40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅଂଶୁମାନ ମହାନ୍ତିଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ବର୍ଦ୍ଧନା

ଅଂଶୁମାନ ମହାନ୍ତିଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତିଙ୍କୁ ଆଜି ଜିଲ୍ଲା କଂଗ୍ରେସ ଭବନଠାରେ କଂଗ୍ରେସ ଦଳ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସହର ଉପକଣ୍ଠ ଦୁହୁରିଆ ଠାରୁ ଅଂଶୁମାନ ମହାନ୍ତିଙ୍କୁ ଦଳୀୟ କର୍ମୀମାନେ ଏକ ଶୋଭାଯାତ୍ରାରେ ଆଣିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧିନା ସଭାରେ ଜିଲ୍ଲାର ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଅଂଶୁମାନଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ପ୍ରଦାନ କରିଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ଓ ଜିଲ୍ଲାର ସମସ୍ତ ଦଳୀୟ ନେତା ତଥା କର୍ମୀଙ୍କ ସହ ଆଲୋଚନା କରି ଦଳକୁ ମଜଭୁତ କରିବାକୁ ଚେଷ୍ଟା କରିବା ସହ ସମସ୍ତ ଚାଲେଞ୍ଜ୍ କୁ ମୁକାବିଲା କରିବେ ବୋଲି କହିଛନ୍ତି। ଏଥିସହ ଜିଲ୍ଲାରେ ହେଉଥିବା ଦୁର୍ନୀତିକୁ କଂଗ୍ରେସ କର୍ମୀଙ୍କ ସହଯୋଗରେ ଲୋକଙ୍କ ନିକଟରେ ପହଂଚାଇବେ ବୋଲି ମଧ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking