27.1 C
Bhubaneswar
Thursday, April 25, 2024
Homeରାଜନୀତିତିନିହଜାରୁ କମ ନମୁନା ପରୀକ୍ଷା କରାଯାଉଛି : କଂଗ୍ରେସ

ତିନିହଜାରୁ କମ ନମୁନା ପରୀକ୍ଷା କରାଯାଉଛି : କଂଗ୍ରେସ

ଭୁବନେଶ୍ୱର – ଦିନକୁ ଦିନ ଦେଶରେ ଏବଂ ରାଜ୍ୟରେ କରେନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତମାନ ବିଶ୍ୱରେ ଆମ ଦେଶ ଭାରତ କରେନା ସଂକ୍ରମିତ ଭାବେ ଚତୁର୍ଥ ସ୍ଥାନରେ ପହଂଚିଲାଣି । ସେହିପରି ଦେଶରେ ଓଡ଼ିଶା ମଧ୍ୟ ରାଜ୍ୟମାନଙ୍କ ମଧ୍ୟରେ ଦିନକୁ ଦିନକୁ ସ୍ଥାନ ପରିବର୍ତନ କରିୁଛି । କରୋନା ଚିହ୍ନଟ ରୋଗୀ ସଂଖ୍ୟା ପ୍ରାୟ ୪ହଜାର ୫୫ରେ ପଂହଚିଥିଲାବେଳେ ମୃତ୍ୟୁସଂଖ୍ୟା ୧୧ ହେଲାଣି ଯାହାକି ସରକାରୀ ତଥ୍ୟ କହୁଛି କିନ୍ତୁ ଯେଉଁ ପରିମାଣରେ କରୋନା ବ୍ୟାପିଚାଲିଛି ଏ ତଥ୍ୟ ମିଥ୍ୟା ବୋଲି କଂଗ୍ରେସ ଅଭିଯୋଗ କରୁଛି । ଯାହା ତଥ୍ୟ କହୁଛି ୫ଲକ୍ଷ ଉପରେ ପ୍ରବାସୀ ଓଡ଼ିଶାକୁ ଆସିସାରିଲେଣି । କିନ୍ତୁ ବର୍ତମାନ ସୁଦ୍ଧା ରାଜ୍ୟରେ ୨ଲକ୍ଷ ଉପରେ ନମୁନା ପରୀକ୍ଷା ସରିଛି । ମୁଖ୍ୟମନ୍ତ୍ରୀ ଏପ୍ରିଲ ମାସରେ କହିଥିଲେ ଦିନକୁ କିପରି ୧୫ହଜାରୁ ଉର୍ଦ୍ଧ କରେନା ନମୁନା ପରୀକ୍ଷା କରାଯାଇ ପାରିବ ସରକାର ଚିନ୍ତା କରୁଛନ୍ତି । କିନ୍ତୁ ଆଜି ଦେଖିଲାବେଳକୁ ତିନିହଜାରୁ କମ ନମୁନା ପରୀକ୍ଷା କରାଯାଉଛି । ସେହିପରି ମୁଖ୍ୟମନ୍ତ୍ରର ପ୍ରଥମେ ଲକ୍‌-ଡାଉନ, ସଟଡାଉନ କରିବା ପାଇଁ ମେଡିକାଲ ଅଫିସର, ଡାକ୍ତର, ନର୍ସ, ମ୍ୟୁନିସ୍‌ପାଲଟି କର୍ମଚାରୀ, ସରପଂଚ, ଆଶାକର୍ମୀ, ଅଙ୍ଗନାୱାଡ଼ି କର୍ମୀମାନଙ୍କୁ ଯେଁ ନିର୍ଦ୍ଦେଶ ଦେଇଥିଲେ ସେମାନେ ଖୁବ ପ୍ରଂଶସନୀୟ ଭାବରେ କାର୍ଯ୍ୟ କରିଛନ୍ତି । ସେହିପରି ଚିଫ ସେକ୍ରେଟାରୀ, ଡେଭଲପମେଂଟ ଅଫିସର, କମିଶନର, ରିଲିଫ କମିଶନର, ୫ଟି ସେକ୍ରେଟାରୀ, ଆଡିସିନାଲ ସେକ୍ରେଟାରୀ, କମିଶନରେଟ ପୋଲିସ, ବିଧାୟକ, ସାଂସଦସମିତି ମେମ୍ବର ଦଳମତ ନିର୍ବିଶେଷରେ ସମସ୍ତେ କରୋନା ରୋଗକୁ ହଟାଇବା ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ।
କିନ୍ତୁ ଦୁଃଖର ବିଷୟ ପ୍ରବାସୀ ଓଡ଼ିଆ ମାନଙ୍କୁ କୌଣସୀ ଟେଷ୍ଟ ନକରି ଓଡ଼ିଶା ସରକାର ଫେଲ ମାରିଛନ୍ତି । ଲୋକେ ପ୍ରାଣ ବିକଳରେ ଟ୍ରେନ, ବସ, ଟ୍ରକ, ସାଇକେଲ ଏବଂ ଚାଲି ଚାଲି ଅନ୍ୟ ରାଜ୍ୟରୁ ଆମ ରାଜ୍ୟକୁ ଆସୁଛନ୍ତି ଯାହା ଫଳରେ ରୋଗୀ ସଂଖ୍ୟା ୪ ହଜାର ୫୫ରୁ ଅଧିକ ହେଲାଣି ।
ରାଜ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିନକୁ ୧୫ ହଜାର ଲୋକଙ୍କ ସ୍ୱାବ ଟେଷ୍ଟ କରାଯିବ କିନ୍ତୁ ଦୁଃଖର ବିଷୟ ମାତ୍ର ୩ ହଜାର ଲୋକଙ୍କୁ ସ୍ୱାବ ଟେଷ୍ଟ କରାଯାଉଛି ଏପରି ଓଡ଼ିଶାର ୪.୫ କୋଟି ଲୋକଙ୍କୁ ସ୍ୱାବ ଟେଷ୍ଟ କରିବା ପାଇଁ ୧୦୦ ବର୍ଷ ଲାଗିବ । ତୁରନ୍ତ ଆଇନର ପରିବର୍ତନ କରି କିପରି ଅଧିକରୁ ଅଧିକ ଲୋକଙ୍କ ସ୍ୱାବ ଟେଷ୍ଟ କରାଯାଇ ପାରିବ ନିର୍ଦ୍ଦେଶ ଦିଅନ୍ତୁ । ଜନସାଧାରଣ ମାନଙ୍କୁ ଅନୁରୋଧ ନିଜ ଜୀବନକୁ ରକ୍ଷା କରିବା ପାଇଁ ସବୁବେଳେ ମାକ୍ସ ପିନ୍ଧନ୍ତୁ, ଜନଗହଳିପୂର୍ଣ୍ଣ ଜାଗାକୁ ଯାଆନ୍ତୁ ନାହିଁ, ନିଜକୁ ପରିସ୍କାର ରଖନ୍ତୁ ଦୁରତା ବଜାୟ ରଖିବା ସହିତ ଜରୁରୀ କାମ ନଥିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ ।
ଅନ୍ୟ ଏକ ପ୍ରସଙ୍ଗରେ ବିଧାୟକ ଶ୍ରୀ ରାଉତରାୟ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ରଥ କିପରି ଶୃଙ୍ଖଳାର ସହିତ ଚାଲିବ ସରକାର ବ୍ୟବସ୍ଥା କରନ୍ତୁ ବୋଲି ପ୍ରକାଶ କରିଛନ୍ତି ସେ ଆହୁରି କହିଛନ୍ତି ପ୍ରଧାନ ମନ୍ତ୍ରୀ, ଭାରତର ଗୃହ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ସେବାୟତ ଜନସାଧାରଣ ଆମେ ମଧ୍ୟ ଜଗନ୍ନାଥଙ୍କ ପାଇକ ସେବକ ନୟାଗଡ଼, ଦଶପଲ୍ଲା, ବେଗୁନିଆ ବୋଲଗଡ଼, ଖୋର୍ଦ୍ଧା, ଟାଙ୍ଗି, ପିପିଲି, ଡେଲାଙ୍ଗ, ଜଟଣୀ, ସାକ୍ଷୀଗୋପାଳ, ପୁରୀ, ନିମାପଡ଼ା ଜନସାଧାରଣଙ୍କ ମତ ରଥ ଟଣା ହେଉ ବୋଲି
କେବଳ ପୁରୀ ଗଜପତି ମହାରାଜ, ଶଙ୍କରାଚାର୍ଯ୍ୟ, ମନ୍ଦିର ପରିଚାଳନା କମିଟି, ସେବାୟତ ଓ ପୋଲିସ କର୍ମଚାରୀଙ୍କ ଦ୍ୱାରା ରଥଟଣା କାର୍ଯ୍ୟକ୍ରମ କରିବେ । ବାହୁଡ଼ା ଯାତ୍ର, ସୁନାବେଶ କରି ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ମନ୍ଦିର ପ୍ରବେଶ କରାଇବେ । ରଥଯାତ୍ରା ହେବକି ନାହିଁ ସୁପ୍ରିମକୋର୍ଟରେ ପେଣ୍ଡିଂ ଅଛି ।
କୌଣସୀ ଉଚ୍ଚପଦସ୍ଥ ଅଧିକାରୀ ଯେପରିକି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ବିଧାୟକ, ସାଂସଦ, ଆଇଏସ୍‌, ଓଏସ, ଆଇପିଏସ, ଇଂଜିନିୟର, ଡକ୍ତର, ଜର୍ଜଙ୍କ ପାସ୍ ସିଷ୍ଟମ ବନ୍ଦ କରାଯାଉ । ଯେଉଁମାନଙ୍କର ରଥଯାତ୍ରାରେ ଡ୍ୟୁଟି ଥିବ ସେମାନଙ୍କୁ କେବଳ ପାସ ଦିଆଯାଉ ।
ପ୍ରିୟ ନବୀନ ବାବୁ ଆପଣ ଭାଗ୍ୟବାନ ଯେ ୨୧ବର୍ଷ ଧରି ଓଡ଼ିଶାରେ ଶାସନ ଚଳାଇଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରଥ ଚାଲିବ ସାରା ପୃଥିବୀରେ ଜନସାଧାରଣ ଏହି ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରାକୁ ଅପେକ୍ଷା କରିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତରାୟଙ୍କ ସମେତ ଶ୍ରୀ ସୁଦର୍ଶନ ଦାସ, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ମାନସ ଆଚାର୍ଯ୍ୟ, ବୁନା ମହାନ୍ତି, ଜୟକୃଷ୍ଣ ମଲିଆ, ଆତ୍ମାରାମ ପତି ପ୍ରମୁଖ ଉପସ୍ଥିତ ଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking