୁଭୂଷଣ ତ୍ରିପାଠୀ, ରଜନୀ ମହାନ୍ତି, ହଳଧର ସେଠୀ, ରାଜୁ ବାରିକ, ବିଦ୍ୟାଧର ମହାନ୍ତି, ଅମିତା ବିଶ୍ୱାଳ, ରାଜୀବ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ତରୁଣ ମିଶ୍ର,ପୁଷ୍ମିତା ଦାସ, ଶ୍ରୀଧର ବଳିଆରସିଂ, ପ୍ରଭାତ ପ୍ରତାପ ସିଂ, ଦେବରାଜ ମିଶ୍ର, ମନୋରଞ୍ଜନ ଜେନା, ଶ୍ରୀୟା ପଣ୍ଡା, ଜୟକୃଷ୍ଣ ସୁବୁଦ୍ଧି, ଅକ୍ଷୟ ଦାସ,
ଶ୍ରେୟା ମହାନ୍ତି, ପମି ମିଶ୍ର, ଜୟଶ୍ରୀ ପାତ୍ର, ସୁଭଦ୍ରା ମିଶ୍ର, ପ୍ରସନ୍ନ ନାୟକ, ସୌମେନ୍ଦ୍ର ମହାନ୍ତି, ବିଶ୍ୱକଲ୍ୟାଣି କର, ଚୈତାଳି ପଟ୍ଟନାୟକ, ମିତ୍ରଭାନୁ ମହାପାତ୍ର, ମିନତି ସାହୁ, ମନୋଜ ସାହୁ, ମଧୁସ୍ମିତ ଆଚାର୍ଯ୍ୟ, କନକଲତା ମଲ୍ଲିକ, ନିରୁପମା ପାତ୍ର, ନିରୁପମା ଦାସ, ଅପର୍ଣ୍ଣା ଧିର, ଆରତି ଦେଓ, ଦେଓ ପ୍ରସାଦ, ମିହିର ଆଚାର୍ଯ୍ୟ, ନିଶିକାନ୍ତ ମିଶ୍ର, ଦୀପକ ସାହୁ, ବିଜୟ ପ୍ରଧାନ, ଅମୀୟ ପାଣ୍ଡବ, ରଞ୍ଜିତ ପାତ୍ର, ନାରାୟଣ ଚନ୍ଦ୍ର ଜେନା, ପ୍ରଶନ୍ନ ପାଇକରାୟ, ଦେବୀ ପ୍ରସାଦ ବାହାଲିଆ ଓ ବହୁ କଂଗ୍ରେସ ନେତୃବର୍ଗ, କର୍ମୀ ଓ ପିସିସିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।
ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ସମସ୍ତ ବରିଷ୍ଠ ନେତୃବର୍ଗ, ଜିଲ୍ଲାସଭାପତି, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ବିଭିନ୍ନ ପ୍ରକୋଷ୍ଠ ଓ ବିଭାଗର ନେତୃବୃନ୍ଦ ତଥା ପ୍ରଦେଶ କଂଗ୍ରେସ କମିଟିର ନେତୃବୃନ୍ଦ ଓ କଂଗ୍ରେସ କର୍ମୀଙ୍କୁ ଅଶେଷ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking