34.1 C
Bhubaneswar
Friday, March 29, 2024
Homeଓଡିଶା*ମହଙ୍ଗା ଭତା ନ ଦେଇ ଅର୍ଥନୀତିକୁ ଅଧିକ ଦୁର୍ବଳ କରାଯାଉଛି-କଂଗ୍ରେସ ନେତା ପଂଚାନନ କାନୁନଗୋ*

*ମହଙ୍ଗା ଭତା ନ ଦେଇ ଅର୍ଥନୀତିକୁ ଅଧିକ ଦୁର୍ବଳ କରାଯାଉଛି-କଂଗ୍ରେସ ନେତା ପଂଚାନନ କାନୁନଗୋ*

ଭୁବନେଶ୍ୱର – ବଜାରର ଦର ହୁ ହୁ ବଢ଼ୁଥିବା ଓ ମୁଦ୍ରାସ୍ପିତି ନିୟନ୍ତ୍ରଣ ହରାଇଥିବା ସମୟରେ କେନ୍ଦ୍ର ସରକାର ୨୦୨୦ ଜାନୁଆରି ଠାରୁ କରୋନାର ଆଳ ନେଇ ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ

ମହଙ୍ଗା ଭତା ଦେବା ବନ୍ଦ କରି ଦେଇଛନ୍ତି । ତତ୍ ସହିତ ଓଡ଼ିଶା ସମେତ ଅନେକ ରାଜ୍ୟ ମଧ୍ୟ ଭତା ଦେବା ବନ୍ଦ କରି ରଖିଛନ୍ତି । ଦେଶ ଓ ରାଜ୍ୟରେ ପାଖାପାଖି ୪ କୋଟି ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ୧୪ % ବର୍ଦ୍ଧିତ ଭତାରୁ ବଂଚିତ ହୋଇଛନ୍ତି । ୨୦୨୦ ଜାନୁଆରୀରେ ୪%, ଜୁଲାଇ ମାସରେ ୩% ୨୦୨୧ ଜାନୁଆରୀ ରେ ୩% ଓ ଜୁଲାଇରେ ୪% ଏହିପରି ମୋଟ ୧୪% ପ୍ରାପ୍ୟ ଭତା ବନ୍ଦ ରହିଛି । ଏହା ସତ୍ୟ ଯେ କେନ୍ଦ୍ର ଓ ରାଜ୍ୟରେ ଅର୍ଥନୀତି ପ୍ରାୟତଃ ଦୁର୍ବଳ ହୋଇଛି ଏହି ସମୟରେ ବ୍ୟୟ ଓ ଅପବ୍ୟୟ

ଭିତରେ ପରଖିବା ଓ ତତ୍‌କାଳୀନ ଆବଶ୍ୟକତା ଅନୁସାରେ ବ୍ୟୟବରାଦ ଅତି ଜରୁରୀ । ଲୋକଙ୍କୁ ହାତକୁ ରୋଜଗାର

ଯାହାକି ବଜାରକୁ ଚଳଚଂଚଳ କରିଥାଏ । ବଜାର ଚଳଚଂଚଳ ହେଲେ ଉତ୍ପାଦନକାରୀ ଉତ୍ପାଦନ ବଢ଼ାନ୍ତି ଓ ଅଧିକନ୍ତୁ ନିଯୁକ୍ତି ସୃଷ୍ଟି ହୁଏ । ଅପବ୍ୟୟର ଦୁଇଟି ସ୍ୱରୂପ ଦେଖାଯାଏ । ଗୋଟିଏ ଦିଗରେ କୌଣସୀ ଉତ୍ପାଦନ ଆୟକାରୀ ବ୍ୟବସ୍ଥା ସୃଷ୍ଟି କରେ ନାହିଁ ଓ ଅଯଥା ଖର୍ଚ୍ଚ ବଢ଼ାଏ । ଅନ୍ୟଭାବରେ ଦେଖିଲେ ଯଦି ଯର୍ଥାଥ ଭାବରେ ବ୍ୟୟ ବରାଦ ହୋଇଥାଏ

ତାହା ବଜାରର କାମନରେ ଆସେ । ଓ ସେଥିରୁ ଗୋଟିଏ ଅଂଶ ଟିକସ ଆକରେ ରାଜ୍ୟ ବା ଦେଶ ପାଇଥାଏ । ମହଙ୍ଗା ଭର୍ତା ଦିଆଯାଇଥିଲେ ତାହାର ଗୋଟିଏ ଅଂଶ କେନ୍ଦ୍ର ଆୟକର ଭାବରେ ଓ ଅନେକ ଅଂଶ ଜି.ଏସ୍‌.ଟି ଭାବରେ ରାଜ୍ୟ

ପାଇଥାନ୍ତା । ତାହା ଘଟୁ ନାହିଁ । ରାଜ୍ୟ ଓ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି । ଏବେ ଯେଉଁ ଜିଏଷ୍ଟି ବୃଦ୍ଧିର ୪ ମାସରେ ଦେଖାଦେଉଛି ଯାଇଛି ତାହା କେବେ କରୋନା ଜନିତ ସ୍ୱାସ୍ଥ୍ୟ ସୁରକ୍ଷା (ହେଲଥ କେୟାର) ଯଥା ଅକ୍ସିଜେନ, ଅକ୍ସିମିଟର, ବ୍ଲଡ ପ୍ରେସର ମାପକ, ସାନିଟାଇଜର ମେସିନ ଓ ସାବୁନ, ସାନିଟାଇଜର ଆଦିର କ୍ରୟ ପ୍ରାୟ ୧୦୦%

ଅର୍ଥାତ ଦୁଇଗୁଣ ଏହି ସବୁ ବ୍ୟବସାୟ ଗତ ଚାରି ମାସ ଭିତରେ ହୋଇଥିବା ହେତୁ ଘଟିଛି । ଅପରପକ୍ଷରେ ନିତ୍ୟ

ବ୍ୟବହାର୍ଯ୍ୟ ପଦାର୍ଥ (ଏଫ.ଏମ.ସିଜି) ର କ୍ରୟ ବିକ୍ରୟ ପରିଣାମ ହ୍ରାସ ପାଇଛି । ଏହାକ’ଣ ସରକାରଙ୍କ ନିଯୁକ୍ତ

ମାର୍କେଟ ଇଂଟିଲିଜେନ୍ସି ବିଭାଗ ତଥ୍ୟ ଦେଇ ନାହିଁ । ଯେଉଁବର୍ଗର ଅର୍ଥରେ ସବୁପ୍ରକାର ବଜାର ଚଳଚଂଚଳ ହୋଇଥାଏ

ସେମାନଙ୍କର ଆୟ ସଂକୁଚିତ କଲାବେଳେ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନିତିଜ୍ଞ ମନମୋହନ ସିଂହ

ସରକାର ଙ୍କ ଲାଗୁ କରିଥିବା ୬ଷ୍ଠ ଅର୍ଥ କମିଶନ ସୁପାରିଶ କୁ ଲକ୍ଷ୍ୟ କରିବାର ଅଛି । ଏହା ଲାଗୁକରି ତଳକୁ ଖସି ଯାଉଥିବା ଅର୍ଥନୀତିକୁ ସଜାଡ଼ି ରଖିବା ଓ ଦେଶକୁ ଉଦ୍ଧାର କରିବା କଥାଟିକୁ ଏ ସରକାର ଶିଖିଲେ ନାହିଁ । ଅପରପେକ୍ଷରେ ବଡ଼ ବଡ଼ କମ୍ପାନୀକୁ ଟିକସ ରିହାତି (ଟାକ୍ସ ସୋପ) ଏବଂ ଆର୍ଥିକ ସହାୟତା (fiscal stimulate)

ଦେବାର ଉଦ୍ୟମ କରିବା ଅର୍ଥନୀତିକୁ ବଡ଼ ଖରାପ ସ୍ଥିତି ଆଣିଦେଇଛି ଏବଂ ଅର୍ଥନୀତିରେ ଅସମାନତା ସୃଷ୍ଟି ହୋଇଛି

ବୋଲି କଂଗ୍ରେସ ନେତା ପଂଚାନନ କାନୁନଗୋ ପ୍ରକାଶ କରିଛନ୍ତି ।

ଦେଶ ଓ ରାଜ୍ୟ ଅର୍ଥନୀତିକୁ ଦୁର୍ବଳ କରିବାରେ କରୋନା ଯେତେ କ୍ଷତି ନ ପହଁଚାଇଛି ସରକାରଙ୍କର

ତୃଟିପୂର୍ଣ୍ଣ ଅର୍ଥନୀତି ତା ଠାରୁ ଅଧିକ କ୍ଷତି କରିଛି । ଆୟ ହରାଇଥିବା ପରିବାର ପିଛା ମାସିକ ୭,୫୦୦ ଟଙ୍କା ନ ଦେଇ ସରକାର ଅକ୍ଷମଣୀୟ ଅପରାଧ କରିଛନ୍ତି ଏବେ ମହଙ୍ଗାକାଳରେ ମହଙ୍ଗାଭତା ବନ୍ଦକରି ଉଭୟ କେନ୍ଦ୍ର ଓ ରାଜ୍ୟ

ସରକାର ଆର୍ଥିକ ଦୁରବସ୍ଥାକୁ ଅଧିକ ଦୃଢ଼ କରୁଛନ୍ତି ବୋଲି କଂଗ୍ରେସ ନେତା ଶ୍ରୀ କାନୁନଗୋ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking