39.4 C
Bhubaneswar
Thursday, April 18, 2024
Homeରାଜନୀତିପିସିସି ପକ୍ଷରୁ ୧୩୬ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପିସିସି ପକ୍ଷରୁ ୧୩୬ ତମ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : ଆଜି ଭାରତୀୟ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ଓଡିଶା
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି
ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା
ଉତୋଳନ କରି ଉଦ୍‌ବୋଧନ ଦେଇ କହିଲେ ଯେ ଆଜି ଆମେ ୧୩୬ତମ କଂଗ୍ରେସ ପ୍ରତିଷ୍ଠା ଦିବସ
ପାଳନ କରି ନିଜକୁ ଗୌରବାନ୍ୱିତ ମନେକରୁଛେ । ବହୁ ମହାମନିଷୀମାନେ ଭାରତର ଜନଗଣଙ୍କର
ସୁରକ୍ଷା ପାଇଁ କଂଗ୍ରେସ ଦଳକୁ ପ୍ରତିଷ୍ଠା କରି ଦେଶକୁ ପରାଧୀନତାରୁ ମୁକ୍ତ କରିବା ପାଇଁ ଜେଲ୍ ଭୋଗିଛନ୍ତି
ଏବଂ ଜୀବନ ବଳିଦାନ ଦେଇଛନ୍ତି । ଏକଦା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପୃଥିବୀରେ ଅଦ୍ୱିତୀୟ
ହୋଇଥିବା ବେଳେ ଆଜି ଗଣତନ୍ତ୍ର ବିପନ୍ନ । ଆଜି ଚାଷୀକୂଳ ହତାଶ, ଯୁବକ ବେକାର, ଛାତ୍ରଙ୍କର
ଭବିଷ୍ୟତ ଅନ୍ଧାର, ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ କାଳାତିପାତ କରୁଛନ୍ତି । ସେହିପରି ରାଜ୍ୟ ଦିନକୁ
ଦିନ ଗରିବ ହୋଇ ହୋଇ ଯାଉଛି । ରାଜ୍ୟର ବିକାଶ ଦିଗରେ ଯଥେଷ୍ଟ ସୁଯୋଗ ଥିଲେ ମଧ୍ୟ ସରକାର
ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ଦେଶକୁ ଓ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ପ୍ରତ୍ୟେକ
କଂଗ୍ରେସ କର୍ମୀ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦେଶ
କଂଗ୍ରେସ ସେବାଦଳ ସଂଗଠକ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ରାମଚନ୍ଦ୍ର ଖୁଂଟିଆ,
ସୁରେଶ କୁମାର ରାଉତରାୟ, ପ୍ରକାଶ ଚନ୍ଦ୍ର ଦେବତା, ଜଗନ୍ନାଥ ପଟ୍ଟନାୟକ, ଶିବାନନ୍ଦ ରାୟ, ଶୁଭେନ୍ଦୁ
ମହାନ୍ତି, ଅମୀୟ କୁମାର ପଟ୍ଟନାୟକ, ଜାନକୀବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ୍ ଦାଶ, ମନୋରଞ୍ଜନ ଦାଶ,
ବିପିନ୍ ଦାସ, ରଶ୍ମି ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ, ଅମୀୟ ପାଣ୍ଡବ, ବିକାଶ ଗରାବଡୁ, ସ୍ୱାଧିନବାଳା
ଦାସ, ହଳଧର ସେଠୀ, ରାଜୀବ ପଟ୍ଟନାୟକ, ଲିଙ୍ଗରାଜ ସାହୁ, ଜିଆଉଲ୍ ହକ୍‌, ସଂକୁନା କହଁର, ସୁଶାନ୍ତ
ତ୍ରିପାଠୀ, କନକଲତା ମଲ୍ଲିକ, ମନୋଜ ନାୟକ, ନିରୁପମା ପାତ୍ର, ଦୀପକ ମହାପାତ୍ର, ସଂଜୟ ମିଶ୍ର,
ମାନସ ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ରାଜକିଶୋର ବାରିକ, ବିଜୟ ଦ୍ୱିବେଦୀ, ଉଷାରାଣୀ ବେହେରା,
ଶ୍ରୀୟାସ୍ମିତା ପଣ୍ଡା, ସୁଧାଂଶୁ ମହାନ୍ତି, ସୁବାଷ ପ୍ରଧାନ, ଦେବୀପ୍ରସାଦ ବାହାଲିଆ, କହ୍ନେଇ ସେଠୀ,
କୈଳାସ ସାହୁ, କୁଳମଣି ସାହୁ, ରବିନ୍ଦ୍ର ବେହେରା, ଆଲୋକ ଲେଙ୍କା, ଶୈଳେନ୍ଦୁ ମଜୁମଦାର, ଆଲୋକ
ମହାନ୍ତି, ସାଗର ପରିଡା, ବଟକୃଷ୍ଣ ରାଉତରାୟ, ଏମ୍‌.ଡି. ଶାହାଦୁଲ୍ଲା, ରଂଜିତ ପାତ୍ର, ଭାସ୍କର ସେଠୀ,
ତ୍ରିନାଥ ବେହେରା, ପ୍ରସନ୍ନ ପାଇକରାୟ, ତାପସ ସେଠୀ, ସୁଚନ୍ଦ୍ର ବାରିକ, ପ୍ରକାଶ ମହାନ୍ତି, ସୁବାସ
ମଲିକ, ରମେଶ ମଲିକ, କୃଷ୍ଣ ଶତପଥି ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking