ବିଲ ପାସ କରାଇଦେବାକୁ ଲାଞ୍ଚ ନେଇଥିବା ପିଓଙ୍କ ନାମରେ ବିଡିଓ ନିକଟରେ ଅଭିଯୋଗ

jajpur salijanga

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଗ୍ରାମ ପଞ୍ଚାୟତ ଶାଳିଜଙ୍ଗା ଠାରେ OLM ଫଣ୍ଡର ରାସ୍ତା ପାଚେରୀ ନିର୍ମାଣ କାର୍ଯ୍ୟକୁ ନେଇ ଶାଳିଜଙ୍ଗା ଭିଏଲଡବ୍ଲୁ ମନୁ ସାହୁ ୫୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଭିଏଲ ଡବ୍ଲୁ ଠିକାଦାର ଶଦାଶିବା ନନ୍ଦ ଓ ବାସୁଦେବ ଦାସଙ୍କୁ କହିଥିଲେ ୫୦ ହଜାର ଲାଞ୍ଚ ନଦେଲେ ବିଲି କରେଇ ଦେବେ ନାହିଁ। ଠିକାଦାରମାନେ ବାଧ୍ୟ ହୋଇ ୫୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଦେଲା ପରେ ଭିଏଲ ଡବ୍ଲୁ ମନୁ ସାହୁ ବିଲି କରିଥିଲେ। ଏହି ଲାଞ୍ଚକୁ ନେଇ ରାସ୍ତା ଓ ପାଚେରୀ କରୁଥିବା ଠିକାଦାରମାନେ ଦାନଗଦି ବ୍ଲକର ବିଡିଓଙ୍କୁ ଜଣାଇଥିଲେ। ବିଡିଓ ଡକ୍ଟର ମଣିପ୍ରସାଦ ମିଶ୍ର ୩ ଦିନ ଭିତରେ ପିଓଙ୍କ ବିରୋଧରେ ଦୃଢ଼ ପଦେକ୍ଷପ ନେବାକୁ ଗଣମାଧ୍ୟମରେ କହିଛନ୍ତି । ଆଉ ଗୋଟେ ପଟେ ଠିକାଦାରମାନେ କହିଥିଲେ ସରକାରୀ ଅଫିସର ପିଓ ପୁରା ଦୁର୍ନୀତିଖୋର ସରକାର ବି ଦୁର୍ନୀତିଖୋର ଅଫିସର ଏମାନଙ୍କ ବିରୋଧରେ ଯଥାଶୀଘ୍ର ପଦେକ୍ଷପ ନିଆନଗଲେ ବ୍ଲକ ସମୁଖରେ ଗଣଧାରଣା ଦେବେ ଓ ଆତ୍ମହତ୍ୟା କରିବେ ବୋଲି ଗଣମାଧ୍ୟମରେ ପ୍ରକାଶ କହିଥିଲେ।

LEAVE A REPLY

Please enter your comment!
Please enter your name here