39.1 C
Bhubaneswar
Tuesday, April 23, 2024
Homeଓଡିଶାସମବାୟ ବିଭାଗର ତିନିଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ସମବାୟ ବିଭାଗର ତିନିଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ସମବାୟ ବିଭାଗରେ କାର୍ଯ୍ୟ କରୁଥିବା ତିନିଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି । ସମବାୟ ଅଡିଟ୍ ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ସବ୍‌ଆସିଷ୍ଟାଣ୍ଟ ଏଜିସିଏସ୍ ମୁକ୍ତେଶ୍ୱର ସୋରେଙ୍ଗ୍‌, ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମବାୟ ସମିତି ନିରୀକ୍ଷକ କେଦାର ଗୌରୀ ପାତ୍ର ଓ ସମବାୟ ସମିତି ସମୂହର ନିବନ୍ଧକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସବ୍‌ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଆଶିଷ କୁମାର ରାଉତଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମସ୍ତ ଅଧିକାରୀଙ୍କୁ ୫୦ ବର୍ଷ ହୋଇସାରିଛି । ସେମାନଙ୍କୁ ତିନି ମାସର ଦରମା ଓ ଭତ୍ତା ନିୟମାନୁଯାୟୀ ପ୍ରଦାନ କରାଯିବ । ଓଡ଼ିଶା ସର୍ଭିସ କୋଡ୍‌ର ରୁଲ୍‌-୭୧ର କ୍ଲଜ୍‌(ଏ) ଅନୁଯାୟୀ ସେମାନଙ୍କୁ ସେବାନିବୃତ୍ତ କରାଯାଇଛି।

୧୬ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ରାଜ୍ୟ ସରକାର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking