34.1 C
Bhubaneswar
Friday, March 29, 2024
Homeଓଡିଶାକଂଗ୍ରେସ କାର୍ଯ୍ୟାଳୟରେ ବନବିଭାଗର ଚଢଉ ଘଟଣା : ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀଙ୍କ ବିକ୍ଷୋଭ

କଂଗ୍ରେସ କାର୍ଯ୍ୟାଳୟରେ ବନବିଭାଗର ଚଢଉ ଘଟଣା : ଡିଏଫଓ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀଙ୍କ ବିକ୍ଷୋଭ

ରାଜନଗର : ବୁଧବାର ରାଜନଗର ବନବିଭାଗ ପକ୍ଷରୁ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ବାର୍‌ହା ମାଂସ ରନ୍ଧା ହେଉଥିବା ସନ୍ଦେହରେ ଚଢଉ କରିବା ଘଟଣାକୁ ନେଇ ଗୁରୁବାର କଂଗ୍ରେସ କର୍ମୀମାନେ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବରିଷ୍ଠ କଂଗ୍ରେସନେତା ଚୌଧୁରୀ ରବିନ୍ଦ୍ର କୁମାର ରାଉତରାୟଙ୍କ ନେତୃତ୍ୱରେ କର୍ମୀମାନେ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବନବିଭାଗ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଡିଏଫଓ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପଡିଥିବାରୁ ଉତ୍ୟକ୍ତ କଂଗ୍ରେସ କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ସେଠାରେ ଥିବା କିଛ ଫୁଟକୁଣ୍ଡ ଓ ଅନ୍ୟାନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । ପରେ ରାଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା । ତେବେ କଂଗ୍ରେସକୁ ବଦନାମ କରିବା ପାଇଁ ବନବିଭାଗର ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିବା ସହ ଏହି ଷଡ଼ଯନ୍ତ୍ର ରଚିଥିବା ରାଜନଗର ରେଞ୍ଜ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ମିଥ୍ୟା ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ନାମ ଓ ଠିକଣା ପ୍ରକାଶ କରିବାକୁ ଦାବି କରିଥିଲେ । ଡିଏଫ୍‌ଓଙ୍କ ସରକାରୀ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଦାୟିତ୍ୱରେ ଥିବା ଏସିଏଫ ହରେକୃଷ୍ଣ ମଲ୍ଲିକ ବିକ୍ଷୋଭକାରୀଙ୍କୁ ବୁଝା ସୁଝା କରିଥିଲେ । ଆସନ୍ତା ୨୩ ତାରିଖ ସୁଦ୍ଧା ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିଏଫ ପ୍ରତିଶ୍ରୁତି ଦେବାପରେ କଂଗ୍ରେସ କର୍ମୀମାନେ ବିକ୍ଷୋଭରୁ ଓହରିଥିଲେ । ଏହି ବିକ୍ଷୋଭରେ ୩୦ ନଂ ଜୋନ୍ ସଭାପତି ଅଶୋକ କୁମାର ବଳ, ୩୧ ନଂ ଜୋନ୍ ସଭାପତି ଦେବେନ୍ଦ୍ର କୁମାର ଜେନା, ବରିଷ୍ଠ କଂଗ୍ରେସନେତା ସନ୍ତୋଷ କୁମାର ମହାନ୍ତି, ଅନନ୍ତ ସେଠୀ, ନରେନ୍ଦ୍ର କୁମାର ସ୍ୱାଇଁ, ବନମାଳି ସ୍ୱାଇଁ, ଗଗନ ବଳ, ସୁଦର୍ଶନ ରାଉତ, ଖଗେଶ୍ୱର ଲେଙ୍କା, ସତ୍ୟବାନ ସେଠୀ, ସୁମନ୍ତ ସେଠୀ, କାମଦେବ ରାଉତ, ବାଲ୍ମୀକି ସେଠୀ, ମୋହନ ଦାସ, ଶତ୍ରୁଘନ ପରିଡ଼ା, ମହେଶ୍ୱର ରାଉତ, ଯୁବନେତା ସୁନିଲ ରାଉଳ, ସମୀର ଜେନା ପ୍ରମୁଖ ସାମିଲ ହୋଇଥିଲେ । ରାଜନଗର ରେଞ୍ଜ ଅଫିସର ସୁରଜିତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବନପାଳ ମହନ୍ତ କୁମାର ମଲ୍ଲିକଙ୍କ ନେତୃତ୍ୱରେ ବନବିଭାଗ ଟିମ୍ ସର୍ଚ୍ଚ ୱାରେ୍‌ଟ ସହିତ ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ଚଢଉ କରିଥିଲେ । ବାରହା ମାଂସ ରୋଷେଇ ହେଉଥିବା ସନ୍ଦେହରେ ଏହି ତନଖି କରାଯାଇଥିଲା । ମାତ୍ର ରୋଷେଇ ଶାଳରେ ବାରହା ମାଂସ ବଦଳରେ ମାଛ ପାଇଥିଲା ବନବିଭାଗ । ବନବିଭାଗ ଖାଲି ହାତରେ ଫେରିବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking