28.1 C
Bhubaneswar
Friday, March 29, 2024
Homeଓଡିଶାବିଧାୟକଙ୍କ ସମ୍ମୁଖରେ ଅଭିଯୋଗ : ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି

ବିଧାୟକଙ୍କ ସମ୍ମୁଖରେ ଅଭିଯୋଗ : ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି

ବଲାଙ୍ଗିର :  ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ବ୍ଲକ ସ୍ଥିତ ସଦେଇପାଲି ପଞ୍ଚାୟତର ଗନ୍ଧରେଲ ଓ ଚଟିଆପାଲିି ଗାଁର ଲୋକଙ୍କୁ ଭେଟି ସେଠାକାର ସମସ୍ୟା ଉପରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଆଲୋଚନା କରିଛନ୍ତି । ଗନ୍ଧରେଲ ଗାଁରେ ଥିବା ଖ୍ରିଷ୍ଟିୟାନ ପଡାରେ ସ୍ଥାନୀୟ ବାସିନ୍ଦାରେ ଗତ ଅଗଷ୍ଟ ମାସରେ ହୋଇଥିବା ପ୍ରଳୟକାରୀ ବନ୍ୟା ଯୋଗୁଁ ଧ୍ୱସ୍ଥ, ବିଧ୍ୱସ୍ଥ ହୋଇଯାଇଥିବା ଘର ଗୁଡିକର କ୍ଷୟ କ୍ଷତି ଆକଳନ ସମୟରେ ପାତର ଅନ୍ତର ତଥା ଦୁର୍ନିତି ହୋଇଥିବାର ବିଭିନ୍ନ ତଥ୍ୟ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ରଖିଥିଲେ । ଆଦୌ ଭାଙ୍ଗିନଥିବା ଓ ଗାଁରେ ରହୁ ନ ଥିବା କିଛି ଲୋକଙ୍କ ନାଁରେ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଥିବାର ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ବିଧାୟକ ଶ୍ରୀ ମିଶ୍ର ଆସନ୍ତା କାଲି ଅଧିକାରୀମାନଙ୍କୁ ନେଇ ଅନୁସନ୍ଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଗ୍ରାମରେ ଥିବା ଗରିବ ଲୋକ ଯେଉଁମାନଙ୍କର ଭୂମି ନାହିଁ, ରାସନ କାର୍ଡ ନାହିଁ ତଥା କୌଣସି ସରକାରୀ ସୁବିଧା ପାଇ ପାରୁନାହାନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ପ୍ରଦାନ କଲେ ସେ ସବୁ ଉପରେ ପଦକ୍ଷେପ ନେଇ ଭୂମିହୀନ ମାନଙ୍କ ପାଇଁ ଜମି ଓ ଯୋଗ୍ୟ ଲୋକଙ୍କୁ ଘର ପ୍ରଦାନର ବ୍ୟବସ୍ଥାକୁ ନିଶ୍ଚିତ କରିବେ ବୋଲି ଲୋକଙ୍କୁ କହିଥିଲେ । ପିଇବା ପାଣି ସମସ୍ୟା ତଥା ଗାଁ କଡରେ ଯାଇଥିବା ଲକ୍ଷ୍ମୀଯୋର ଉପରେ ଚେକ୍ ଡ୍ୟାମ ନିର୍ମାଣର ବ୍ୟବସ୍ଥା ଶିଘ୍ର ହେବ ବୋଲି କହିଥିଲେ । ଗାଁରେ ଥିବା ବଡ ବନ୍ଧ ବର୍ଷାଯୋଗୁଁ ଡ୍ୟାମ ଚଟିଆଁପାଲିରୁ ସେଣ୍ଟ୍ରାଲ ସ୍କୁଲ ପଟକୁ ଯାଇଥିବା ରାସ୍ତା ତଥା ସେ ଅଂଚଳରେ ମଧ୍ୟ ଏକ ଚେକ ଡ୍ୟାମ, ବିଜୁଳି ସମସ୍ୟାର ସମାଧାନ ଏବଂ ଗାଁରେ ଏକ କମ୍ୟୁନିଟି ସେଣ୍ଟରର ବ୍ୟବସ୍ଥା କରିବା ପାଇଁ ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମମାନଙ୍କରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଫକିର ମୋହନ ଥାଟି, ବିପ୍ର ନାଗ,ମନୁ ଖାନଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking