30.1 C
Bhubaneswar
Thursday, April 25, 2024
Homeରାଜନୀତିରାଜ୍ୟରେ ପଛୁଆବର୍ଗଙ୍କ ଜାତିଭିତିକ ଜନଗଣନା ଋକିରୀ ଓ ଶିକ୍ଷା କ୍ଷେତ୍ରରେ ୨୭% ...

ରାଜ୍ୟରେ ପଛୁଆବର୍ଗଙ୍କ ଜାତିଭିତିକ ଜନଗଣନା ଋକିରୀ ଓ ଶିକ୍ଷା କ୍ଷେତ୍ରରେ ୨୭% *ସରଂକ୍ଷଣ ସହିତ କରାଯାଉ : କଂଗ୍ରେ

ଭୁବନେଶ୍ୱର– ଓଡ଼ିଶାରେ ଜାତିଭିତିକ ଜନଗଣନା କରାଯାଉ । ତତସହିତ ରାଜ୍ୟରେ ପଛୁଆବର୍ଗ କାତିର ଲୋକମାନଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭% ସଂରକ୍ଷଣ ବ୍ୟବସ୍ଥା କରାଯାଉ । ରାଜ୍ୟର ମୋଟ ଜନସଂଖ୍ୟାର ୬୨ ଶତକଡା ରୁ ଅଧିକ ଲୋକ ପଛୁଆ ବର୍ଗର ଅଟନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏ ରାଜ୍ୟରେ ପଛୁଆ ଜାତିର ଯୁବକ ଯୁବତୀ ମାନଙ୍କୁ ଓ ସରକାର ଆଜି ପର୍ଯ୍ୟନ୍ତ ତାଙ୍କର ହକ ପ୍ରଦାନ କଲେ ନାହିଁ ବର୍ଷ ବର୍ଷ ଧରି ଏମାନଙ୍କୁ ପ୍ରବରିତ କରାଗଲା । ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ କେବଳ ନାଟକବାଜି କଲେ କିନ୍ତୁ ପ୍ରକୃତ ସମସ୍ୟାକୁ ନିଷ୍ଠାର ସହିତ ସମାଧାନ କରିବା ଓ ଓଡ଼ିଶାର ଏହି ବର୍ଗର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବାଧକ କେବକ ସାଜିଲେ । ଆଜି ରାଜ୍ୟ କଂଗ୍ରେସର ପଛୁଆ ବର୍ଗ ପ୍ରକୋଷ୍ଠର ଅଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ଞାନଦେବ ବେଉରାଙ୍କ ଅଧକ୍ଷତାରେ ଏକ ପଥପ୍ରାନ୍ତ ସଭା ମାଷ୍ଟରକ୍ୟାଟିନ ଛକ ରେ କରାଯାଇଥିଲା । ଏହି ସଭାରେ ବିଧାୟକ ସୁରେଶ କୁମାର ରାଇକରାୟ କହିଛନ୍ତି ଯେ ରାଜ୍ୟରେ ଜାତିଭିତିକ ଜନଗଣନା କରାଯାଉ ଏବଂ ଓଡ଼ିଶାର ପଛୁଆବର୍ଗ ମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଲାଗୁ କରାଯାଉ । ପିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ତାଙ୍କ ଦ୍ରବ୍ୟର କହିଲେ ଯେ ରାଜ୍ୟରେ ଏକ ସର୍ବଦଳୀୟ ସଂକଳ୍ପ ପଛୁଆବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣକୁ ଲାଗୁ କରିବାପାଇଁ ପାରିତ କରାଯାଉ ଏବଂ ସର୍ବଦଳୀୟ ନେତୃବୃନ୍ଦ ପ୍ରଧାନମନ୍ତ୍ରୀଙ୍କୁ ଭେଟି ବିଚାରଳୟ ଦ୍ଵାରା ୫୦% ସଂରକ୍ଷଣ ସୀମାରେଖାକୁ ଇଠାଇବା ପାଇଁ ଦାବି କରାଯାଉ । ଏହି ସଭାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ଭଟ୍ଟନାୟକ, ଏଆଇସିସି ସଂପାଦକ ଜି ରୁଦ୍ର ରାଜୁ, ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଂଜିବ ଗିରି, ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା, ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ, କିଷାନସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, କୈଳାସ ଚନ୍ଦ୍ର ସାହୁ, ଆକାଶ ଭୂୟାଁ, ଅରୁଣ ସାମଲ, ଦିଲ୍ଲୀପ ନାୟକ, ଦେବୀ ପ୍ରସାଦ ବାହାଲିଆ, କୈଳାସ ସାହୁ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ ଏ ପଥପ୍ରାନ୍ତ ସଭାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking