29.1 C
Bhubaneswar
Saturday, April 20, 2024
Homeଓଡିଶାପୂର୍ବତନ ସିଏଜି ଶ୍ରୀ ବିନୋଦ ରାୟ ଜଣେ ଦେଶଦ୍ରୋହୀ : କଂଗ୍ରେସ

ପୂର୍ବତନ ସିଏଜି ଶ୍ରୀ ବିନୋଦ ରାୟ ଜଣେ ଦେଶଦ୍ରୋହୀ : କଂଗ୍ରେସ

ଶ୍ରୀ ମୋହନ ପ୍ରକାଶ ବରିଷ୍ଠ ପ୍ରବକ୍ତା, ସାଧାରଣ ସଂପାଦକ ଅଖିଳ ଭାରତୀୟ କଂଗ୍ରେସ କମିଟି, ଡ. ଏ ଚେଲା କୁମାର, ଓଡ଼ିଶା ପ୍ରଭାରୀ, ଶ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ ସଭାପତି, ଶ୍ରୀ ଜି ରୁଦ୍ର ରାଜୁ, ସଂପାଦକ, ଅଖିଳ ଭାରତ କଂଗ୍ରେସ କମିଟି, ଶ୍ରୀ ତାରା ପ୍ରସାଦ ବାହିନୀପତି, ବିଧାୟକ ଓ ବରିଷ୍ଠ କଂଗ୍ରେସ ନେତା ଓ ଶ୍ରୀ ଗଣେଶ୍ୱର ବେହେରା, ଅଧ୍ୟକ୍ଷ ଗଣମାଧ୍ୟମ ବିଭାଗ, ଓପିସିସି ଉପସ୍ଥିତିରେ ଶ୍ରୀ ମୋହନ ପ୍ରକାଶ କହିଥିଲେ ଯେ ।
ପୂର୍ବତନ ସିଏଜି ଶ୍ରୀ ବିନୋଦ ରାୟ ଜଣେ ଦେଶଦ୍ରୋହୀ
ଭାରତର ଅର୍ଥନୀତିର ପ୍ରଗତିକୁ ବାଧାପ୍ରାପ୍ତ କରିବା ଏବଂ ବ୍ୟାଙ୍କ ସେକ୍ଟରରେ ପ୍ରଭୁତ କ୍ଷତି ଘଟାଇବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା ।
ଶ୍ରୀ ବିନୋଦ ରାୟ ଏବଂ ଶ୍ରୀ ନରେନ୍ଦ୍ର ମୋଦି ଭାରତ ବାସୀଙ୍କୁ ଗଣମାଧ୍ୟମକୁ ଏବଂ ବିଚାରୟଳକୁ ନିସର୍ତ କ୍ଷମା ପ୍ରାଥନା ମାଗନ୍ତୁ ।
ଚା ପୂର୍ବତନ ଭାରତ ସରକାରଙ୍କର ସିଏଜି ଶ୍ରୀ ବିନୋଦ ରାୟ କଂଗ୍ରେସର ପୂର୍ବତନ ସାସଂଦ ସଂଜୟ ନିରୁପମଙ୍କୁ ଏକ ଦିଲି ପଟିଆଲା ହାଉସ ଡିଷ୍ଟିଟ କୋର୍ଟରେ ଏକ ମାନହାନୀ ମକଦମାରେ ନିଃସର୍ତ କ୍ଷମାପ୍ରାର୍ଥନା ମାଗିଲେ ।
ଏ ଘଟଣା ୨୦୧୪ ମସିହାରେ ଯେତେବେଳେ ଶ୍ରୀ ବିନୋଦ ରାୟ ଭାରତବର୍ଷରେ ସିଏଜି ଥିଲେ ସେ ସମୟରେ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ ଯେ ସଂଜୟ ନିରୁପମ ତାଙ୍କୁ ପ୍ରେସୁରାଇଜ୍ କରିଥିଲେ ତତ୍‌କାଳନୀ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ନାମ ଟୁଜିସ୍ପ୍ରେଟମ ଏବଂ କୋଇଲା ଆବଂଟନର ସିଏଜି ରିପୋର୍ଟରେ ନ ଉଲ୍ଲେଖ କରିବା ପାଇଁ ।
୧୨.୦୯.୨୦୧୪ ଜାତୀୟ ଇଂରାଜୀ ଖବର କାଗଜ ଦି ଇଣ୍ଡିଆନ ଏକ୍ସପ୍ରେସ ର ସାମ୍ବାଦିକା ଶାଗରିକା ଘୋଷଙ୍କୁ ତତ୍‌କାଳନୀ ସିଏଜି ବିନୋଦ ରାୟ ଏକ ସାକ୍ଷାତକାର ଦେଇଥିଲେ ।
୧୧.୦୯.୨୦୧୪ ମସିହାରେ ଟାଇମ୍ସ ନାଓ ଏକ ଜାତୀୟ ଇଂରାଜୀ ମିଡ଼ିଆ ଚ୍ୟାନେଲରେ ଏ ପ୍ରକାରର ସାକ୍ଷାତକାରରେ ଏ କଥା ପ୍ରକାଶ କରିଥିଲେ । ଏହି ସାକ୍ଷାତକାର ସାରା ଭାରତ ବର୍ଷରେ ସମସ୍ତ ଖବର କାଗଜରେ ଜାତୀୟ ଏବଂ ଆଂଚଳିକ ଖବର କାଗଜରେ ତତ୍‌କାଳୀନ ସରକାର ଓ ପ୍ରଧାନମନ୍ତ୍ରୀ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଚାର କରାଯାଇଥିଲା ।
୧୩.୦୯.୨୦୪ ରେ ଶ୍ରୀ ବିନୋଦ ରାୟ ତାଙ୍କ ପୁସ୍ତକ ଉନ୍ମୋଚନ ଘକ୍ଟଗ୍ଧ ଔଙ୍କଗ୍ଦଗ୍ଧ ବଦ୍ଭ ବମମକ୍ଟଙ୍କଦ୍ଭଗ୍ଧ : “ଞଷର ୟସବକ୍ସଚ୍ଚ କ୍ଟଲ ଘବଗ୍ଧସକ୍ଟଦ୍ଭଗ୍ଦ ଉକ୍ଟଦ୍ଭଗ୍ଦମସରଦ୍ଭମର କରରକ୍ଟ୍ରରକ୍ସ” ରେ ସଂଜୟ ନିରୁପମ ତାଙ୍କୁ ପ୍ରେସୁରାଇଜ କରିଥିଲେ ବୋଲି ତାଙ୍କ ବହିରେ ଉଲ୍ଲେଖ କରିଥିଲେ ।
ଏଭଳି ମିଛ ଦୁର୍ନୀତିର ଅପପ୍ରଚାର ଯୋଗୁଁ ଭାରତ ବର୍ଷରେ ଟେଲିକମ ସେକ୍ଟରରେ ପର୍ଯ୍ୟାପ୍ତ କ୍ଷତି ଘଟିଲା ଏବଂ ଭାରତ ବର୍ଷର ବହୁ ପ୍ରାଇଭେଟ ଟେଲିକମ ଅପରେଟର ଟେଲିକମ ସେକ୍ଟରରୁ ଫେରିଗଲେ । ଏଭଳି ମିଛ ରିପୋର୍ଟ ଯୋଗୁଁ ଭାରତର ଦୃଢ଼ ଅଥନୈତିକ ଅଭିବୃଦ୍ଧିର ବାଧାପ୍ରାପ୍ତ ହେଲା । ସାମ୍ବିଧାନିକ ଅନୁଷ୍ଠାନ ତଥା ସ୍ୱୟଂଚାଳିତ ଅନୁଷ୍ଠାନର ପର୍ଯ୍ୟପ୍ତ ସମ୍ମାନହାନି ଘଟିଲା । ଖାଲି ସେତିକି ନୁହେଁ ଏହି ସଂପୂର୍ଣ୍ଣ ମନଗଢ଼ା ଏବଂ ମିଛ ସିଏଜି ରିପୋର୍ଟ ଯୋଗୁଁ ଭାରତ ବର୍ଷର ସମସ୍ତ ଶୀର୍ଷ ଅନୁଷ୍ଠାନ, ସରକାର, ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ, ସିଏଜି ଏସବୁ ଉପରେ ଯେଉଁ ବିଶ୍ୱାସ ଥିଲା ସେ ବିଶ୍ୱାସ ଭାରତବାସୀ ହରେଇଲେ । ତେଣୁ ସାଧାରଣ ଲୋକଙ୍କ ମନରେ ଏହି ମହା ଦୁର୍ନୀତିର ମିଛ ମନଗଢ଼ା କାହାଣୀ ନିଜେ ବିନୋଦ ରାୟ ରଚନାକଲେ ଏବଂ ଏହି ରଚନା ପଛରେ ଭାରତୀୟ ଜନତା ପାର୍ଟି ଏବଂ ଆରଏସର ପ୍ରଚ୍ଛନ ହାତଥିଲା ସ୍ପଷ୍ଟ ପ୍ରମାଣ ମିଳୁଛି । ଏହି ମିଛକୁ ସାରା ଭାରତବର୍ଷ ଜନମାନସରେ, ଗଣମାଧ୍ୟମ ଉପରେ ବହୁଳ ପ୍ରଭାବ ପକାଇଲା । ଫଳରେ ଭାରତବର୍ଷର ପାଖାପାଖି ୮ରୁ ୯ ଲକ୍ଷ ଲୋକ ଯେଉଁମାନେ ଟେଲିକମ ସେକ୍ଟର ସହିତ ଜଡ଼ିତ ଥିଲେ ( ଡାଇରେକ୍ଟ ଏମ୍ପେ୍ଲାଇମେଂଟ ଓ ଇନ ଡାଇରେକ୍ଟ ଏମ୍ପେ୍ଲାଇମେଂଟ) ସେମାନେ ନିଜର ଚାକିରୀ ଏବଂ ଜୀବିକା ହରାଇଲେ ।
ଏଭଳି ନିଷ୍ପତି ଭାରତ ବର୍ଷର ସବୁଠାରୁ ବିଶ୍ୱାସ ଯୋଗ୍ୟ ଅନୁଷ୍ଠାନର ସବୋର୍ଚ୍ଚତମ ଅଧିକାରୀ ଜାଣିସୁଣି ଏକ ମିଛ କାହାଣି ରଚନା କରିବା ଏବଂ ତାଙ୍କୁ ପ୍ରଚାର ପ୍ରସାର କରାଇବା ଯୋଗୁଁ ତତ୍‌କାଳନୀ ଉପା ସରକାର ଏବଂ ତତ୍‌କାଳୀନ ସରକାରର ପ୍ରଧାନମନ୍ତ୍ରୀ ସାରା ଭାରତବର୍ଷ ଏବଂ ବିଶ୍ୱଦରବାରରେ ଦୁର୍ନୀତିଗ୍ରସ୍ତ ସରକାର ବୋଲି ନିନ୍ଦା ଓ ଅପବାଦ ସହିବାକୁ ପଡ଼ିଲା । ଏ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା । ଏଭଳି ଷଡ଼ଯନ୍ତ୍ର ଏ ଭାରତ ବର୍ଷ ବିରୋଧରେ ବିନୋଦ ରାୟଙ୍କ ମାଧ୍ୟମରେ ଭାରତୀ ଜନତା ପାର୍ଟି ଏବଂ ଆରଏସଏସ ରଚନା କରିଥିଲେ । ସେତେବେଳେ ଏହି ମିଛ ଦୁର୍ନୀତର ନାଟକକୁ ଜେନେରାଲ ଭିକେସିଂ, ଶ୍ରୀମତୀ କିରଣ ଦେବୀ, ବାବା ରାମଦେବ, ଆନା ହାଜାରେ ଏବଂ ଶ୍ରୀ ଅରବିନ୍ଦ କେଜ୍ରିୱାଲ ଇତ୍ୟାଦି ଏହି ମିଛ ନାଟକକୁ ବିଭିନ୍ନ ସାରା ଭାରତ ବର୍ଷରେ ପ୍ରଚାର ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ସେହିଭଳି ଭାବେ କୋଇଲା ଆବଂଟନର ଦୁର୍ନୀତି କଥା ପ୍ରଚାର ପ୍ରସାର କରାଇ ଶିଳ୍ପଜଗତ ଏବଂ ଶିଳ୍ପପତିମାନେ ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବା ପାଇଁ ପୁଞ୍ଜି ବିନିଯୋଗ କରିସାରିଥିଲେ ଏବଂ ପୁଞ୍ଜି ବିନିଯୋଗ କରିବା ପାଇଁ ଚୁକ୍ତିନାମା କରିଥିଲେ ସେମାନେ ମଧ୍ୟ ପ୍ରଭୁତକ୍ଷତି ସହିଲେ ଏବଂ ଦେଶର ମଧ୍ୟ ପ୍ରଭୁତକ୍ଷତି ହେଲା ।
ତତ୍‌କାଳୀନ ମୁଖ୍ୟ ହିସାବନୀରକ୍ଷକ ଶ୍ରୀ ବିନୋଦ ରାୟ ଟୁଜି ସ୍ପ୍ରେଟମ ଯୋଗୁଁ ଏକଲକ୍ଷ ୭୬ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଲା ବୋଲି ଦର୍ଶାଇଥିଲେ । କିନ୍ତୁ ସିବିଆଇର ସ୍ପେସାଲ କୋର୍ଟ ୨୧ ଡିସେମ୍ବର ୨୦୧୭ ମସିହାରେ ମାନ୍ୟବର ବିଚାରପତି ଶ୍ରୀ ଓପି ସାଇନି ଦୀର୍ଘ ୧୫୨୨ ପେଜର ରାୟ କପିରେ ଉଲ୍ଲେଖ କରିଥିଲେ ଯେ ସରକାର ଏବଂ ସିବିଆଇ ଆରୋପିଙ୍କ ବିରୋଧରେ ଗୋଟେ ବୋଲି ପ୍ରମାଣ ଦାଖଲ କରିପାରି ନାହାଁନ୍ତି । ଏହା ଏକ ସୁଚିନ୍ତିତ ମିଛ ଘଟଣା ବୋଲି ତେଣୁ ଏ ପ୍ରକାରର କ୍ଷତି ଏକ ଆନୁମାନିକ କ୍ଷତି ।
୨୦୧୪ ମସିହା ପରେ ମୋଦି ସରକାର ଆସିଲା ପରେ ଶ୍ରୀ ବିନୋଦ ରାୟଙ୍କୁ ବ୍ୟାଙ୍କି ରିକ୍ୟୁଟମେଂଟ ବୋର୍ଡର ଚେୟାରମ୍ୟାନ ପଦବୀ ଦିଅଗଲା । ଯେଉଁ ପଦବୀ କେନ୍ଦ୍ର ରାଜ୍ୟ ପାହ୍ୟା ମନ୍ତ୍ରୀର ମାନ୍ୟତା ଅଟେ । ଭକେସିଂଙ୍କୁ ବିଜେପି ଦୁଇଥର ମନ୍ତ୍ରୀ ହେଲେ ଏବଂ କେନ୍ଦ୍ରରେ ୭ବର୍ଷ କାଳ ମନ୍ତ୍ରୀ ରହିଲେ । ଶ୍ରୀମତୀ କିରଣ ଦେବୀ ବିଜେପିର ଦିଲ୍ଳୀର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀହେଲେ ଏବଂ ପୁଡୁଚେରୀରେ ରାଜ୍ୟପାଳ ହେଲେ । ବାବା ରାମଦେବ ୨୦ ହଜାର କୋଟି ଟଙ୍କାର ବ୍ୟବସାୟର ପସରା ମେଲାଇଲେ ରୁଚି ସୋୟା କମ୍ପାନୀକୁ ୨୨ ଶହ କୋଟି ଟଙ୍କାରେ କିଣିଲେ ଏବଂ ୨୩ ଶହ କୋଟି ଟଙ୍କା ବ୍ୟାଙ୍କ ତାଙ୍କୁ ଛାଡ଼ିଦେଲା । ଆନା ହାଜାରେ ସଂପୂର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।
ବିନୋଦ ରାୟ ଦେଶ ବିରୁଦ୍ଧରେ ଏବଂ ଦେଶକୁ କ୍ଷତି ପଂହଚାଇବା ପାଇଁ ନିଜେ ଯେଉଁ ମିଛ ନାଟକ ରଚନା କରିଥିଲେ ସେଥିପାଇଁ ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମକଦ୍ଦମା ଚଲାଯିବକି ନାହିଁ ଏବଂ ବର୍ତମାନର ସରକାର ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ମକଦ୍ଦମା କରିବେକି ବୋଲି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପଚାରିଛନ୍ତ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ ମହାନ୍ତି, ପଦ୍ମାକର ଗୁରୁ ଏବଂ ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀଯୁକ୍ତ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking