33.1 C
Bhubaneswar
Wednesday, April 24, 2024
Homeରାଜନୀତି*ନ୍ୟାୟ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ଖାତିର ନାହିଁ

*ନ୍ୟାୟ ବ୍ୟବସ୍ଥା ପ୍ରତି ରାଜ୍ୟ ସରକାରଙ୍କର ଖାତିର ନାହିଁ

  • ଭୁବନେଶ୍ୱର–କରୋନା ମହାମାରି ସମୟରେ ଓଡିଶା ଔଷଧ ନିଗମରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ନେଇ
    କଂଗ୍ରେସର ବରିଷ୍ଟ ନେତା ସୁଦର୍ଶନ ଦାସ ଗତ ଜୁନ ୭ ତାରିଖରେ ମାନ୍ୟବର ଲୋକାଯୁକ୍ତଙ୍କ ପାଖରେ
    ଯେଉ÷ଁ ପିଟିସନ ଦାଖଲ କରିଥିଲେ ତାର ଆଜି ଶୁଣାଣି ଥିଲା । କୋଭିଡ୍ ଜିନିଷପତ୍ର କିଣାକିଣି
    କମିଟିର ଅଧ୍ୟକ୍ଷ ତଥା ଶିଳ୍ପ ବିଭାଗ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ
    ସଚିବ ତଥା ଓଡିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କୁ ଏହି ପିଟ୍‌ସନ୍‌ରେ ପକ୍ଷ କରାଯାଇ
    ସେମାନଙ୍କୁ ଆଜି ସୁଦ୍ଧା ସେମାନଙ୍କର ଉତ୍ତର ରଖିବାକୁ ମାନ୍ୟବର ଲୋକାୟୁକ୍ତ ନୋଟିସ୍ କରିଥିଲେ ।
    ମାତ୍ର ଦୃର୍ଭାାଗ୍ୟର ବିଷୟ ଉପରୋକ୍ତ ଅଫିସର ମାନେ ଆଜି ସୁଦ୍ଧା କୈାଣସି ଉତ୍ତର ଦେଲେ ନାହିଁ
    କିମ୍ବା ଆଜିର ଶୁଣାଣି ସମୟରେ ସେମାନେ ନିଜର ପକ୍ଷ ରଖିବାପାଇଁ ସମୀଚିନ ମଧ୍ୟ ମଣିଲେ ନାହଁ ।
    ସରକାରଙ୍କ ଏଭଳି ମନୋଭାବ ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ବେଖାତିର ମନୋଭାବର ପରିଚୟ
    ବୋଲି କଂଗ୍ରେସ ଦଳ ବିଚାର କରେ । ଦେଶର ନ୍ୟାୟିକ ବ୍ୟବସ୍ଥା ପ୍ରତି ଆସ୍ଥା ଏବଂ ସମ୍ନାନ ଜଣାଇବା
    ଦେଶର ନାଗରିକ ମାନଙ୍କର କର୍ତ୍ତବ୍ୟ ଏବଂ ଏହାକୁ ସରକାର ସୁନିଶ୍ଚିତ କରିଥାଆନ୍ତି । ମାତ୍ର ଏହି
    କ୍ଷେତ୍ରରେ ସରକାର ନିଜେ ନ୍ୟାୟିକ ବ୍ୟବସ୍ଥାପ୍ରତି ବିଶ୍ୱାସ ଏବଂ ସମ୍ମାନକୁ ଭୁଲୁଣ୍ଠିତ କରିଛନ୍ତି । ଏହା
    ଏକ ଅକ୍ଷମଣିୟ ଅପରାଧ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।
    ଆବେଦନକାରୀ ଶ୍ରୀ ସୁଦର୍ଶନ ଦାସ ଶୁଣାଣି ସମୟରେ ଉପସ୍ଥିତ ରହି ସରକାରଙ୍କର ଏହି ବେଖାତିର
    ମନୋଭାବ ପ୍ରତି ଲୋକାଯୁକ୍ତଙ୍କ ଦୃଷ୍ଟି ଆର୍କଷଣ ପୂର୍ବକ ନ୍ୟାୟିକ ବ୍ୟବସ୍ଥା ପ୍ରତି ଆସ୍ଥା ଏବଂ ସମ୍ମାନ
    ଯେମିତି ଅକ୍ଷୁର୍ଣ୍ଣ ରହେ ସେଥିପ୍ରତି ଦୃଷ୍ଟି ଦେଇ ଅପର ପକ୍ଷକୁ ତାଗିଦ୍ କରିବାକୁ ନିବେଦ କରିଥେଲେ ।
    ଲୋକାଯୁକ୍ତର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଅଜିତ ସିଂ ଏବଂ ବିଶେଷକ ସଭ୍ୟ ଡ଼ ଦେବବ୍ରତ ସ୍ୱାଇଁଙ୍କୁ ନେଇ
    ଗଠିତ ଖଣ୍ଡପିଠ ଶ୍ରୀ ଦାସଙ୍କ ଯୁକ୍ତି ଶୁଣିବାପରେ ଅପର ପକ୍ଷର ଏଭଳି ଦୃଷ୍ଟି ଭଙ୍ଗୀକୁ ନାପସନ୍ଦ କରିବା
    ସହିତ ସେମାନଙ୍କୁ ଆଉ କିଛି ଦିନ ସମୟ ଦେଇ ଆସନ୍ତା ସେପ୍ଟେମ୍ବର ୧୪ ତାରିଖରେ ପରବର୍ତ୍ତି
    ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି । ସେହି ସମୟ ଭିତରେ ଯଦି ଅପର ପକ୍ଷ ତାଙ୍କର ଉତ୍ତର
    ନରଖନ୍ତି ତେବେ ଲୋକାଯୁକ୍ତ ତାଙ୍କର ଅନୁସନ୍ଧାନ ଆରମ୍ଭ କରିବେ ବୋଲି ଚେତାବନି ଦେଇଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking