34.1 C
Bhubaneswar
Friday, March 29, 2024
Homeକରୋନାଗୋଷ୍ଠୀ ସଂକ୍ରମଣ ହୋଇନି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଗୋଷ୍ଠୀ ସଂକ୍ରମଣ ହୋଇନି : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନି ବୋଲି କହିଛନ୍ତି ଦେଶର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଏନେଇ ମନ୍ତ୍ରୀସ୍ତରୀୟ ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । କେବଳ ଦେଶର କିଛି ଅଞ୍ଚଳରେ ଲୋକାଲ କେସ୍ ବଢିଥିବାର ସୂଚନା ମିଳିଛି । କିନ୍ତୁ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ବା କମ୍ୟୁନିଟି ସଂକ୍ରମଣ ହୋଇନାହିଁ । କିଛି ବିଶେଷଜ୍ଞଙ୍କ ଗବେଷଣାରୁ ଏହା ଜଣାପଡ଼ିଛି ।
ଦେଶରେ ୨,୬୯,୭୮୯ଟି ମୋଟ କରୋନା କେସ୍ ଚିହ୍ନଟ ହୋଇଥିବା ବେଳେ ୪,୭୬,୩୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୨୧,୧୨୯ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧ହଜାର ୧୨୯କୁ ବୃଦ୍ଧିପାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୬୭ହଜାର ୨୯୬କୁ ବୃଦ୍ଧି । ୨୪ ଘଣ୍ଟାରେ ସର୍ବାଧିକ ୨୪ହଜାର ୮୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୮୭ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି। ବତ୍ତର୍ମାନ ଦେଶରେ ୨ଲକ୍ଷ ୬୯ହଜାର ୭୮୯ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ୪ଲକ୍ଷ ୭୬ହଜାର ୩୭୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୨ଲକ୍ଷ ୨୩ହଜାର ୭୨୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯, ୪୪୮ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking