30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଗୋଷ୍ଠୀ ସଂଘର୍ଷ ମାମଲାରେ ୭ ଅଟକ

ଗୋଷ୍ଠୀ ସଂଘର୍ଷ ମାମଲାରେ ୭ ଅଟକ

ରାଉରକେଲା :ଗତକାଲି ଉଦିତନଗର ମାଲଗୋଦାମ ବସ୍ତିରେ ଏକ ଗୋଷ୍ଠୀସଂଘର୍ଷ ହୋଇଥିଲା ଏଥିରେ ୨ଜଣ ଆହତ ହୋଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ବସ୍ତିରେ ଗୁଳି ଫୁଟିଥିଲା । ଏହି ଘଟଣାରେ ୭ଜଣଙ୍କୁ ଅଟକ ରଖାଯାଇଛି । ଗୁଳି ଚଲାଇଥିବା ଯୁବକ ଓ ବିପକ୍ଷ ଗୋଷ୍ଠୀର ୬ଜଣଙ୍କୁ ଅଟକ ରଖାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ପରବେଜ ଗୁଳିମାଡରେ ରୋହିତ ପଟ୍ଟନାୟକ ଗୁରୁତର ଆହତ ହୋଇଥିଲେ। ତାଙ୍କ ବାମ ହାତରେ ଗୁଳି ବାଜିଥିଲା। ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ୍)ରେ ଭର୍ତ୍ତି କରାଯାଇଥିଲା। ରାଜୁ ନାମକ ଅନ୍ୟ ଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ। ଗୁଳିକାଣ୍ଡ ପରେ ପରବେଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଉଦିତନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking