26.1 C
Bhubaneswar
Tuesday, May 30, 2023
Homeଅପରାଧଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ

କେନ୍ଦୁଝର: ଜମିବାଡ଼ ବିବାଦ ଓ କୂଅ ପାଣିକୁ ନେଇ ୨ ପରିବାର ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳରେ ଦୁଇ ପରିବାର ସଦସ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗାଁରୁ ଏଭଳି ଏକ ଅଭାବନିୟ ଘଟଣା ସାମ୍ନା କୁ ଆସିଛି । ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ମାନପୁର ଗାଁର ନାରାୟଣ ମହାନ୍ତ ଓ ତାଙ୍କ ସାନ ଭାଇ ନିରଞ୍ଜନ ମହାନ୍ତିଙ୍କ ପରିବାର ମଧ୍ୟରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ସାନ ଭାଇ ନିରଞ୍ଜନଙ୍କ ପରିବାର ନାରାୟଣଙ୍କ ଉପରକୁ ଆକ୍ରମଣ କରିଥିଲେ। ନାରାୟଣଙ୍କୁ ପ୍ରଥମେ ଠେଙ୍ଗାରେ ମାଡ଼ ମାରିଥିଲେ । ଏହାପରେ ତାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ। ଏପରିକି ନାରାୟଣଙ୍କ ସ୍ତ୍ରୀ ବୀନତି ଏହାକୁ ବିରୋଧ କରିବାରୁ ତାଙ୍କ ଉପରକୁ ମଧ୍ୟ ଆକ୍ରମଣ ହୋଇଛି। ଫଳରେ ନାରାୟଣ ଗୁରୁତର ହୋଇଛନ୍ତି। ନାରାୟଣଙ୍କ ସ୍ତ୍ରୀ ବୀନତି ତାଙ୍କୁ ଆମ୍ଵୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking