27.1 C
Bhubaneswar
Friday, March 29, 2024
Homeଓଡିଶାସାଇବର ଠକେଇକୁ ନେଇ ବଢୁଛି ଚିନ୍ତା

ସାଇବର ଠକେଇକୁ ନେଇ ବଢୁଛି ଚିନ୍ତା

ଭୁବନେଶ୍ୱର : ସାଇବର ଠକେଇକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଭୁବନେଶ୍ୱରରୁ ସାଇବର ଠକ ୨ ମାସ ମଧ୍ୟରେ ଠକି ନେଇଛନ୍ତି ୧କୋଟି ୩ଲକ୍ଷ ଟଙ୍କା । କେବଳ ଫେବୃଆରୀ ମାସରେ ରାଜଧାନୀରେ ୫୧ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଲୁଟ ହୋଇଛି । ତେବେ ସାଇବର ସେଲର ତତ୍ପରତା ଯୋଗୁଁ ଫେବୃଆରୀ ମାସରେ ୬ ଲକ୍ଷ ୮୫ ହଜାର ୮୪୭ ଟଙ୍କା ଲୋକେ ଫେରିପାଇଛନ୍ତି । ପୂର୍ବରୁ ଆସୁଥିବା ସାଇବର ଠକଙ୍କ ସଂଖ୍ୟା କମିଥିଲେ ମଧ୍ୟ ସାଇବର ଠକମାନଙ୍କ ନୂଆ ନୂଆ ଉପାୟକୁ ନେଇ ଚିନ୍ତାରେ ଏବେ ପୋଲିସ ।

ସାଇବର ସେଲ ଖୋଲିବାର ପ୍ରଥମ ମାସରେ ମୋଟ ୧୨୦୭ଟି ଅଭିଯୋଗ ଆସିଥିଲା । ଏଥିମଧ୍ୟରୁ ଭୁବନେଶ୍ୱରରୁ ୩୦୦ଟି କଲ ଆସିଥିଲା । ଫେବୃଆରୀରେ ମୋଟ ୭୪୪ ଟି କଲା ଆସିଥିବା ବେଳେ ଏଥିରେ ରାଜଧାନୀରୁ ୩୨୨ଟି ଓ ରାଜଧାନୀ ବାହାରୁ ୪୬୨ଟି କଲ ଆସିଛି । ତେବେ ଫେବୃଆରୀରେ ଠକେଇ ଅଭିଯୋଗ ପରିମାଣ କମିଥିଲେ ମଧ୍ୟ ଠକେଇ କମିନାହିଁ । ଲୋକେ ଏଥିପାଇଁ ସତେନ ହେବା ଜରୁରୀ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking